ଗର୍ଭବତୀଙ୍କ ପାଇଁ ସୁରକ୍ଷିତ ଭାକ୍ସିନ୍‌, ମାର୍ଗଦର୍ଶିକା ଜାରି କଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ…

ନୂଆଦିଲ୍ଲୀ,୨୯।୬: ଭାରତରେ କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ତୃତୀୟ ଲହରକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗର୍ଭବତୀମାନେ ଭାକ୍ସିନ୍‌ ନେବାକୁ ନେଇ ମାର୍ଗଦର୍ଶିକା ଜାରି କରାଯାଇଛି। ଭାକ୍ସିନ୍‌ ଗର୍ଭବତୀଙ୍କ ପାଇଁ ସୁରକ୍ଷିତ ବୋଲି ମାର୍ଗଦର୍ଶିକାରେ ସୂଚିତ କରାଯାଇଛି। ଏହା ପୂର୍ବରୁ ସନ୍ତ୍ୟପାନ କରାଉଥିବା ମହିଳାଙ୍କ ଲାଗି ଭାକ୍ସିନ୍‌ ସୁରକ୍ଷିତ ବୋଲି ଘୋଷଣା କରାଯାଇଥିଲା। ଭାକ୍ସିନ୍‌ ଗର୍ଭବତୀଙ୍କ ପାଇଁ ଉପଯୋଗୀ ଏବଂ ସେମାନଙ୍କୁ ଏହା ଦିଆଯିବା ଆବଶ୍ୟକ ବୋଲି ଇଣ୍ଡିଆନ୍‌ କାଉନସିଲ୍‌ ଅଫ୍‌ ମେଡ଼ିକାଲ ରିସର୍ଚ୍ଚର ମହାନିର୍ଦ୍ଦେଶକ ଡ. ବଳରାମ ଭାର୍ଗବ ସୂଚନା ଦେଇଛନ୍ତି। ଏହା ଦ୍ୱାରା ଗର୍ଭସ୍ଥ ଶିଶୁ ଉପରେ ସକାରାତ୍ମକ ପ୍ରଭାବ ପଡ଼ିବ ବୋଲି ସେ କହିଛନ୍ତି।

Share