ପୌରପରିଷଦ ନିର୍ବାହୀ ଅଧିକାରୀ, କର୍ମଚାରୀଙ୍କୁ ଗିରଫ ଦାବିରେ ଭାଜପାର ବିକ୍ଷୋଭ

ଦେବଗଡ଼,୭।୧(ଡି.ଏନ୍‌.ଏ.): ଦେବଗଡ଼ ପୌରପରିଷଦର ନିର୍ବାହୀ ଅଧିକାରୀ ତପନ ମହାପାତ୍ର ୨ ତାରିଖରେ ଅଫିସରେ କାର୍ଯ୍ୟ କରୁଥିବା ସମୟରେ ଉପନଗରପାଳ ପ୍ରଜିତ ଭୋଜ ତାଙ୍କୁ ମାଡ଼ ମାରିବା ସହିତ ଆକ୍ରମଣ କରିଥିବା ନେଇ ମହାପାତ୍ର ଦେବଗଡ଼ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅନ୍ୟପଟେ ଉପନଗରପାଳ ଭୋଜ ମଧ୍ୟ ତାଙ୍କୁ ପୌରପରିଷଦର ନିର୍ବାହୀ ଅଧିକାରୀ ମହାପାତ୍ର ମାଡ଼ ମାରିବା, ଆକ୍ରମଣ କରିବା, ହତ୍ୟା ଧମକ ଦେବା ଏବଂ ଜାତିଆଣ ଆକ୍ଷେପ ସହିତ ଅପମାନିତ କରିଥିବା ନେଇ ପାଲଟା ଅଭିଯୋଗ କରିଥିଲେ। ଉକ୍ତ ଘଟଣାରେ ଶୁକ୍ରବାର ଉପନଗରପାଳ ଭୋଜ ଓ ସ୍ବାଧୀନ କାଉନ୍‌ସିଲର ଧର୍ମେନ୍ଦ୍ର ଦେବତା ଦେବଗଡ଼ ଆଦର୍ଶ ଥାନାରେ ଆତ୍ମସମର୍ପଣ କରିଥିବା ବେଳେ ଉକ୍ତ ଘଟଣାରେ ପୋଲିସ ସେମାନଙ୍କୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।
ଅନ୍ୟପଟେ ଉପନଗରପାଳ ଭୋଜ ତାଙ୍କୁ ପୌରପରିଷଦର ନିର୍ବାହୀ ଅଧିକାରୀ ମହାପାତ୍ରଙ୍କ ସହିତ କର୍ମଚାରୀ ଅଭିଷେକ ମିଶ୍ର ମାଡ଼ ମାରିଥିବା ନେଇ ପାଲଟା ଅଭିଯୋଗ କରିଥିଲେ। କିନ୍ତୁ ଅଭିଷେକଙ୍କ ପ୍ରତି କୌଣସି ପଦକ୍ଷେପ ପୋଲିସ ନେଇନାହିଁ କି ଗିରଫ କରି ନ ଥିବାରୁ ଏହାର ପ୍ରତିବାଦରେ ଭାଜପା ପକ୍ଷରୁ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ୱରେ ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ମଶାନ ମାଟି ତଳୁୁ ଶବ ଗାଏବ

ଭଣ୍ଡାରିପୋଖରୀ,୧୧।୪ (ରାଜେନ୍ଦ୍ର ଶତପଥୀ): ଶ୍ମଶାନରୁ ଶବ ଗାଏବ। ଗଁା ଶ୍ମଶାନରେ ମା’ଙ୍କ ମୃତଦେହ ପୋତାଯାଇଥିଲା। ଦଶାହ କର୍ମ ପାଇଁ ପୁଅ ଗଲାବେଳକୁ ଶ୍ମଶାନରେ ମୃତଦେହ ନାହିଁ।...

୪୨,୦୦୦ ନବାଗତଙ୍କୁ ନିଯୁକ୍ତି ଦେବ TCS, ଟ୍ରମ୍ପଙ୍କ ଟାରିଫ୍ ଭୟରେ ଅଟକିଲା ବେତନ ବୃଦ୍ଧି

ନୂଆଦିଲ୍ଲୀ,୧୧।୪: ପ୍ରମୁଖ ଆଇଟି କମ୍ପାନୀ ଟାଟା କନସଲଟାନ୍ସି ସର୍ଭିସେସ୍ (TCS) ଆର୍ଥିକ ବର୍ଷ ୨୦୨୬ରେ ୪୨,୦୦୦ ଫ୍ରେଶର୍(ନବାଗତ) ନିଯୁକ୍ତ କରିବ। ଅନ୍ୟପଟେ ବିଶ୍ୱ ବଜାରରେ ଅନିଶ୍ଚିତତା...

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଉପବାଚସ୍ପତି

ଭୁବନେଶ୍ୱର, ୧୧ା୪(ସୁନିତ୍‌ ମିଶ୍ର): ବର୍ତ୍ତମାନ ସମୟରେ ଓଡ଼ିଶାର ସୁନ୍ଦରଗଡ ଜିଲା ହେମଗିର ବ୍ଲକ ଓ କୋଇଡା ଅଞ୍ଚଳରେ ବ୍ୟାପକ ଭାବେ ଅବୈଧ କୋଇଲା, ଆଇରନ ଏବଂ...

ଏମ୍‌ଓୟୁକୁ ଆଉ ଥରେ କରି ବାହାବା ନେଉଛନ୍ତି: ବିଜେଡି

ଭୁବନେଶ୍ୱର, ୧୧ା୪(ସୁନିତ୍‌ ମିଶ୍ର): ନିକଟରେ ରାଜ୍ୟ ସରକାରଙ୍କ ଦ୍ୱାରା ଦିଲ୍ଲୀରେ ସ୍ବାକ୍ଷର ହୋଇଥିବା ଏମ୍‌ଓୟୁ ମଧ୍ୟରୁ ପାରାଦୀପସ୍ଥିତ ଇଣ୍ଡିଆନ ଅଏଲର ସମ୍ପ୍ରସାରଣ ସହ ସେଠାରେ ଇଣ୍ଟିଗ୍ରେଟେଡ୍‌...

ବିଜେଡି ମୁଖିଆଙ୍କ ମୁଠା ହୁଗୁଳା: ତାରା

ଭୁବନେଶ୍ୱର,୧୧।୪(ରବିନାରାୟଣ ଜେନା): ବିଜେଡିରେ ସଂପ୍ରତି ଓ୍ବକ୍‌ଫ ବିଲ୍‌କୁ ନେଇ ଯେଉଁ ରାଜନୈତିକ ଆରୋପ ପ୍ରତ୍ୟାରୋପ ଦେଖାଦେଇଛି, ସେଥିରୁ ଦଳର ନେତା ଓ କର୍ମୀଙ୍କ ଅସନ୍ତୋଷ ସ୍ପଷ୍ଟ...

ସବୁ ସହବନ୍ଧିତ ହସ୍ପିଟାଲକୁ ସରକାରଙ୍କ ନିର୍ଦ୍ଦେଶ, ନୂତନ ଆଇଟି ବ୍ୟବହାର ବେଳେ ଏସ୍‌ଓପିକୁ ଗୁରୁତ୍ୱ ଦିଅ

ଭୁବନେଶ୍ୱର,୧୧।୪(ରବିନାରାୟଣ ଜେନା): ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ ଲୋକେ ଯେପରି ଲାଭାନ୍ବିତ ହୋଇପାରିବେ ଏବଂ ହସ୍ପିଟାଲରେ...

ଝାରସୁଗୁଡ଼ା ଜିଲା ବିଜେଡି ୨ ଭାଗ, ଦୁଇ ପୂର୍ବତନ ବିଧାୟିକାଙ୍କ ମଧ୍ୟରେ ଟକରାଟକରି

ଝାରସୁଗୁଡ଼ା,୧୧।୪(ଆଶିଷ ରଞ୍ଜନ ଦାଶ): ବର୍ତ୍ତମାନ ୱକ୍‌ଫ ବିଲ୍‌କୁ ନେଇ ରାଜ୍ୟ ବିଜେଡି ଭାଗ ଭାଗ ହୋଇ ପରସ୍ପରକୁ ଦୋଷାରୋପ କରୁଥିବା ବେଳେ ଝାରସୁଗୁଡ଼ାରେ ମଧ୍ୟ ସମାନ...

ଗାଁରେ ପାଣି ନାହିଁ ବୋଲି ମିଳୁନି ବୋହୂ

ନବରଙ୍ଗପୁର,୧୧।୪(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ସାନବାର୍ଲି ପଞ୍ଚାୟତ ଅଧୀନ ବଡ଼ବାର୍ଲି ଗଁାରେ ବର୍ଷ ବର୍ଷ ଧରି ଲାଗିରହିଛି ପାଣି ସମସ୍ୟା। ପ୍ରାୟ ୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image