କରୋନା ଭ୍ୟାକ୍ସିନକୁ ନେଇ ବିବାଦ: କୋଭାକ୍ସିନକୁ ପାଣି କହିବାରୁ ରାଗିଲେ ବାୟୋଟେକ ଅଧ୍ୟକ୍ଷ

ନୂଆଦିଲ୍ଲୀ,୫ ।୧: କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଦେଶ ଦୁଇଟି ଭ୍ୟାକ୍ସିନକୁ ଜରୁରୀକାଳିନ ସ୍ଥିତିରେ ବ୍ୟବହାର କରିବାକୁ ମଞ୍ଜୁରୀ ପ୍ରଦାନ କରି ସାରିଛି । ଇତିମଧ୍ୟରେ ଭାରତ ବାୟୋଟେକର ଅଧ୍ୟକ୍ଷ ଡା. କୃଷ୍ଣା ଇଲ୍ଲା ସୋମବାର କୋଭାକ୍ସିନକୁ ଜରୁରୀ ପରିସ୍ଥିତିରେ ବ୍ୟବହାର କରିବାକୁ ମଞ୍ଜୁରୀ ପ୍ରଦାନ ପରେ ଏହାକୁ ନେଇ ଯେଉଁମାନେ ଆଲୋନଚା କରୁଛନ୍ତି ସେମାନଙ୍କ ଉପରେ ଖୁବ୍ ରାଗିଛନ୍ତି ଇଲ୍ଲା । ସେ କହିଛନ୍ତି କରୋନା ଭ୍ୟାକ୍ସିନକୁ ନେଇ ରାଜନୀତି କରିବା ଲଜ୍ୟାଜନକ ବିଷୟ । କାରଣ ଆମେ ଏହି ଆଲୋଚନାର ହକଦାର ନୁହେଁ । ସିରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆର କାର୍ଯ୍ୟକାରୀ ଅଧିକାରୀ ଅଦାର ପୁନାୱାଲାଙ୍କ ନାଁ ନ ନେଇ ଇଲ୍ଲା କହିଛନ୍ତି । ଆମେ ୨ଶହ ପ୍ରତିଶତ ପରୀକ୍ଷଣ କରିବା ପରେ ବି ଆମର ସମାଲୋଚନା କରାଯାଉଛି । ଯଦି ମୁଁ ଭୁଲ୍ ତେବେ କୁହନ୍ତୁ । କିଛି କମ୍ପାନୀ ଆମ ଟିକାକୁ ପାଣି ବୋଲି କହିଛନ୍ତି । ହେଲେ ଏହା ଭୁଲ୍ ବୋଲି ମୁଁ କହିବାକୁ ଚାହୁଁଛି । ଆମେ ସବୁ ବୈଜ୍ଞାନିକ । କୋଭାକ୍ସିନ ବ୍ୟାକଅପ୍ ନୁହେଁ । କେତେଜଣ ଲୋକଙ୍କ ଜରିଆରେ ଏହାର ରାଜନୀତିକରଣ କରାଯାଉଛି । ହେଲେ ଏହାକୁ ନେଇ ରାଜନୀତି କରିବା ଠିକ୍ ନୁହେଁ ବୋଲି ଇଲ୍ଲା କହିଛନ୍ତି । ସୂଚନାଯୋଗ୍ୟ, ପୁନାୱାଲା ରବିବାର ଟେଲିଭିଜନରେ ଦେଇଥିବା ଏକ ସାକ୍ଷାତ୍‌କାରରେ କହିଥିଲେ କେବଳ ୩ ଭ୍ୟାକ୍ସିନକୁ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି । ଫାଇଜର, ମର୍ଡନା ଓ ଅକ୍ସଫୋର୍ଡ ଏଷ୍ଟ୍ରେଜେନେକା ବାକି ଗୁଡିକ ପାଣି ସହ ସମାନ । ଏହା ସୁରକ୍ଷିତ ନୁହେଁ । ଏହାକୁ ନେଇ ଇଲ୍ଲା କହିଛନ୍ତି ଆମେରିକା ଓ ୟୁରୋପ ବ୍ରିଟେନର ଏଷ୍ଟ୍ରେଜେନେକା-ଅକ୍ସଫୋର୍ଡ ଭ୍ୟାକ୍ସିନ ପରୀକ୍ଷଣ ଡେଟାକୁ ସ୍ୱୀକାର କରିବାକୁ ମନା କରି ଦେଇଥିଲା । କାରଣ ଏହା ଠିକ୍ ନ ଥିଲା । ହେଲେ କୌଣସି ଜଣେ ମଧ୍ୟ ଅକ୍ସଫୋର୍ଡ ଡାଟାକୁ ନେଇ ପ୍ରଶ୍ନ ଉଠାଇ ନାହାନ୍ତି ।

Share