କରୋନା ଟୀକା ଧାର୍ଯ୍ୟ ସମୟ ମଧ୍ୟରେ ଦିଆଯିବା ଅପରିହାର୍ଯ୍ୟ: ମୋଦି

ନୂଆଦିଲ୍ଲୀ, ୩୦।୬: ଭାରତରେ କରୋନା ସଂକ୍ରମଣ ନେଇ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତି ଏବଂ ଦିଆଯିବା ଯୋଜନାର ସମୀକ୍ଷା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର କରିଛନ୍ତି। ସେ କହିଛନ୍ତି ଯେ, ଧାର୍ଯ୍ୟ ସମୟ ମଧ୍ୟରେ କରୋନା ଟୀକା ଦିଆଯିବା ଅପରିହାର୍ଯ୍ୟ। ଏନେଇ ବିକଶିତ ଜ୍ଞାନକୌଶଳର ଉପଯୋଗ କରାଯିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଟୀକା କିଭଳି ବ୍ୟାପକ ଭାବେ ଦେଶରେ ଲୋକଙ୍କୁ ଦିଆଯିବ ସେନେଇ ଯୋଜାନବଦ୍ଧ ଭାବେ କାର୍ଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ଏନେଇ ପଦସ୍ଥ ଅଧିକାରୀମାନେ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। କରୋନା ବିରୋଧରେ ଭାରତ ଲଢ଼େଇ ଜାରି ରଖିଥିବାବେଳେ ପ୍ରତିଷେଧକ ଟୀକାର ବ୍ୟବହାର ସଂକ୍ରମଣ ରୋକିବାକୁ ସକ୍ଷମ ହେବ ବୋଲି ସେ କହିଛନ୍ତି।

Share