Posted inଫୁରସତ

୬ରୁ ଊର୍ଦ୍ଧ୍ୱ ଅନ୍ତର୍ଜାତୀୟ ଗୋଲ୍ଡ ମେଡାଲ ହାସଲ କରିଥିବା ଭାଲେନା ଭାଲେଣ୍ଟିନା କହିଲେ ବିବାହ ସିକ୍ରେଟ୍‌

ସମସ୍ତେ ତାଙ୍କୁ ଜାଣନ୍ତି ‘କରାଟେ କୁଇନ୍‌’ ଭାବେ। ୨୦୧୦ ଏସିଆନ୍‌ ଗେମ୍ସରେ ବ୍ରୋଞ୍ଜ ମେଡାଲ ମ୍ୟାଚ୍‌ ପର୍ଯ୍ୟନ୍ତ ପହଞ୍ଚତ୍ପାରିଥିବା, ୨୬ରୁ ଊର୍ଦ୍ଧ୍ୱ ଅନ୍ତର୍ଜାତୀୟ ଗୋଲ୍ଡ ମେଡାଲ ହାସଲ କରିଥିବା ଏହି କରାଟେକା ହେଉଛନ୍ତି ଭାଲେନା ଭାଲେଣ୍ଟିନା। ଏଥର ଜାଣିବା ଏହି ଗ୍ଲାମର୍ସ କରାଟେକାଙ୍କ ଜୀବନର କିଛି ସିକ୍ରେଟ୍‌..
ପିଲାଦିନୁ ସାହସୀ: ପିଲାଟି ଦିନୁ ମୁଁ ଖୁବ୍‌ ସାହସୀ ଥିଲି। ଆଉ ଆତ୍ମନିର୍ଭରଶୀଳ ହେବାକୁ ପସନ୍ଦ କରୁଥିଲି। କେହି ମତେ ସ୍କୁଲ ଛାଡ଼ିବାକୁ ଆସନ୍ତୁ ତାହା ମୋର ପସନ୍ଦ ନ ଥିଲା। ସେଥିପାଇଁ ଦ୍ୱିତୀୟ ଶ୍ରେଣୀରେ ପଢ଼ିବାବେଳୁ ମାଷ୍ଟରକ୍ୟାଣ୍ଟିନରୁ ୟୁନିଟ୍‌ ୨ସ୍ଥିତ ମୋ ସ୍କୁଲକୁ ମୁଁ ନିଜେ ସାଇକେଲ ଚଲେଇକି ଯାଉଥିଲି। ମୋର ଏଭଳି ନେଚର୍‌ ଦେଖି ମୋ ମା’ବାପା ଭାବି ନେଇଥିଲେ ମୁଁ ନିଶ୍ଚୟ ସ୍ପୋର୍ଟସ୍‌ ଲାଇନ୍‌କୁ ଯିବି। ଏଭଳି ଭାବିବା ପଛରେ ଆଉ ଏକ କାରଣ ହେଉଛି ମୋ ବାପା ରାଧାରମଣ ମହାନ୍ତି ଜାତୀୟ ସ୍ତରର ଆର୍ମ ରେସଲର୍‌ ଓ ଫୁଟବଲ୍‌ ଖେଳାଳି ଥିଲେ। ମା’ ବି ସ୍କୁଲରେ ପଢ଼ିବାବେଳେ ସ୍ପୋର୍ଟସ୍‌ରେ ବହୁତ ଭଲ ଥିଲେ। ନାମକରଣ: ଭାଲେଣ୍ଟିନା ତେରେସ୍କୋଭାଙ୍କ ନାମାନୁସାରେ ମୋ ମା’ ମୋର ନାଁ ଭାଲେନା ଭାଲେଣ୍ଟିନା ରଖିଛନ୍ତି।
କରାଟେ ଟ୍ରେନିଂ ଆରମ୍ଭ:ସ୍କୁଲରେ ପଢିବାବେଳେ ସ୍ପୋର୍ଟସ୍‌ରେ ଭାଗ ନେଇ ଭଲ ପ୍ରଦର୍ଶନ କରୁଥିଲି। ତେଣୁ ଏଇ କ୍ଷେତ୍ରରେ ଆଗେଇବି ଭାବି ୬ଷ୍ଠ ଶ୍ରେଣୀରେ ପଢିବାବେଳେ କରାଟେ ଶିଖିବା ଆରମ୍ଭ କଲି। ସେତେବେଳେ କରାଟେ ପୁରୁଷ ପ୍ରାଧାନ୍ୟ ଥିଲା। ଏହି ଖେଳ ଅଲିମ୍ପିକ୍ସରେ ବି ସାମିଲ ନ ଥିଲା। ତଥାପି ମୁଁ ଏହାକୁ ବାଛିଲି। ମତେ ଲାଗେ ମୁଁ ଗୋଲ୍ଡେନ ସ୍ପୁନ ନେଇ ଜନ୍ମ ହେଇଛି। ସେଥିପାଇଁ ମୋ ମା’ ବାପା ମତେ ସବୁଥିରେ ସପୋର୍ଟ କରିଛନ୍ତି। ମୋ ବଡ଼ ଭଉଣୀ, ସାନ ଭାଇ ଭଲ ପଢନ୍ତି। କିନ୍ତୁ ମୁଁ ପଢା ପ୍ରତି ବେଶି ଧ୍ୟାନ ନ ଦେଇ ଖେଳରେ ମନ ଦେବାକୁ ନେଇ ମୋ ବାପା ମା’ କେବେ ବି ଭାଇ ଭଉଣୀ କିମ୍ବା ଅନ୍ୟ କାହା ସହ ତୁଳନା କରି ମତେ ଗାଳି ଦେଇ ନାହାନ୍ତି। ବରଂ ଯାହା ଭଲ ଲାଗୁଛି ସେଥିରେ ଆଗକୁ ବଢିବା ପାଇଁ ପ୍ରେରଣା ଦେଇଛନ୍ତି। ଖାସ୍‌ ସେମାନଙ୍କର ଏଭଳି ସପୋର୍ଟ ପାଇଁ ହିଁ ମୁଁ ଅନ୍ତର୍ଜାତୀୟ ସ୍ତରକୁ ପହଞ୍ଚତ୍ ପାରିଲି ।
ଦୁଃଖ ଆସିଛି ହେଲେ ଭାଙ୍ଗି ପଡ଼ିନି: ୨୦୧୦ ଏସିଆନ ଗେମ୍ସରେ ଅଳ୍ପକେ ବ୍ରୋଞ୍ଜ ମେଡାଲ ହରାଇବା ହେଉଛି ମୋ ଜୀବନର ସବୁଠୁ ବଡ଼ ଦୁଃଖ। ଯଦି ମେଡାଲ ପାଇ ପାରିଥାନ୍ତି ତେବେ କେବଳ ଓଡ଼ିଶା କରାଟେ ନୁହେଁ ସାରା ଭାରତର କରାଟେରେ ବଡ଼ ପରିବର୍ତ୍ତନ ଆସିଥାନ୍ତା। ଏହି ଗେମ୍‌ ଆହୁରି ହାଇଲାଇଟ୍‌ ହେଇପାରିଥାନ୍ତା। ଏହାବାଦ ୨୦୧୮ ମସିହାରେ ଓ୍ବାର୍ଲଡ ର଼୍ୟାଙ୍କିଙ୍ଗରେ ୧୧ ନମ୍ବରରେ ଥିବାରୁ ଅଲିମ୍ପିକ୍ସରେ ଟ୍ରାଏଲ ପାଇଁ ଚୟନ ହୋଇଥିଲି । ହେଲେ ଫେଡେରେଶନ୍‌ରେ ସମସ୍ୟା ପାଇଁ ଟ୍ରାଏଲ୍‌ ପାଇଁ ଯାଇପାରି ନ ଥିଲି। ଏହିସବୁ ଅବସୋସ ତ ଆଜୀବନ ରହିବ। ହେଲେ ଏଥିଯୋଗୁ ମୁଁ କେବେ ଭାଙ୍ଗି ପଡ଼ିନି। ଆଜି ବି ଚେଷ୍ଟା ଜାରି ରଖିଛି କେମିତି ପୁଣିଥରେ ସେସବୁ ଫେରି ପାଇବି। ତେଣୁ ରିଟାୟରମେଣ୍ଟ ନେଇନି। ଏବେ ମୋ ଷ୍ଟୁଡେଣ୍ଟମାନେ ବି ବିଭିନ୍ନ ଅନ୍ତର୍ଜାତୀୟ ସ୍ତରର ଟୁର୍ନାମେଣ୍ଟରେ ମେଡାଲ ପାଇ ଦେଶ ଲାଗି ଗୌରବ ଆଣିବାରେ ସଫଳ ହୋଇଛନ୍ତି। ଯେମିତି କି ଅଲିଶା ସୁବୁଦ୍ଧି ୨୨ ବର୍ଷ ପରେ ଏସିଆନ କରାଟେ ଚାମ୍ପିୟନଶିପ୍‌ରେ ଭାରତ ପାଇଁ ମେଡାଲ ନେଇ ଆସିଲେ।
ନିଜେ ଜିତିବା ନା ଷ୍ଟୁଡେଣ୍ଟ ଜିତିବା ଖୁସି ଲାଗେ
ଉଭୟର ଖୁସି ଭିନ୍ନ ଭିନ୍ନ। ଷ୍ଟୁଡେଣ୍ଟ ଜିତିଲେ ବେଶ୍‌ ଗର୍ବ ଅନୁଭବ ହୁଏ। ହେଲେ ଯେବେ ନିଜେ ଜିତେ, ଦେଶର ଗୌରବ ଲାଗି ବଜାଯାଉଥିବା ନ୍ୟାଶନାଲ ଆନ୍ଥମ୍‌ ସହ ଗଳାରେ ପଡ଼ିଥିବା ମେଡାଲର ଅନୁଭୂତିକୁ ବର୍ଣ୍ଣନା କରିହେବନି।
ଡେଲି ରୁଟିନ୍‌: ପ୍ରତିଦିନ ସକାଳ ୫ଟା ୩୦ରୁ ଉଠେ। ଫ୍ରେଶ ହେଇ କଳିଙ୍ଗ ଷ୍ଟାଡିୟମ୍‌କୁ ଯାଏ ଟ୍ରେନିଂ ପାଇଁ। ୯ଟାରେ ଫେରେ। ଏହାପରେ ୧୨.୩୦ରୁ ୨.୩୦ଟା ପର୍ଯ୍ୟନ୍ତ ଟେକ୍‌ନିକ ସେସନ୍‌ ଚାଲେ। ସନ୍ଧ୍ୟା ୭ରୁ ୯ଟା ଯାଏ ଟୁର୍ନାମେଣ୍ଟ ଭର୍ସନ ଖେଳୁ। ମୋର ଏକ କରାଟେ ସ୍କୁଲ ବି ଅଛି। ୬ବର୍ଷ ବୟସରୁ ଆରମ୍ଭ କରି ପିଲା ଏଠି ଟ୍ରେନିଂ ନିଅନ୍ତି। ସେମାନଙ୍କୁ ବି ସମୟ ଦେବାକୁ ହୁଏ।
ଗ୍ଲାମର୍ସ ଭାଲେନା: ସେରେନା ଓ୍ବିଲିୟମ୍‌, ସାନିଆ ମିର୍ଜାଙ୍କ ଷ୍ଟାଇଲିସ୍‌ ଲୁକ୍‌ ବହୁତ ଭଲ ଲାଗେ। ଆଉ ତାଙ୍କ ଭଳି ଗ୍ଲାମର୍ସ ରହିବାକୁ ମୁଁ ପସନ୍ଦ କରେ। ମୋ ମତରେ ସବୁ ସ୍ପୋର୍ଟସ୍‌ ପର୍ସନ ଗ୍ଲାମର୍ସ ହେବା ଦରକାର। କାରଣ ସେମାନେ ନିଜ ଦେଶକୁ ରିପ୍ରେଜେଣ୍ଟ କରନ୍ତି।
ଲାଇଫ୍‌ ପାର୍ଟନର: ବିବାହ ପାଇଁ ଇଣ୍ଟରେଷ୍ଟ ନାହିଁ କି କେବେ ଏକଥା ଚିନ୍ତା କରିନି। ତେବେ ବିବାହ ଯେ କରିବିନି କେବେ ମନା ବି କରିନି। ବୟଫ୍ରେଣ୍ଡ କଥା କହିଲେ ସମୟ ଦେଇ ନ ପାରିବାରୁ ଗୋଟେ ରିଲେସନ୍‌ ମୋର ଆଗେଇପାରି ନ ଥିଲା। ଆମେ କେବଳ ଭଲ ଫ୍ରେଣ୍ଡ ହେଇ ରହିଗଲୁ। ଘରେ ମଧ୍ୟ କେବେ ଚାପ ପକାଇ ନାହାନ୍ତି ବିବାହ କରିବା ପାଇଁ। ମୁଁ ଦେଖିଛି ଯେବେ ଅନ୍ତର୍ଜାତୀୟ ଖେଳାଳିର ବିଜୟ ହୁଏ ଖେଳାଳୀଙ୍କୁ ନିଜ କାନ୍ଧ ଉପରେ ତ୍ରିରଙ୍ଗାକୁ ଧାରଣ କରିବାର ସୌଭାଗ୍ୟ ମିଳେ, ଯାହାକି ସବୁଠୁ ବଡ଼ ସମ୍ମାନ। ବଞ୍ଚତ୍ଥିବାବେଳେ ଯଦି ତ୍ରିରଙ୍ଗା କାନ୍ଧରେ ପଡ଼େ ତା’ଠାରୁ ବଡ଼ କଥା ଆଉ କିଛି ନାହିଁ ବୋଲି ମୁଁ ମନେକରେ। ଯାହାକି ବିବାହଠାରୁ ବହୁ ଉର୍ଦ୍ଧ୍ୱରେ।
କୋଉଥିରେ ବେଶି କମ୍ପ୍ଲିମେଣ୍ଟ ମିଳେ ଗ୍ଲାମର୍ସ ଲୁକ୍‌ ପାଇଁ ନା କରାଟେ ପାଇଁ: ଲୋକେ ପ୍ରଥମେ ମତେ ମୋ ଖେଳରେ ଭଲ ପ୍ରଦର୍ଶନ ପାଇଁ ଜାଣିଲେ। ଦେଶ ପାଇଁ ମେଡାଲ ଆଣିବାରୁ ମତେ ପସନ୍ଦ କଲେ। ଆଉ ମୋ ଷ୍ଟାଇଲ୍‌ ବି ସମସ୍ତଙ୍କୁ ଭଲ ଲାଗିଲା। କହିବାକୁ ଗଲେ କରାଟେ ମୋ ପରିଚୟ । ତେଣୁ ଆଜି ଯିଏ ବି ମୋ ଲୁକ୍‌କୁ ପସନ୍ଦ କରୁଛନ୍ତି କେବଳ ମୋ ଖେଳର ଆଚିଭ୍‌ମେଣ୍ଟ ପାଇଁ।
କରାଟେକା ନ ହୋଇଥିଲେ: କରାଟେକା ନ ହୋଇଥିଲେ ମଡେଲିଂ କରିଥାଆନ୍ତି। ମୋର ଏଇ ସ୍ବପ୍ନ ବି ପୂରଣ ହୋଇପାରିଛି ମୋ ଡିଜାଇନର୍‌ଙ୍କ ପାଇଁ। ତାଙ୍କ ଶୋ’ରେ ମୁଁ ଶୋ’ ଷ୍ଟପର୍‌ ହେଇ ର଼୍ୟାମ୍ପରେ ଚାଲିଛି।
ପ୍ରିୟ ଖାଦ୍ୟ: ଚିକେନ ବିରୟାନୀ ମୋର ସବୁଠୁ ପ୍ରିୟ । ମୁଁ ଜମାରୁ ଡାଏଟ କରେନା। ମୋ ମତରେ ଭଲ ଖାଇଲେ ମନ ଖୁସି ରହେ। ଆଉ ଟ୍ରେନିଂ ବି ଭଲରେ ହୁଏ।
ପସନ୍ଦର ଗେଟ୍‌ଅପ୍‌: ଶାଢ଼ି ପିନ୍ଧିବାକୁ ବେଶି ଭଲ ଲାଗେ। ତେଣୁ ପାର୍ଟି, ଫଙ୍କ୍‌ସନ୍‌ରେ ମୁଁ ଶାଢ଼ି ପିନ୍ଧେ।
ରୋଷେଇ: ଖାଇବା ମୋର ପସନ୍ଦ। ଆଉ ରୋଷେଇ ଭଲ ହେଇଛି କି ନା ତାହା ବି ମୁଁ କହିପାରେ। ହେଲେ ରୋଷେଇ ଆସେନା। ଖାଲି ଯାହା କଫି, ଚା’ କରିଆସେ।
ଶପିଂ କେତେ ପସନ୍ଦ: ଶପିଂ କରିବାକୁ ଭଲ ଲାଗେନା। ମତେ ଲାଗେ ଏଥିରେ ସମୟ ଅଯଥା ନଷ୍ଟ ହୁଏ। କିନ୍ତୁ ୟୁନିକ ପିନ୍ଧିବା ମୋର ନେଚର୍‌। ତେଣୁ ଡିଜାଇନର୍‌ ଜାହିଦା ଏହମ୍ମଦଙ୍କ ଦ୍ୱାରା ସ୍ବତନ୍ତ୍ରଭାବେ ପୋଷାକ ଡିଜାଇନ୍‌ କରି ମୁଁ ପିନ୍ଧେ।
ହବି: ବାଇକ ଚଳାଇବା, ପେଣ୍ଟିଂ କରିବା।
ସ୍ବପ୍ନ: ଦ୍ରୋଣାଚାର୍ଯ୍ୟ ଆଓ୍ବାର୍ଡ ପାଇବା ମୋର ସ୍ବପ୍ନ।
ଆଶା ଅଛି ମେଡାଲ ଆଣିବୁ: ଆଗାମୀ ନଭେମ୍ବରରେ କମନଓ୍ବେଲ୍ଥ କରାଟେ ଚାମ୍ପିୟନଶିପ୍‌ ଅଛି; ଯେଉଁଥିରେ ଭାଗ ନେବାକୁ ମୁଁ ଓ ମୋ ଷ୍ଟୁଡେଣ୍ଟ ମିଶି ୧୪ ଜଣ ଯାଉଛୁ। ଆଶା ରଖିଛୁ ଦେଶ ପାଇଁ ମେଡାଲ ନିଶ୍ଚୟ ଆଣିବୁ।

