ଲଣ୍ଡନ, ୫ା୧୨: ବ୍ରିଟେନକୁ କୋଭିଡ୍-୧୯ ପାଇଁ ପ୍ରସ୍ତୁତ ଫାଇଜର ଟିକାର ପ୍ରଥମ ପର୍ଯ୍ୟାୟ ଯୋଗାଣ ହୋଇଛି। ଶୁକ୍ରବାର ଏହି ଟିକା ବ୍ରିଟେନରେ ପହଞ୍ଚିଛି। ଏକ ଅଜ୍ଞାତ ସ୍ଥାନରେ ଥିବା ସେଣ୍ଟ୍ରାଲ ହବ୍ରେ ଏହାକୁ ରଖାଯାଇଛି। ସେଠାରୁ ବିଭିନ୍ନ ହସ୍ପିଟାଲ ତଥା ଟିକାକରଣ କେନ୍ଦ୍ରକୁ ପଠାଯିବ। ଜଏଣ୍ଟ କମିଟି ଅନ୍ ଭାକ୍ସିନେଶନ ଆଣ୍ଡ ଇମ୍ୟୁନାଇଜେଶନ (ଜେସିଭିଆଇ) ଦ୍ୱାରା ଅନୁମୋଦନ ତଥା ସରକାରଙ୍କ ନିଷ୍ପତ୍ତି ପରେ ମଙ୍ଗଳବାର ଲୋକଙ୍କୁ ଟିକା ଦିଆଯିବ। କେୟାର ହାଉସ୍ରେ ରହୁଥିବା ବୟସ୍କଙ୍କୁ ପ୍ରାଥମିକତା ଭିତ୍ତିରେ ଟିକାକରଣ କରାଯିବ। ପରେ ୮୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଏବଂ ସ୍ବାସ୍ଥ୍ୟକର୍ମୀ ଟିକା ନେବେ। ବେଲଜିୟମରେ ପ୍ରସ୍ତୁତ ହୋଇଥିବା ଏହି ଭାକ୍ସିନ୍ ୟୁରୋଟନେଲ ଦେଇ ବ୍ରିଟେନରେ ପହଞ୍ଚିଛି।