ଟୋଲ୍‌ଗେଟ ହଟାଇବାକୁ ଦାବିକଲା ଭାଜପା

ଅମରପାଲି,୧୫।୨(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ଅଧୀନ ବୀରମହାରାଜପୁର, ଉଲୁଣ୍ଡା ଓ ବିନିକା ବ୍ଲକର ବିଭିନ୍ନ ସ୍ଥାନରେ ଥିବା ଟୋଲଗେଟ ହଟାଇବା ଦାବି କରିଛି ଭାଜପା। ମଙ୍ଗଳବାର ବୀରମହାରାଜପୁର ଭାଜପା ତରଫରୁ ଉପଜିଲାପାଳ ଅଶୋକ କୁମାର ଭୋଇଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସୋନପୁର-ବିନିକା ରାସ୍ତାର ଅଙ୍ଗନଦୀ ପୋଲ, ବୀରମହାରାଜପୁର-ସୋନପୁର ରାସ୍ତାର ହିକୁଡିଠାରେ ଥିବା ମହାନଦୀ ପୋଲ ଓ ବୀରମହାରାଜପୁର- ରେଢ଼ାଖୋଲ ରାସ୍ତାର ସୁରୁବାଲି ଯୋର ପୋଲରେ ଟୋଲଗେଟ ବସାଇ ଚାରିଚକିଆ ଯାନବାହନରୁ ଅର୍ଥ ଆଦାୟ କରୁଛନ୍ତି ରାଜ୍ୟ ସରକାର। ଦୀର୍ଘ ବର୍ଷ ବିତିଯାଇଥିଲେ ଟୋଲଗେଟ ହଟାଯାଉ ନାହିଁ। ଆଗାମୀ ୧୫ଦିନ ଭିତରେ ଏହି ଟୋଲଗେଟ ସବୁ ହଟା ନଗଲେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଦଳ ଚେତାବନୀ ଦେଇଛି। ଦାବିପତ୍ର ପ୍ରଦାନ ବେଳେ ଜିଲଶ ଭାଜପା ସାଧାରଣ ସମ୍ପାଦକ ବେଣୁଧର ଦାସ, ଉପ ସଭାନେତ୍ରି ନଳୀନି ପଣ୍ଡା, ମେଟାକାନି ମଣ୍ଡଳ ପ୍ରଭାରି ସୁମନ୍ତ ଜଗଦଲା, ଇଂ ଆଶ୍ରୟ ମହାନନ୍ଦ, ବିଜୟ ହୋତା, ସୁରୁବାବୁ ସାହୁ, ଘନ ଜଗଦଲା, ଆର୍ତ୍ତତ୍ରାଣ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

Share