ସମସ୍ତଙ୍କୁ ମାଗଣାରେ ଯୋଗାଇ ଦିଆଯାଉ କରୋନା ଟିକା: ନୱାବ ମଲିକ

ମୁମ୍ବାଇ,୫ ।୧୨: କରୋନା ମହାମାରୀଠାରୁ ଦୂରେଇ ରହିବାକୁ ଏବେ ସମସ୍ତଙ୍କ ନଜର କରୋନା ଟିକା ବା ଭ୍ୟାକ୍ସିନ ଉପରେ । ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଏକ ସର୍ବଦଳୀୟ ବୈଠକ ଡକାଇଥିଲେ । ଏଥିରେ ମୋଦି କହିଥିଲେ ଯେ କିଛି ସପ୍ତାହ ମଧ୍ୟରେ ଦେଶରେ କରୋନା ଟିକା ଉପଲବ୍ଧ ହେବ । ଆଉ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଲୋଚନା ପରେ ଟିକାର ମୂଲ୍ୟ ନିର୍ଦ୍ଧାରଣ କରାଯିବ । ଏବେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମହାରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ ତଥା ଏନ୍‌ସିପି ନେତା ନୱାବ ମଲିକ । ସେ କହିଛନ୍ତି କରୋନା ଭ୍ୟାକ୍ସିନ ସମସ୍ତଙ୍କୁ ମାଗଣାରେ ଦିଆଯିବା ଉଚିତ । ବିହାର ସରକାର ଯେତେବେଳେ ରାଜ୍ୟରେ ମାଗଣା ଟିକା ଦେବାକୁ ଘୋଷଣା କରିଛନ୍ତି ସେତେବେଳେ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କ ସହ କଥା ହୋଇ ଟିକାର ମୂଲ୍ୟ ନିର୍ଦ୍ଧାରଣ କରିବା ଆଦୌ ଠିକ୍ ନୁହେଁ ବୋଲି ସେ କହିଛନ୍ତି ।

Share