ଶେଷ ହେବ କରୋନା: ଭ୍ୟାକ୍ସିନ ନିର୍ମାଣକାରୀ କମ୍ପାନୀ ଫାଇଜରର ଦାବି, ମାର୍ଚ୍ଚ ସୁଦ୍ଧା ଆସିଯିବ ଓମିକ୍ରନ୍ ଲାଗି ଟିକା

ନ୍ୟୁୟର୍କ,୧୧ ।୧: ଗୋଟିଏ ପଟେ କରୋନା ମହାମାରୀର ନୂଆ ଭାରିଏଣ୍ଟ ସାରା ବିଶ୍ୱରେ ତାଣ୍ଡବ ରଚିଥିବା ବେଳେ ଅନ୍ୟପଟେ ଏକ ଆଶ୍ୱସ୍ତିକର ଖବର ଆସିଛି । ଭ୍ୟାକ୍ସିନ ନିର୍ମାଣକାରୀ କମ୍ପାନୀ ଫାଇଜର କହିଛି ଖୁବଶୀଘ୍ର କରୋନା ମହାମାରୀ ଶେଷ ହୋଇଯିବ । ଫାଇଜର ଦାବୀ କରିଛି ବର୍ତ୍ତମାନ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ ଯେଭଳି ଭାବେ ତାଣ୍ଡବ ରଚିଛି ଏହା ପାଇଁ ଭ୍ୟାକ୍ସିନ ମାର୍ଚ୍ଚ ସୁଦ୍ଧା ପ୍ରସ୍ତୁତ ହୋଇଯିବ । ଫାର୍ମା କମ୍ପାନୀ ଫାଇଜରର ସିଇଓ ଅଲବର୍ଟ ବୋର୍ଲା କହିଛନ୍ତି କମ୍ପାନୀ ପୂର୍ବରୁ କରୋନା ଟିକା ପ୍ରସ୍ତୁତ କରୁଛି ହେଲେ ଏବେ ଓମିକ୍ରନ୍ ଭାରିଏଣ୍ଟ ଦ୍ରୁତ ଗତିରେ ବ୍ୟାପୁଥିବାରୁ ଖୁବଶୀଘ୍ର ଏହି ଭାରିଏଣ୍ଟ ପାଇଁ ବି ଭ୍ୟାକ୍ସିନ ପ୍ରସ୍ତୁତ କରିଦେବ । ଆଗାମୀ ମାର୍ଚ୍ଚ ସୁଦ୍ଧା ଏହା ଆସିଯିବ । ତେବେ ପ୍ରଥମ ଓ ଦ୍ୱିତୀୟ ଡୋଜ ସହ ବୁଷ୍ଟର ଡୋଜ ଓମିକ୍ରନ୍ ବିରୋଧରେ ଭଲ କାମ କରୁଛି । ତେଣ୍ରୁ ଓମିକ୍ରନ୍ ପାଇଁ ପ୍ରସ୍ତୁତ କରାଯାଉଥିବା ଭାକ୍ସିନର ଆବଶ୍ୟକତା ପଡିବ କି ନାହିଁ ତାହା ବି କହି ହେଉନାହିଁ ବୋଲି ଅଲବର୍ଟ କହିଛନ୍ତି ।

Share