
ନୂଆଦିଲ୍ଲୀ,୧୪।୨: IPL ପ୍ରତିଷ୍ଠାତା ତଥା ଏହାର ପୂର୍ବତନ ଅଧ୍ୟକ୍ଷ ଲଲିତ ମୋଦିଙ୍କ ଲଭଷ୍ଟୋରୀରେ breakup । ଅଭିନେତ୍ରୀ Sushmita Sen ଓ ଲଲିତ ମୋଦିଙ୍କ ମଧ୍ୟରେ ଆଉ ପ୍ରେମ ସମ୍ପର୍କ ନାହିଁ । ଲଲିତ ମୋଦିଙ୍କୁ ମିଳିଛି ନୂଆ ପ୍ରେମିକା । ତେବେ Valentine’s Day ରେ ପ୍ରେମିକାଙ୍କ ବିଷୟରେ ଖୁଲାସା କରିଛନ୍ତି। ତେବେ ତାଙ୍କର ଏକାଧିକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।
View this post on Instagram
Valentine’s Day ରେ ନିଜ ଇନଷ୍ଟାଗ୍ରାମ ହାଣ୍ଡଲରେ ନୂଆ ପ୍ରେମିକାଙ୍କ ଫଟୋ ଶେୟାର କରିଛନ୍ତି Lalit Modi । ଏତିସହ ତାଙ୍କୁ ପ୍ରେମଭରା ଗୋଟିଏ ମେସେଜ ମଧ୍ୟ ଦେଇଛନ୍ତି। କହିରଖୁଛୁ କି, ୧୯୯୧ରେ ମିନାଲ ମୋଦିଙ୍କୁ ବିବାହ କରିଥିଲେ ଲଳିତ ମୋଦି । ତେବେ ୨୦୧୮ରେ କ୍ୟାନସରରେ ମିନାଲଙ୍କର ମୃତ୍ୟୁ ହୋଇଛି । ମିନାଲଙ୍କ ମୃତ୍ୟୁ ପରେ ଅଭିନେତ୍ରୀ ସୁସ୍ମିତା ସେନଙ୍କ ପ୍ରେମରେ ପଡ଼ିଥିଲେ ଲଲିତ ମୋଦି ।
ମାଳଦୀପ ଯାଇଥିବା ବେଳର ବହୁ ଫଟୋ ୨୦୨୨ରେ ସେ ତାଙ୍କ X ହାଣ୍ଡଲରେ ଶେୟାର୍ କରିଥିଲେ । ସୁସ୍ମିତା ସେନ ମଧ୍ୟ ଫଟୋରେ ନିଜର ବେଟର୍ ହାଫ ବୋଲି ଲେଖିବାକୁ ଭୁଲି ନଥିଲେ ସେ । ତେବେ କିଛିଦିନ ପରେ ଆକାଉଣ୍ଟର ବାୟୋଡାଟା ବଦଳାଇ ଦେଇଥିଲେ ସେ । ଧୀରେ ଧୀରେ ଆକାଉଣ୍ଟରୁ ସୁସ୍ମିତା ଓ ସୁସ୍ମିତାଙ୍କ ସହ ତାଙ୍କର ଥିବା ସମସ୍ତ ଫଟୋ ହଟାଇ ଦେଇଥିଲେ । ଆଉ ୨୦୨୫ ଭାଲେଣ୍ଟାଇନ୍ସ ଡେ’ରେ ନୂଆ ପ୍ରେମିକାଙ୍କ ସହ ଏକାଧିକ ଫଟୋ ଛାଡ଼ିଛନ୍ତି ସେ ।