‘ଲୋକଙ୍କୁ ସୁନେଲି ସ୍ବପ୍ନ ଦେଖାଇ ନିର୍ବାଚନ ଜିତିଛି ଭାଜପା, ପ୍ରତିଶ୍ରୁତି ପାଳନରେ ହୋଇଛି ବିଫଳ’

ବରଗଡ଼,୨ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେଡି ପକ୍ଷରୁ ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି। ଜିଲା ବିଜେଡି କାର୍ଯ୍ୟକାରୀ ସଭାପତି ସୁଶାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଗାନ୍ଧୀପାର୍କରୁ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଏକ ଶୋଭାଯାତ୍ରାରେ ବାହାରି ଦଳୀୟ କାର୍ଯ୍ୟକର୍ତ୍ତା ଏବଂ କର୍ମୀବୃନ୍ଦ ବିଜୁ ପଟ୍ଟନାୟକ, ବାବା ସାହେବ ଆମ୍ବେଦକରଙ୍କ ସମେତ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଗାନ୍ଧୀଛକରେ ଶୋଭାଯାତ୍ରା ପହଞ୍ଚିଥିଲା। ସେଠାରେ ସ୍ବଭାବ କବି ଗଙ୍ଗାଧର ମେହେର ଓ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ, ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ବରିଷ୍ଠ ବିଜେଡି ନେତା ସୁଶାନ୍ତ ମିଶ୍ର, ଗୌରହରି ମିଶ୍ର, ଜିଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ଜିଲା ଯୁବ ବିଜେଡି ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ, ବରିଷ୍ଠ ନେତା ଅଚ୍ୟୁତାନନ୍ଦ ମହାପାତ୍ର ଅଶୋକ ଯୋଶୀ, ଗୋପାଳ ଲାଠ, ଗଣତନ୍ତ୍ର ପ୍ରଧାନ, ଅମ୍ବଭୋନା ବ୍ଲକ ଅଧ୍ୟକ୍ଷ କୀର୍ତ୍ତିତନ୍ଦ୍ର ଦୁଆନ, ଭଟଲି ବ୍ଲକ ଅଧ୍ୟକ୍ଷ ନିତ୍ୟାନନ୍ଦ ପ୍ରଧାନ, ଜିଲା ପରିଷଦ ସଭ୍ୟା ନିଲ କୁମାରୀ ନାଏକ, ଜିତୁ ଭୋଇ, ହିମାଂଶୁ ଦାଶ, ସମ୍ବଲପୁର ଜିଲା କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ନରେନ୍ଦ୍ର ପ୍ରଧାନ, ଅନୁରାଧା ଅଗ୍ରଓ୍ବାଲ, ପୌରାଧ୍ୟକ୍ଷା କଳ୍ପନା ମାଝୀ , ବ୍ଲକ ଉପାଧ୍ୟକ୍ଷ ଉମେଶ ପଣ୍ଡା, ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ କୁମାର ନାଏକ, ଭେଡେନ ବ୍ଲକ ବିଜେଡି ସଭାପତି ହରିଶଙ୍କର ବେହେରା, ଟାଉନ ବିଜେଡି ସଭାପତି କିଶୋର ମିଶ୍ରଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ ସମିତିସଭ୍ୟ ଓ ପୌରପରିଷଦର କାଉନସିଲରବୃନ୍ଦ ସାମିଲ ହୋଇ ଗାନ୍ଧୀଛକରେ ପହଞ୍ଚି ଜନସଭାରେ ସାମିଲ ହୋଇଥିଲେ।
ଏହି ଅବସରରେ ପୂର୍ବତନ ମନ୍ତ୍ରୀ ଛୁରିଆ ସଂପ୍ରତି ରାଜ୍ୟ ସରକାର ଦରଦାମ ବୃଦ୍ଧି ରୋକିବାକୁ ଅସହାୟ ହୋଇ ପଡ଼ିଥିବା ବେଳେ ମା’ମାନେ ଅସୁରକ୍ଷିତ ରହିଥିବା ଉଲ୍ଲେଖ କରି ମୋହନ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ଯେଉଁ ପ୍ରତିଶ୍ରୁତି ଦେଇ ଭାଜପା କ୍ଷମତାକୁ ଆସିଛି, ସବୁଥିରେ ବିଫଳ ହୋଇଛି ବୋଲି ସେ କହିଥିଲେ। ବରଗଡ଼ର ପୂର୍ବତନ ବିଧାୟକ ଆଚାର୍ଯ୍ୟ ବିଜେଡି ଦାୟିତ୍ୱବାନ ବିରୋଧୀ ଦଳର ଭୂମିକା ନିର୍ବାହ କରି ରାଜ୍ୟରେ ଭାଜପା ସରକାର କିପରି ଜନସାଧାରଣଙ୍କୁ ମିଥ୍ୟା ଓ ସୁନେଲି ସ୍ବପ୍ନ ଦେଖାଇ ଶାସନ କ୍ଷମତାକୁ ଆସିଛି, ସେ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଯିବ ବୋଲି କହିଥିଲେ। ତେବେ ସରକାର ଗଠନର ତିନି ମାସରୁ ଊର୍ଦ୍ଧ୍ୱ ସମୟ ହୋଇ ଯାଇଥିଲେ ମଧ୍ୟ ନିର୍ବାଚନୀ ପ୍ରତିଶ୍ରୁତି ପାଳନରେ ରାଜ୍ୟର ଭାଜପା ସରକାର ସମ୍ପୂର୍ଣ ବିଫଳ ହୋଇଥିବା ସେ କହିଥିଲେ। ପଦଯାତ୍ରା ସହିତ ଆଗାମୀ ଦିନରେ ବିଜେଡିର ସଦସ୍ୟତା ଅଭିଯାନକୁ ବ୍ୟାପକ କରାଯିବା ସହ ପଦଯାତ୍ରା ମାଧ୍ୟମରେ ଭାଜପାର ମିଥ୍ୟା ପ୍ରତିଶ୍ରୁତି ସମ୍ବନ୍ଧରେ ଜନସାଧାରଣଙ୍କୁ ଅବଗତ ଓ ସଚେତନ କରାଇବୁ ବୋଲି ସେ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ ସହ କାଠ ବୋଝେଇ ଟ୍ରକ୍‌ର ମୁହାଁମୁହିଁ ଧକ୍କା: ୨୭ ଯାତ୍ରୀ ଆହତ, ଡ୍ରାଇଭର ସଙ୍କଟାପନ୍ନ

ଲକ୍ଷ୍ମୀପୁର,୨ା୧୦: କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ଡୁମୁରିପଦର ଛକ ରେଲଓ୍ବେ ଓଭରବ୍ରିଜ୍‌ ନିକଟ ୩୨୬ ନଂ ଜାତୀୟ ରାଜପଥରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବୁଧବାର...

ଭାଜପାରେ ମିଶିବାକୁ ବହୁ ବିଜେଡି ନେତାଙ୍କ ଆବେଦନ ଆସୁଛି, ତାଙ୍କ ଦଳ ଶୂନ୍ୟ ହୋଇଯିବ’-ମନମୋହନ

ଭୁବନେଶ୍ୱର,୨।୧୦: ରାଜ୍ୟରେ ଭାଜପା ସରକାର ଆସିବା ପରେ ତଥା ନିର୍ବାଚନ ସମୟରେ ଅନେକ ବିଜେଡି ନେତା ଆସି ଭାଜପାରେ ଯୋଗ ଦେଇଛନ୍ତି। ଏହି ଧାରା ଆଗକୁ...

‘ଗାନ୍ଧିଜୀ, ଶାସ୍ତ୍ରୀଜୀଙ୍କ ପଥାନୁସରଣ ପାଇଁ ଆହ୍ବାନ’

ବରଗଡ଼,୨ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ବୁଧବାର ଜାତିର ଜନକ ମହାତ୍ମା ଗାନ୍ଧୀ ଏବଂ ଶାନ୍ତିଦୂତ ଲାଲବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଗାନ୍ଧିଛକରେ ଆୟୋଜିତ...

ବିନୋଦ ପାଟିଲ ହେଲେ ମାଲକାନଗିରି ଏସ୍‌ପି

ମାଲକାନଗିରି,୨ା୧୦: ଆଇପିଏସ୍‌ ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ, ବରିଷ୍ଠ ଆଇପିଏସ୍‌ ବିନୋଦ ପାଟିଲ...

ଶଙ୍ଖ ଭବନରେ କଥା କଟାକଟିକୁ ନେଇ ମୁହଁ ଖୋଲିିଲେ ଶ୍ରୀମୟୀ: କହୁକହୁ କହିଦେଲେ

ଭୁବନେଶ୍ୱର,୨।୧୦: ଶଙ୍ଖ ଭବନରେ ଖୋର୍ଦ୍ଧା ଜିଲା ବିଜେଡି ବୈଠକ ବେଳେ ଶ୍ରୀମୟୀ ମିଶ୍ର ଓ ପ୍ରଦୀପ ସାହୁଙ୍କ ମଧ୍ୟରେ କଥା କଟାକଟି ଏବଂ ଶ୍ରୀମୟୀ ଙ୍କ...

ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ପୂର୍ବତନ ଉପବାଚସ୍ପତି

ଦାରିଙ୍ଗବାଡ଼ି,୨ା୧୦(ଅରୁଣ ସାହୁ): ଜାତିର ପିତା ମହାତ୍ମାଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍‌ ବାହାଦୂର ଶାସ୍ତ୍ରୀଙ୍କ ପବିତ୍ର ଜନ୍ମଦିନ ଅବସରରେ ଦାରିଙ୍ଗବାଡ଼ି ଚାରିଛକ ଚଳଚଞ୍ଚଳ ହୋଇପଡ଼ିଛି। ଏହି...

ପରିବେଶ ସ୍ବଚ୍ଛତା ପାଇଁ ବନବିଭାଗ ଦେଲା ମନ୍ତ୍ର

ବ୍ରାହ୍ମଣୀଗାଁ,୨।୧୦(ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡି ବକ୍ଳ ବ୍ରାହ୍ମଣୀଗାଁ ରାଜୀବଗାନ୍ଧୀ ସେବା କେନ୍ଦ୍ର ପରିସର ମଧ୍ୟରେ ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଛି। ମହାତ୍ମା ଗାନ୍ଧୀଙ୍କ ଫାଟେ...

ବିଧବାଙ୍କ ମୁଣ୍ଡ ଉପରେ ୪ ସନ୍ତାନ ବୋଝ: ସହାୟତା ପାଇଁ ଦାବି

କର୍ଲାମୁଣ୍ଡା,୨।୧୦(ପ୍ରଦୀପ କୁମାର ସାହୁ):ଜଣେ ଅଳ୍ପ ବୟସ୍କ ମହିଳାଙ୍କ କାନ୍ଧରେ ୪ ସନ୍ତାନର ବୋଝ। କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଂଜା ଗାଁର ସ୍ବର୍ଗତ ଚୁଡାମଣୀ ସେଲମା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri