ଏପଟେ ଧାରଣା, ସେପଟେ ପ୍ରଚାର: ଧର୍ମଶାଳାରୁ ପ୍ରଚାର ଆରମ୍ଭ କଲେ ଭାଜପା ପ୍ରାର୍ଥୀ ସ୍ମୃତିରେଖା ପହି

ଯାଜପୁର,୩।୪: ଯାଜପୁର ଧର୍ମଶାଳା ଆସନକୁ ନେଇ ଭାଜପାରେ ଅସନ୍ତୋଷ ବଢି ଚାଲିଥିବାବେଳେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ପ୍ରାର୍ଥୀ ସ୍ମୃତିରେଖା ପହି । ଗୋଟିଏ ପଟେ ଆଶାୟୀ ପ୍ରାର୍ଥୀ ହିମାଂଶୁ ଶେଖର ସାହୁଙ୍କୁ ଦଳ ଟିକେଟ ଦେଇ ନ ଥିବାରୁ ରାଜ୍ୟ ଭାଜପା ମୁଖ୍ୟାଳୟରେ ଧାରଣାରେ ବସିଛନ୍ତି ସମର୍ଥକ । ସଂଧ୍ୟା ସୁଦ୍ଧା ଟିକେଟ ନ ମିଳିଲେ ସମୁହ ଇସ୍ତଫା ପାଇଁ ଚେତାବନୀ ଦେଇଛନ୍ତି । ଅନ୍ୟପଟେ କିନ୍ତୁ ଯାଜପୁରରେ ମାଆ ବିରଜାଙ୍କ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି ଭାଜପା ପ୍ରାର୍ଥୀ ସ୍ମୃତିରେଖା ପହି । ମାଆଙ୍କ ଆଶୀର୍ବାଦ ନେବା ପରେ ସମର୍ଥକଙ୍କ ସହ ପ୍ରଚାର ଆରମ୍ଭ କରିଛନ୍ତି । ଧର୍ମଶାଳା ଲୋକେ ପରିବର୍ତ୍ତନ ଚାହୁଁଥିବାରୁ ଏଥର ଧର୍ମଶାଳାରେ ଭାଜପା ଆସିବ ବୋଲି ସେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।

Share