ନୂଆଦିଲ୍ଲୀ,୨୧।୨: ସଡ଼କ ପରିବହନ ମନ୍ତ୍ରଣାଳୟ ଡ୍ରାଇଭିଂ ଲାଇସେନ୍ସ, ଲନର୍ସ ଲାଇସେନ୍ସ ଏବଂ କଣ୍ଡକ୍ଟର ଲାଇସେନ୍ସର ବୈଧତା ମିଆଦ ପୂର୍ଣ୍ଣ ହୋଇଥିବା ଲୋକଙ୍କୁ ବଡ ଆଶ୍ୱସ୍ତି ଦେଇଛି। ବର୍ତ୍ତମାନ ଲାଇସେନ୍ସର ବୈଧତା ଅବଧି ୨୯ ଫେବୃଆରୀ ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛି।
ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ବିଜ୍ଞପ୍ତିରେ କହିଛି ଯେ, ସାରଥୀ ପୋର୍ଟାଲ (https: //sarathi.pariva han.gov. In)ରେ ଭିତ୍ତିଭୂମି ସମ୍ବନ୍ଧୀୟ କାରଣ ହେତୁ ଆବେଦନକାରୀଙ୍କୁ ଜାନୁୟାରୀ ୩୧ରୁ ଫେବୃଆରୀ ୧୨ ଯାଏ ଲାଇସେନ୍ସ ସମ୍ବନ୍ଧୀୟ ସେବା ପାଇବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି।
ପରିବହନ ପୋର୍ଟାଲରେ ନାଗରିକମାନେ ସମ୍ମୁଖୀନ ହେଉଥିବା ଅସୁବିଧାକୁ ଧ୍ୟାନରେ ରଖି ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି ଯେ ଲର୍ନର ଲାଇସେନ୍ସ, ଡ୍ରାଇଭିଂ ଲାଇସେନ୍ସ ଏବଂ କଣ୍ଡକ୍ଟର ଲାଇସେନ୍ସର ବୌଧତାକୁ ବୃଦ୍ଧି କରାଯାଇଛି।