ନୂଆଦିଲ୍ଲୀ,୨୫।୧୨: ଆଜି ସାରା ଦେଶରେ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ ତମ ଜନ୍ମ ବାର୍ଷିକୀ ପାଳନ କରାଯାଉଛି। ବାଜପେୟୀ ଜଣେ ବଡ଼ ନେତା ତଥା ଭାରତୀୟ ରାଜନୀତିର ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଥିଲେ। ସେ ୨୫ ଡିସେମ୍ବର ୧୯୨୪ ରେ ଜନ୍ମଗ୍ରହଣ କରିଥିଲେ। ତେବେ ଆଜି ତାଙ୍କର ଜନ୍ମତିଥିରେ ଆସନ୍ତୁ ଜାଣିବା ତାଙ୍କ ଲଭ୍ଷ୍ଟୋରୀ ବିଷୟରେ। ଯେଉଁଥିରେ ସେ ଜଣେ ରାଜକୁମାରୀଙ୍କୁ ଲଭ୍ ଲେଟର୍ ଦେଇଥିଲେ।
୧୯୪୦ ଦଶକରେ ଅଟଳ ବିହାରୀ ବାଜପେୟୀ ଏବଂ ରାଜକୁମାରୀ କୌଲ ଗୱାଲିଅରର ଭିକ୍ଟୋରିଆ କଲେଜରେ ଏକାଠି ପାଠ ପଢୁଥିଲେ। ଧିରେଧିରେ ବାଜପେୟୀ ରାଜକୁମାରୀଙ୍କ ପ୍ରତି ପ୍ରେମରେ ପଡିଥିଲେ। ବାଜପେୟୀ ରାଜକୁମାରୀ କୌଲଙ୍କ ପାଇଁ ଏକ ପ୍ରେମ ପତ୍ର ଲେଖିଥିଲେ। ସେ ଏକ ବହିରେ ଚିଠିଟାକୁ ରଖି ରାଜକୁମାରୀଙ୍କୁ ପଠାଇଥିଲେ। କିନ୍ତୁ ତାଙ୍କୁ ଏହି ଚିଠିର ଉତ୍ତର ମିଳି ନଥିଲା। ରାଜକୁମାରୀ କୌଲ, ବାଜପେୟୀଙ୍କ ଚିଠିର ଉତ୍ତର ରଖିଥିଲେ, କିନ୍ତୁ ସେହି ପୁସ୍ତକ କେବେ ଅଟଳଙ୍କ ନିକଟରେ ପହଞ୍ଚି ନଥିଲା। ପରେ ରାଜକୁମାରୀ କୌଲ ବ୍ରିଜ ନାରାୟଣ କୌଲଙ୍କୁ ବିବାହ କରିଥିଲେ।