ଆଜିଠୁ ଆରମ୍ଭ ‘ଭ୍ୟାଲେଣ୍ଟାଇନ୍‌ ଓ୍ବିକ୍‌’; ଜାଣନ୍ତୁ କେଉଁ ଦିନ ପାଳନ ହେବ କେଉଁ ଡେ’…

ଆଜିକାଲିର ଯୁବପୀଢ଼ିଙ୍କ ମଧ୍ୟରେ ‘ଭ୍ୟାଲେଣ୍ଟାଇନ୍‌ ଡେ’କୁ ନେଇ ଉତ୍ସାହ ଅଧିକ। ଏହିଦିନ ପ୍ରେମରେ ପଡ଼ିଥିବା ଯୋଡ଼ି ଭଲପାଇବାକୁ ସେଲିବ୍ରେଟ୍‌ କରିଥାନ୍ତି। ହେଲେ ଏହାପୂର୍ବରୁ ମଧ୍ୟ କିଛି ସ୍ବତନ୍ତ୍ର ଦିନ ରହିଥାଏ, ଯାହାକୁ ଭ୍ୟାଲେଣ୍ଟାଇନ୍‌ ଓ୍ବିକ୍‌(ସପ୍ତାହ) ନାମ ଦିଆଯାଇଛି। ଆଜିଠାରୁ ଅର୍ଥାତ ଫେବୃୟାରୀ ୭ରୁ ଏହି ‘ଲଭ୍‌ ଓ୍ବିକ୍‌’ ଆରମ୍ଭ ହୋଇଥିବା ବେଳେ ଫେବୃୟାରୀ ୧୪ ଯାଏ ଚାଲିବ।

‘ଲଭ୍‌ ଓ୍ବିକ୍‌’ର ପ୍ରଥମ ଦିନ ‘ରୋଜ୍‌ ଡେ’ ହୋଇଥାଏ। ଏହାପରେ ପ୍ରପୋଜ୍‌ ଡେ, ଚକୋଲେଟ୍‌ ଡେ, ଟେଡି ଡେ୍‌, ପ୍ରୋମିସ୍‌ ଡେ, ହଗ୍‌ ଡେ, କିସ୍‌ ଡେ ଏବଂ ଶେଷ ଦିନ ଭ୍ୟାଲେଣ୍ଟାଇନ୍‌ ଡେ’ ହୋଇଥାଏ।

ରୋଜ୍‌ ଡେ୍‌ରେ ନିଜ ସାଥୀ ଗୋଲାପ ଦେଇଥାନ୍ତି ପ୍ରେମିକ/ପ୍ରେମିକା। ପ୍ରପୋଜ୍‌ ଡେ’ରେ ପରସ୍ପରକୁ ପ୍ରେମ ବ୍ୟକ୍ତ କରିଥାନ୍ତି। ଏପରିକି କେହି କେହି ଏହି ଦିନ ନିଜ ପସନ୍ଦର ଯୁବକ/ଯୁବତୀଙ୍କୁ ପ୍ରପୋଜ କରିବାକୁ ଅପେକ୍ଷା କରି ରହିଥାନ୍ତି । ଚକୋଲେଟ୍‌ ଡେ’ରେ ସାଥୀଙ୍କୁ ମନ ପସନ୍ଦର ଚକୋଲେଟ୍‌ ଦେଇଥାନ୍ତି। ଟେଡି ଡେରେ ଯୁବତୀମାନଙ୍କୁ ସୁନ୍ଦର କଣ୍ଢେଇ ଦେଇ ମନ କିଣିଥାନ୍ତି। ସେହିଭଳି ପ୍ରୋମିସ୍‌ ଡେ’ରେ ବିବାହିତ ଯୋଡ଼ି ପରସ୍ପରକୁ ସାରା ଜୀବନ ଭଲପାଇବାକୁ ପ୍ରତିଶ୍ରୁତି ଦେିତଶନ୍ତି। ହଗ୍‌ ଡେ‘ରେ ପରସ୍ପରକୁ ଆଲିଙ୍ଗନ କରି ପ୍ରେମ ବ୍ୟକ୍ତ କରିବା ସହ ଜୀବନରେ ତାଙ୍କ ସ୍ଥାନ କେତେ ଜରୁରୀ କୁହାଯାଏ। କିସ୍‌ ଡେ’ରେ ମଥାକୁ ଚୁମ୍ବନ କରାଯାଇଥାଏ। ଶେଷ ଦିନ ଅର୍ଥାତ ଭ୍ୟାଲେଣ୍ଟାଇନ୍‌ ଡେରେ ସମସ୍ତେ ନିଜ ନିଜ ସାଥୀଙ୍କ ସହ ଅଧିକ ସମୟ ବିତାଇବା ସହ ସ୍ବତନ୍ତ୍ର ଫିଲ୍‌ କରାଯାଇଥାଏ।