କର୍ନାଟକ, ୧୯।୪: କର୍ନାଟକ ମାଙ୍ଗାଲୁରୁର ଏକ ଫୁଟ୍ବଲ ପଡ଼ିଆରୁ ମଙ୍ଗଳବାର ଜଣେ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମୃତଦେହ ମିଳିଛିି। ତାଙ୍କୁ ହତ୍ୟା କରାଯାଇଛି ବୋଲି ପୋଲିସ ସନ୍ଦେହ କରୁଛି। ମୃତକ ହେଉଛନ୍ତି ଜନାର୍ଦ୍ଦନ ବରିଞ୍ଜା। ଜନାର୍ଦ୍ଦନ ଦକ୍ଷିଣ କନ୍ନଡ ଜିଲାର ଅମମୁଞ୍ଜେରେ ରହୁଥିଲେ। ସେ ଭାଜପାର ବଣ୍ଟୱାଲ ବିଧାନସଭା ନିର୍ବାଚନମଣ୍ଡଳୀର ଜଣେ ସକ୍ରିୟ କର୍ମୀ। ହତ୍ୟା ସନ୍ଦେହରେ ପୋଲିସ ୪ ଜଣଙ୍କୁ ଅଟକ ରଖିଛି। ହତ୍ୟାର ପ୍ରକୃତ କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ। ତଦନ୍ତ ଚାଲିଥିବା ପୋଲିସ କହୁଥିବାବେଳେ ଏହି ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଛି।