Categories: ବାଣିଜ୍ୟ

ଜୟଆଲୁକ୍କାସ ପକ୍ଷରୁ ଭାଲେଣ୍ଟାଇନ୍‌ ସ୍ବତନ୍ତ୍ର ‘ବି ମାଇନ’ ଉନ୍ମୋଚିତ

ନୂଆଦିଲ୍ଲୀ,୮।୨: ଅନ୍ତରାଷ୍ଟ୍ରୀୟ ଅଳଙ୍କାର ବ୍ରାଣ୍ଡ୍‌ ଜୟଆଲୁକ୍କାସ ପକ୍ଷରୁ ଭାଲେଣ୍ଟାଇନ୍ସ ଡେ ସ୍ବତନ୍ତ୍ର କଲେକ୍ସନ ‘ବି ମାଇନ’ର ଉନ୍ମୋଚନ କରାଯାଇଛି। ଏପରିକି ଚଳିତ ବର୍ଷର ଭାଲେଣ୍ଟାଇନ୍‌ ଡେକୁ ଅଧିକ ରଙ୍ଗିନ ଓ ସ୍ବତନ୍ତ୍ର କରିବା ପାଇଁ ପ୍ରତିଷ୍ଠାନ ଅନେକ ପ୍ରକାର ଡିଜାଇନ ସମ୍ଭାର ଉପଲବ୍ଧ କରାଇଛି। ବିଶେଷକରି ଚଳିତ ବ୍ରାଣ୍ଡ୍‌ ପକ୍ଷରୁ ଭାଲେଣ୍ଟାଇନ୍ସ ଡେ ଅବସରରେ ଆକର୍ଷଣୀୟ ଅଫର ଓ ରିହାତି ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ହୀରା ଗହଣାର ଅଳଙ୍କାର ଉପରେ ୨୫% ରିହାତି ପ୍ରଦାନ କରାଯାଉଛି। ଏହି ସ୍ବତନ୍ତ୍ର ଅପର ଚଳିତ ମାସ ୧୪ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ରହିବ। ଏ ସମ୍ପର୍କରେ ଜୟଆଲୁକ୍କାସର ଏମ୍‌ଡି ଜୟ ଆଲୁକ୍କାସ କହିଛନ୍ତି, ଚଳିତ ବର୍ଷର ଭାଲେଣ୍ଟାଇନ୍ସ ଡେକୁ ଅଧିକ ଆକର୍ଷଣୀୟ ଓ ରୋମାଞ୍ଚତ୍ତ କରିବା ପାଇଁ ‘ବି ମାଇନ’ର ଶୁଭାରମ୍ଭ କରାଯାଇଛି। ଏହା ଜରିଆରେ ଆମେ ସବୁ ବର୍ଗର ଗ୍ରାହକଙ୍କ ନିକଟତର ହେବା ସହ ପ୍ରେମର ପର୍ବକୁ ମଧ୍ୟ ପାଳନ କରିବାରେ ସହାୟକ ହେବୁ ବୋଲି ସେ ମତପ୍ରକାଶ କରିଛନ୍ତି।

Share