କରୋନାରେ ବାଜପେୟୀଙ୍କ ଭାଣିଜୀଙ୍କ ପରଲୋକ

ରାୟପୁର, ୨୮ା୪: କଂଗ୍ରେସ ନେତ୍ରୀ ତଥା ପୂର୍ବତନ ଏମ୍‌ପି କରୁଣା ଶୁକ୍ଳାଙ୍କ ମଙ୍ଗଳବାର ରାୟପୁରର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଭାଣିଜୀ କରୁଣା କରୋନାରେ ସଂକ୍ରମିତ ହୋଇଥିଲେ। ଏ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଟୁଇଟ୍‌ କରିବା ସହ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି। ୨ ଥର ଲୋକ ସଭା ଏମ୍‌ପି ନିର୍ବାଚିତ ହୋଇଥିବା କରୁଣା ଭାଜପା ଛାଡ଼ି ୨୦୧୩ରେ କଂଗ୍ରେସରେ ଯୋଗ ଦେଇଥିଲେ।

Share