ମହାନଦୀକୁ ନେଇ ଭାଜପା-ବିଜେଡି ଦୋଷ ଲଦାଲଦି

ସମ୍ବଲପୁର,୨୮ା୪ (ଭବାନୀ ଶଙ୍କର ଭୋଇ/ପ୍ରମୋଦ ବହିଦାର)ଗ୍ରୀଷ୍ମଋତୁର ସୂର୍ଯ୍ୟ ତାପଠୁଁ ବଳିଗଲାଣି ସମ୍ବଲପୁରର ରାଜନୈତିକ ତାତି। ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ଭାଜପା ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଚରମ ସୀମାରେ ପହଞ୍ଚିଛି। ଶନିବାର ଓଡ଼ିଶାର ଜୀବନରେଖା କୁହାଯାଉଥିବା ମହାନଦୀକୁ ନେଇ ଦୁଇ ଦଳ ମୁହଁାମୁହିଁ ହୋଇଛନ୍ତି। ମହାନଦୀ ଜଳ ବିବାଦ ସମସ୍ୟା ପ୍ରସଙ୍ଗ ସମାଧାନ ନ ହୋଇପାରିବା ନେଇ ସମ୍ବଲପୁର ଭାଜପା ଶାସକ ବିଜେଡିକୁ ଦାୟୀ କରିଛି। ମହାନଦୀର ନନ୍ଦପଡ଼ା ଘାଟରେ ଶନିବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ବରିଷ୍ଠ ଭାଜପା ନେତା ଡ. ପ୍ରମୋଦ ରଥ କହିଛନ୍ତି, ଦୀର୍ଘ ୨୪ ବର୍ଷର ନିରଙ୍କୁଶ ଶାସନ କାଳରେ ବିଜେଡି ବିଭିନ୍ନ ସମସ୍ୟାରେ ଜର୍ଜରିତ ମହାନଦୀ ପାଇଁ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରିନାହଁି। ସମ୍ବଲପୁର ସହରର ଆବର୍ଜନା ଜଳ ସହିତ ଝାରସୁଗୁଡା ଓ ସମ୍ବଲପୁର ଶିଳ୍ପ କରିଡର୍‌ରେ ଥିବା କଳକାରଖାନାରୁ ନିର୍ଗତ ବିଷାକ୍ତ ଜଳ ସିଧାସଳଖ ମହାନଦୀରେ ମିଶି ଏହାକୁ ପ୍ରଦୂଷିତ କରୁଛି। ରାଜ୍ୟ ସରକାରଙ୍କର ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ମହାନଦୀ ଜଳକୁ ‘ଡି’ ଶ୍ରେଣୀଭୁକ୍ତ କରି ଏହାର ଜଳକୁ ପିଇବା ତ ଦୂରର କଥା ଶୌଚ ଓ ଗାଧୁଆ ଉପଯୋଗୀ ନୁହେଁ ବୋଲି ସତର୍କ କରାଇଛି। ମାତ୍ର ରାଜ୍ୟସରକାର ମହାନଦୀ ଜଳ ପରିଷ୍କାର କରିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରି ନ ଥିବା ଡ. ରଥ ଅଭିଯୋଗ କରିଛନ୍ତି ା ଏହାବ୍ୟତୀତ ସହରର ଜଳ ସଙ୍କଟ ଦୂର ପାଇଁ କୌଣସି ନୂତନ ବ୍ୟାରେଜ ନିର୍ମାଣ ତ ଦୂରର କଥା ସମ୍ବଲପୁର ସହରରେ ୬ ଦଶନ୍ଧି ପୂର୍ବରୁ ନିର୍ମିତ ଅଯୋଧ୍ୟା ସରୋବରର ଆନିକଟକୁ ମଧ୍ୟ ମରାମତି ପାଇଁ ପଦକ୍ଷେପ ଗ୍ରହଣ କରିନାହାନ୍ତି। ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୮ରେ ମହାନଦୀର ଉଭୟ ପାର୍ଶ୍ୱରେ ବୃକ୍ଷରୋପଣ କରି ଗ୍ରୀନ ମହାନଦୀ ମିଶନରେ ପରିଣତ କରିବା ନିଷ୍ପତ୍ତି ମଧ୍ୟ ଧୂଆଁବାଣରେ ପରିଣତ ହୋଇଛି ବୋଲି ଡ. ରଥ ଅଭିଯୋଗ କରିଛନ୍ତିି। ଭାଜପାର ରାଜ୍ୟ ପେନାଲିଷ୍ଟ ମାନସ ରଞ୍ଜନ ବକ୍ସି କହିଥିଲେ ଯେ, ମହାନଦୀକୁ ନେଇ ଛତିଶଗଡ଼ ଓ ଓଡ଼ିଶା ସରକାରଙ୍କର ଯୋଜନା ସମ୍ପୂର୍ଣ୍ଣ ଭିନ୍ନ। ଛତିଶଗଡ଼ ସରକାର ବିନା କୌଣସି ବିସ୍ଥାପନରେ ପିପିପି ମୋଡ଼ର ବହୁତ ଛୋଟ ବଡ଼ ବ୍ୟାରେଜ ନିର୍ମାଣ କରି ମହାନଦୀର ଜଳକୁ ଗଚ୍ଛିତ ରଖି ଏହାର ସଦୁପଯୋଗ କରିଛନ୍ତି। ବିଜେଡିି ସରକାର ୨୦୧୭ ପଞ୍ଚାୟତ ନିର୍ବାଚନ ସମୟରେ ମହାନଦୀକୁ ବଡ଼ ପ୍ରସଙ୍ଗ କରି ଏଥିପାଇଁ ଉଭୟ କେନ୍ଦ୍ର ଓ ଛତିଶଗଡ଼ର ତକତ୍ାଳୀନ ଭାଜପା ସରକାରଙ୍କୁ ଦାୟୀ କରିଥିଲେ। ହେଲେ ୨୦୧୭ରୁ ୨୦୨୪ ମଧ୍ୟରେ ଦୀର୍ଘ ୭ ବର୍ଷ ବିତିଯାଇଥିଲେ ମଧ୍ୟ ଓଡ଼ିଶାର ବିଜେଡି ସରକାର ଏଠାରେ ମହାନଦୀ ଉପରେ ଛୋଟିଆ ବ୍ୟାରେଜଟିଏ ମଧ୍ୟ ତିଆରି କରି ପାରିଲେ ନାହିଁ ବୋଲି ବକ୍ସି ଅଭିଯୋଗ କରିଛନ୍ତି।
ଭାଜପାର ଅଭିଯୋଗକୁ ଖଣ୍ଡନ କରିଛି ବିଜେଡି। ପାନ୍ଥନିବାସରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ବିଜେଡିି ମୁଖପାତ୍ର ଡ. ଲେନିନ ମହାନ୍ତି ଏବଂ ସଞ୍ଜୟ ବାବୁ ମିଳିତ ଭାବେ ଭାଜପା ଅଭିଯୋଗକୁ କପୋଳକଳ୍ପିତ ଓ ଏଭଳି ମନ୍ତବ୍ୟ ଦେଇ ଭାଜପା ସମ୍ବଲପୁରବାସୀଙ୍କୁ ବିଭ୍ରାନ୍ତ କରୁଛି ବୋଲି କହିଛନ୍ତି। ତେବ ୨୦୧୮ରେ ଛତିଶଗଡ଼ରୁ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିବା ଧର୍ମେନ୍ଦ୍ର ପ୍ରଧାନ ଛତିଶଗଡ଼ର ସବୁ ବେଆଇନ କାମକୁ ସମର୍ଥନ କରିଆସିଛନ୍ତି। ମୁଖ୍ୟତଃ ମହାନଦୀ ପ୍ରସଙ୍ଗରେ ଛତଶଗଡ଼ ସରକାର ମହାନଦୀ ଉପରେ ବେଆଇନ ବ୍ୟାରେଜ ନିର୍ମାଣ କରି ଏହାର ଜଳକୁ ଅବରୋଧ କରିରଖିଥିବା ବେଳେ ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ନୀରବଦ୍ରଷ୍ଟା ସାଜିଥିଲେ। ଏପରିକି ଛତିଶଗଡ଼ ମହାନଦୀର ଜଳକୁ ରୋକି ଓଡ଼ିଶାର ଲୋକଙ୍କ ଜୀବନ ଜୀବିକାକୁ ବିପର୍ଯ୍ୟୟ ଆଡ଼କୁ ଠେଲିଦେଇଥିବା ଭଳି ଏକ ସମ୍ବେଦନଶୀଳ ଘଟଣା ବିରୋଧରେ ଧର୍ମେନ୍ଦ୍ର ମୁହଁ ଖୋଲି ନ ଥିବା ବେଳେ ଆଜି ମହାନଦୀ ସଫେଇ ପାଇଁ କୁମ୍ଭୀରକାନ୍ଦଣା କାନ୍ଦୁଛି ଭାଜପା ବୋଲି ଅଭିଯୋଗ କରିଛନ୍ତି ବାବୁ।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri