Categories: ଫୁରସତ

ଅଷ୍ଟ୍ରିଚ୍‌ର ପଞ୍ଝା ଭଳି ଭାଡୋମାଙ୍କ ପାଦ

ଡୋଡୋମା: ବିଶ୍ୱରେ ବିଭିନ୍ନ ପ୍ରକାର ଜନଜାତି ବସବାସ କରିଥାନ୍ତି। ବହୁ ଜନଜାତି ଆମମାନଙ୍କଠାରୁ ଦୂରରେ ରୁହନ୍ତି, ସେଥିପାଇଁ ସେମାନେ ଆମମାନଙ୍କଠାରୁ ସବୁ କ୍ଷେତ୍ରରେ ବହୁତ ପଛରେ ଅଛନ୍ତି। ସେମାନଙ୍କ ଜୀବନଶୈଳୀ ଆମମାନଙ୍କଠାରୁ ବହୁତ ଭିନ୍ନ। ବାହାର ଦୁନିଆରେ କ’ଣ ହେଉଛି, ସେଥିରେ ସେମାନଙ୍କୁ କିଛି ଫରକ ପଡ଼ି ନ ଥାଏ। ଏମିତି ବି ଜନଜାତି ଅଛନ୍ତି, ଯେଉଁମାନେ ତାଙ୍କ ଅଞ୍ଚଳରେ ବାହାର ଲୋକଙ୍କୁ ପ୍ରବେଶ କରିବାକୁ ଦିଅନ୍ତିନି। ଆଉ କିଛି ଅଛନ୍ତି, ଯେଉଁମାନେ ବହୁତ ମେଳାପି। ସେହିପରି ଏକ ଜନଜାତି ହେଉଛନ୍ତି, ଭାଡୋମା ଜନଜାତି। ତାଞ୍ଜାନିଆର ଉତ୍ତରରେ ରହୁଥିବା ଏହି ଜନଜାତି ତାଙ୍କ ପାଦ ପାଇଁ ଚର୍ଚ୍ଚାରେ ରୁହନ୍ତି। ସେମାନଙ୍କ ପାଦ ଦେଖିବାକୁ ଟିକେ ଅଜବ। ଯାହାକୁ ଦେଖିଲେ ପ୍ରଥମେ ଆଶ୍ଚର୍ଯ୍ୟ ଲାଗିବ। ସେମାନଙ୍କ ପାଦ ଅଷ୍ଟ୍ରିଚ୍‌ର ପଞ୍ଝା ଭଳି ଦେଖାଯାଏ। କେବଳ ଏହି ଜନଜାତିଙ୍କ ପାଦ ଦେଖିବାକୁ ଲୋକ ବହୁ ଦୂରରୁ ଏଠାକୁ ଆସିଥାନ୍ତି। ଆମ ପାଦରେ ୫ଟି ଆଙ୍ଗୁଠି ଥିବାବେଳେ ସେମାନଙ୍କ ପାଦ ଦୁଇ ଭାଗ ହୋଇ ଆଙ୍ଗୁଠି ମୋଡ଼ି ହୋଇଯାଇଛି। ଏଠାରେ ରହୁଥିବା ଲୋକଙ୍କୁ ଅଧିକ ସମୟ ଠିଆ ହୋଇ ରହିବାକୁ ପଡ଼ିଥାଏ। ଏଥିସହ ଏଠାର ଅଞ୍ଚଳ ପାହାଡ଼ରେ ଭର୍ତ୍ତି, ଫଳରେ ସେମାନଙ୍କୁ ଅଧିକାଂଶ ସମୟ ପାହାଡ଼ ଚଢିବାକୁ ପଡ଼ିଥାଏ। ଯେଉଁଥିରେ ତାଙ୍କର ଏପରି ପାଦ ତାଙ୍କୁ ସାହାଯ୍ୟ କରିଥାଏ। କିନ୍ତୁ ଏହି ପାଦ ପାଇଁ ସେମାନଙ୍କୁ କୌଣସି ଅସୁବିଧା ହୋଇ ନ ଥାଏ। ଏଥିସହ ଏମାନଙ୍କ ପରମ୍ପରା ମଧ୍ୟ ବହୁତ ସୁନ୍ଦର। କିଛି ବି କାର୍ଯ୍ୟକ୍ରମ ହେଲେ ସମସ୍ତେ ଏକାଠି ମିଶି ବହୁତ ଖୁସି ବାଣ୍ଟିଥାନ୍ତି।

Share