Categories: ଜାତୀୟ

‘ଭାଲେଣ୍ଟାଇନ ଡେ’ ପୂର୍ବରୁ କ୍ରାନ୍ତିସେନାର ଲାଠି ପୂଜା, ଲଭ୍ ଜିହାଦକୁ ନେଇ ସଂଗଠନ କହିଲା ଏହି କଥା

ନୂଆଦିଲ୍ଲୀ,୧୦।୨: ଶନିବାର ଉତ୍ତରପ୍ରଦେଶର ମୁଜାଫରନଗରରେ କ୍ରାନ୍ତି ସେନା ନିଜ କାର୍ଯ୍ୟାଳୟରେ ସେମାନଙ୍କର ଲାଠିକୁ ତେଲ ଦେଇ ପୂଜା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପୁରୁଷ ଏବଂ ମହିଳା ସଦସ୍ୟମାନେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ କ୍ରାନ୍ତି ସେନା କହିଛି ଯେ ‘ଭାଲେଣ୍ଟାଇନ୍ସ ଡେ’ ନାମରେ କିଛି ଲୋକ ଝିଅମାନଙ୍କୁ ଅସଦାଚରଣ କରୁଛନ୍ତି। ଏହା ସହିତ ଲଭ୍ ଜିହାଦ ମଧ୍ୟ ବିସ୍ତାର କରୁଛନ୍ତି। ତେଣୁ ସେମାନଙ୍କୁ ଏକ ଶିକ୍ଷା ଦେବା ପାଇଁ ଲାଠି ପୂଜା କରାଯାଇଛି।

କ୍ରାନ୍ତିସେନା ପ୍ରଦେଶ ଅଧ୍ୟକ୍ଷ ମନୋଜ ସଇନି କହିଛନ୍ତି ଆମେ ସେ ସମସ୍ତଙ୍କୁ ଚେତାବନୀ ଦେବାକୁ ଚାହୁଁଛୁ, ଯେଉଁମାନେ ଭାଲେଣ୍ଟାଇନ ଡେ ଆଳରେ ଝିଅ ମହିଳା ମାନଙ୍କ ସହିତ ଅସଦାଚରଣ କରୁଛନ୍ତି। ତେବେ ମହିଳାଙ୍କ ଜୀବନ ଖରାପ କରୁଥିବା ଲୋକମାନେ ସୁଧୁରି ଯାଆନ୍ତୁ। ନ ହେଲେ ଆମ ଉପାୟରେ ସେମାନଙ୍କୁ ସୁଧାରିବାକୁ ପଡିବ। ଏହାସହିତ ସମସ୍ତ ରେଷ୍ଟୁରାଣ୍ଟ ଗୁଡିକୁ ମଧ୍ୟ କୁହାଯାଇଛି, ଏହି ଦିନ ସେମାନେ କୌଣସି ଅଶ୍ଳୀଳ ଆୟୋଜନ ନ କରନ୍ତୁ।

Share