
ଲାଞ୍ଜିଗଡ଼,୧୫।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ୍ର ବୈକୁଣ୍ଠପୁରୀଠାରେ ନିର୍ମିତ ଜଗନ୍ନାଥ ମନ୍ଦିରର ପ୍ରଥମ ବାର୍ଷିକ ମହୋତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ସକାଳ ୮ଘଣ୍ଟା ସମୟରୁ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ଅପରାହ୍ନ ୧ଟା ସମୟରେ ପୂଜାକାର୍ଯ୍ୟ ଶେଷ ହୋଇଥିବାବେଳେ ଅଞ୍ଚଳର ହଜାର ସଂଖ୍ୟାରେ ଭକ୍ତ ଯୋଗଦେଇଥିଲେ। କର୍ତ୍ତା ଭାବେ ଚନ୍ଦ୍ରଧ୍ୱଜ ପେଶନିଅI ଓ ଶାନ୍ତିଲତା ପେଶନିଆ, ଶରତ ଚନ୍ଦ୍ର ସିଂ ଓୀର୍ବ ସିଂ ଏବଂ ସୁବାସ ଚନ୍ଦ୍ର ଅଗ୍ରୱାଲ ଓ ପିଙ୍କିବାଇ ଅଗ୍ରୱାଲ କାର୍ଯ୍ୟ ସମ୍ପାଦନ କରିଥିଲେ। ମୁଖ୍ୟ ପୁରୋହିତ ଭାବେ ଅନନ୍ତ ଚରଣ ରଥ ପୂଜାକାର୍ଯ୍ୟ କରୁଥିବା ବେଳେ ପୂଜକ ଭାବେ ସୁନୀଲ କୁମାର ମିଶ୍ର, ଦାମୋଦର ରଥ କାର୍ଯ୍ୟ ତୁଲାଇଥିଲେ। ଏଥିରେ ଲାଞ୍ଜିଗଡ଼ ଶ୍ରୀ ହରିହର ସାଂସ୍କୃତିକ ସେବା ସମିତି ସଭାପତି ରାଜେନ୍ଦ୍ର ପ୍ରତାପ ସିଂଦେଓ, ସମ୍ପାଦକ କାମରାଜ ଦଳବେହେରା, ସାମାଜିକ କର୍ମୀ ଶ୍ରୀଧର ପେଶନିଆଙ୍କ ସମେତ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।