ଏମ୍ସ ଉପନିର୍ଦ୍ଦେଶକ ନେଲେ ଟିକା

ନୂଆଦିଲ୍ଲୀ, ୨୫।୧: କରୋନା ଟିକା ନେବାକୁ ନେଇ ଏବେ ଲୋକଙ୍କ ମନରେ ଉତ୍ସାହଠାରୁ ଅଧିକ ଆଶଙ୍କା ଓ ଭୟ ଦେଖାଦେଉଛି। ଏହାକୁ ପ୍ରତିହତ କରିବା ପାଇଁ ସରକାରୀ ସ୍ତରରେ ସଚେତନତା ସୃଷ୍ଟି କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ଏହି ଟିକା ଦିଆଯାଉଛି। ପ୍ରଶାସକମାନଙ୍କୁ ଏପର୍ଯ୍ୟନ୍ତ ଦିଆଯାଇ ନାହିଁ। କୁହାଯାଉଛି ପ୍ରଶାସକଙ୍କ ମହଲରେ ଟିକା ନେବାକୁ ସେତେଟା ଉତ୍ସାହ ନାହିଁ। ଏଭଳିସ୍ଥଳେ ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଦିଲ୍ଲୀ ଏମ୍ସର ଉପନିର୍ଦ୍ଦେଶକ ତଥା ୧୯୯୭ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ଶୁଭାଶିଷ ପଣ୍ଡା କରୋନା ଟିକା ନେଇଛନ୍ତି। ସେ କହିଛନ୍ତି, ଟିକା ସମ୍ପୂର୍ଣ୍ଣ ନିରାପଦ। ସୂଚନା ଦିଆଯାଇପାରେ ଯେ, ଶୁଭାଶିଷଙ୍କ ବଡ଼ ଭାଇ ଦେବାଶିଷ ପଣ୍ଡା ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଆର୍ଥିକ ସେବା ବିଭାଗର ସଚିବ ଅଛନ୍ତି।

Share