ବୈଶାଳୀଙ୍କ ନୃତ୍ୟ ଡକ୍ୟୁମେଣ୍ଟାରିରେ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ଦୁର୍ଦ୍ଦଶା

ଭୁବନେଶ୍ୱର, ୨୨।୬(ବ୍ୟୁରୋ): ଜୁନ୍‌ ୨୦ ବିଶ୍ୱ ଶରଣାର୍ଥୀ ଦିବସ ଅବସରରେ ଶରଣାର୍ଥୀ ସଙ୍କଟ ଉପରେ ଜାତିସଂଘର କୂଟନୀତିଜ୍ଞ, ନୀତି ଅଧିକାରୀ ତଥା ଓଡ଼ିଶାର ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ବୈଶାଳୀ ମହାନ୍ତିଙ୍କ ନୃତ୍ୟ ଡକ୍ୟୁମେଣ୍ଟାରି ମିଳିତ ଜାତିସଂଘ ପକ୍ଷରୁ ପ୍ରକାଶ କରାଯାଇଛି। ବୈଶାଳୀଙ୍କ ରଚିତ ତଥା ପରିବେଷିତ ଏହି ନୃତ୍ୟରେ ମ୍ୟାନ୍‌ମାରରୁ ୧୦ଲକ୍ଷରୁ ଊର୍ଦ୍ଧ୍ୱ ରୋହିଙ୍ଗ୍ୟା ସମ୍ପ୍ରଦାୟଙ୍କ ଗଣ ପଳାୟନ ଓ ଦୁଃଖକୁ ପ୍ରଦର୍ଶନ କରାଯାଇଛି। ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ଦ୍ୱାରା ପ୍ରଦର୍ଶିତ ଏହି ଡ୍ରାମା ସର୍ବପ୍ରଥମ କଳାତ୍ମକ ସୃଷ୍ଟି, ଯାହାକି ବିଶ୍ୱର ସର୍ବବୃହତ୍‌ ଶରଣାର୍ଥୀ ଗୋଷ୍ଠୀ ରୋହିଙ୍ଗ୍ୟାଙ୍କ ଦୁର୍ଦ୍ଦଶାକୁ ପ୍ରତିଫଳିତ କରିଛି। ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ବାସ୍ତବ କାହାଣୀ ସହ ପୂରା ପ୍ରସ୍ତୁତି ପାଇଁ ଏକ ବର୍ଷ ସମୟ ଲାଗିଥିବା ବୈଶାଳୀ କହିଛନ୍ତି। ସୂଚନାଯୋଗ୍ୟ, ପୁରୀରେ ଜନ୍ମଗ୍ରହଣ କରିଥିବା ବୈଶାଳୀ ଏବେ ରୋମ୍‌ସ୍ଥିତ ଜାତିସଂଘ ମୁଖ୍ୟାଳୟରେ ନୀତି ଅଧିକାରୀ ଭାବେ କାର୍ଯ୍ୟ ନିର୍ବାହ କରୁଛନ୍ତି।

Share