– ଶିବାନୀ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଗଧ ପିଠିରେ ବସି ବାସ୍କେଟବଲ୍‌

ବାସ୍କେଟବଲ୍‌ ଖେଳକୁ ଅନେକେ ଭଲ ପାଆନ୍ତି। ସାଙ୍ଗସାଥୀଙ୍କ ସହ ଟିମ୍‌ ହୋଇ ଅନେକେ ଖେଳିଥିବେ ମଧ୍ୟ। ହେଲେ ଏଠାରେ ଯେଉଁ ବାସ୍କେଟ୍‌ ବଲ କଥା କୁହାଯାଉଛି...

ଏହି ଏଫ୧ କାର୍‌କୁ ଖାଇଛନ୍ତି କି

ଏଫ୍‌୧ କାର୍‌ ରେସ୍‌ ଦେଖିବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। ଏହାକୁ ଦେଖିବାବେଳେ ମନରେ ଜୋଶ୍‌ ଭରିଯାଏ। ହେଲେ ଏହା ଏକ ବିପଜ୍ଜନକ ଖେଳ। ଏହାର...

ନିଜ ପେଟରେ ନିଜ ଯମଜ: ପୁରୁଷ ପେଟ ଭିତରେ ମଣିଷ ଛୁଆ

ମହାରାଷ୍ଟ୍ର, ନାଗପୁରର ସଞ୍ଜୁ ଭଗତଙ୍କ ଜୀବନ କାହାଣୀ ବେଶ୍‌ ଅଜବ। ୧୯୬୩ରେ ତାଙ୍କର ଜନ୍ମ। ପ୍ରଥମେ ତ ସେ ଅନ୍ୟ ପିଲାଙ୍କ ପରି ସାଧାରଣ ପିଲାଟିଏ...

ସାହିତି୍ୟକ ତଥା ଶିକ୍ଷାବିତ୍‌ ଶ୍ରୀବିଷ୍ଣୁପ୍ରସାଦ ଦଳେଇ ନିଜ ପ୍ରଥମ ରୋଜଗାର ସମ୍ପର୍କରେ କ’ଣ କୁହନ୍ତି ଜାଣନ୍ତୁ

ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଡକ୍ଟର ମାୟାଧର ମାନସିଂହଙ୍କ ଭିଟାମାଟି କୁହାଯାଉଥିବା ନନ୍ଦଳା ଗ୍ରାମରେ ମୋ ଜନ୍ମ। ଯୌଥ ପରିବାରରେ ବଢିଛି; ତେଣୁ ସବୁ...

ଜାଣନ୍ତୁ କାହିଁକି ପାଳନ କରାଯାଏ ବିଶ୍ୱ ପରିସଂଖ୍ୟାନ ଦିବସ

୨୦ ଅକ୍ଟୋବରରେ ସାରା ବିଶ୍ୱରେ ପରିସଂଖ୍ୟାନ ଦିବସ ପାଳନ କରାଯାଏ। ମାତ୍ର ଭାରତରେ ଜାତୀୟ ପରିସଂଖ୍ୟାନ ଦିବସ ୨୯ ଜୁନ୍‌ରେ ପାଳନ କରାଯାଏ। ମିଳିତ ଜାତିସଂଘର...

ମୁଁ ଆପଣଙ୍କୁ ଭୋଟ ଦେଇଛି, ଏବେ ମୋ’ ପାଇଁ କନ୍ୟାଟିଏ ଖୋଜି ଦିଅନ୍ତୁ; ବିଧାୟକଙ୍କୁ ପେଟ୍ରୋଲ ପମ୍ପ କର୍ମଚାରୀ କଲେ ଅପିଲ୍‌…

ଲକ୍ଷ୍ନୌ,୧୮।୧୦: ମୁଁ ଆପଣଙ୍କୁ ଭୋଟ ଦେଇଛି, ଏବେ ମୋ ପାଇଁ ବଧୂଟିଏ ଖୋଜି ଦିଅନ୍ତୁ। ଏହା ହେଉଛି ଜଣେ ବିଧାୟକଙ୍କୁ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଅପିଲ।...

ଦୃଷ୍ଟିହୀନ ଲୋକଙ୍କ ସାହାରା-ଧଳା ବାଡ଼ି

ପ୍ରତିବର୍ଷ ଅକ୍ଟୋବର ୧୫ରେ ସାରା ବିଶ୍ୱରେ ହ୍ବାଇଟ କେନ ଡେ’ ବା ବିଶ୍ୱ ଧଳା ବାଡ଼ି ଦିବସ ପାଳନ କରାଯାଏ। ଦୃଷ୍ଟିହୀନ ଓ କମ୍‌ ଦୃଷ୍ଟିସମ୍ପନ୍ନ...

ଏମିତି ଇସ୍ତଫା ପତ୍ର ଲେଖିଲେ କର୍ମଚାରୀ, ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୫।୧୦: ସୋସିଆଲ ମିଡିଆରେ ଅନେକ ସମୟରେ ଅଜବ ଉପାୟରେ ଲେଖାଯାଇଥିବା ଚାକିରି ଅଫର କିମ୍ବା ଇସ୍ତଫା ପତ୍ର ଭାଇରାଲ ହୁଏ। କେତେକରେ, କର୍ମଚାରୀମାନେ ସେମାନଙ୍କର ଯନ୍ତ୍ରଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri