ବେଙ୍ଗାଲୁରୁ,୯।୩ : କର୍ନାଟକର କୋଲାର ଜିଲାରେ ଅନ୍ତର୍ଜାତୀୟ ମହିଳା ଦିବସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାଜପା ଏମ୍ପି ଏସ ମୁନିସ୍ବାମୀ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ମହିଳା ଦିବସରେ ଜଣେ ସେ କପାଳରେ ବିନ୍ଦି ପିନ୍ଧି ନ ଥିବାରୁ ଜଣେ ମହିଳାଙ୍କୁ ଗାଳି ଦେଇଥିଲେ।
ସେ ଜଣେ ମହିଳା ବିକ୍ରେତାଙ୍କୁ ପାଟି କରି କହିଥିଲେ ପ୍ରଥମେ ବିନ୍ଦି ପିନ୍ଧନ୍ତୁ। ଆପଣଙ୍କ ସ୍ବାମୀ ଜୀବିତ ଅଛନ୍ତି, ନୁହେଁ କି? ଆପଣଙ୍କର ସାଧାରଣ ଜ୍ଞାନ ନାହିଁ। ସେ ମହିଳାଙ୍କୁ ଗାଳି ଦେଉଥିବା ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ନିନ୍ଦା କରି କଂଗ୍ରେସ ଦଳ କହିଛି ଯେ ଏଭଳି ଘଟଣା ଭାଜପାର ସଂସ୍କୃତିକୁ ପ୍ରତିଫଳିତ କରୁଛି। ମହିଳା ଦିବସରେ ପ୍ରଦର୍ଶନୀ ଏବଂ ବିକ୍ରୟ ମେଳାର ଉଦଘାଟନ କରିବାକୁ କୋଲାର ଏମ୍ପି ଏସ ମୁନିସ୍ବାମୀ ଆସିଥିଲେ।