ଭୁବନେଶ୍ୱର,୧୪।୧୨(ବ୍ୟୁରୋ): ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସମସ୍ତଙ୍କୁ ଯଥାଶୀଘ୍ର ଟୀକା ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଟିକା ଶତ ପ୍ରତିଶତ କାମ ନ ହେଲେ ବି କ୍ରସ୍ ପ୍ରୋଟେକ୍ସନ ଦେବ । ସାମାଜିକ କର୍ମୀ ଟିକା ନେବାକୁ ପ୍ରତି ଗାଁରେ ପ୍ରୋତ୍ସାହିତ କରନ୍ତୁ ବୋଲି ସେ କହିଛନ୍ତି। ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁ ବ୍ଲକରେ ଟିକା ଲୋକେ ନେଉନାହାନ୍ତି ଟାସ୍କଫୋର୍ସ ଅନୁଧ୍ୟାନ କରୁଛି। ଗାଁରେ ଟିକା ନେଇ ନ ଥିବା ଲୋକଙ୍କୁ ଚିହ୍ନଟ ପାଇଁ ସିଡିଏମ୍ଓଙ୍କୁ କୁହାଯାଇଛି।
୪ କୋଟି ୬୨ ଲକ୍ଷ ଡୋଜ ଦିଆ ସରିଲାଣି । ୮୭.୪ ପ୍ରତିଶତ ପ୍ରଥମ ଡୋଜ ଦିଆ ସରିଛି । ପ୍ରାୟ ୪୦ ଲକ୍ଷ ଲୋକ ଟିକା ନେଇନାହାନ୍ତି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି।