ଲକ୍ଷପତି ଭିକାରୀଙ୍କ ଭୋକରେ ମୃତ୍ୟୁ, ପାଖରୁ ମିଳିଲା ଲକ୍ଷ ଲକ୍ଷ ଟଙ୍କା

ବଲସାଡ,୬।୧୨: ରାସ୍ତାରେ ଯିବାଆସିବା ସମୟରେ ଆପଣ ଭିକାରୀଙ୍କୁ ନିହାତି ଭେଟୁଥିବେ। ପେଟ ପୋଷିବା ପାଇଁ ସେମାନେ ରାସ୍ତାକଡରେ ବସି ଭିକ ମାଗିଥାନ୍ତି। ଭିକରୁ ମିଳୁଥିବା ୩୦-୪୦ଟଙ୍କାକୁ ନେଇ ସେମାନେ ଓଳିଏ ଖାଇଲେ ଓଳିଏ ଉପାସ ରୁହନ୍ତି। ହେଲେ ଆପଣ କେବେ ଲକ୍ଷପତି ଭିକାରୀ କଥା ଶୁଣିଛନ୍ତି। ଲକ୍ଷଲକ୍ଷ ଟଙ୍କା ଥାଇ ମଧ୍ୟ ସେ ଭୋକରେ ମରିଯାଇଛନ୍ତି।

ଗୁଜରାଟର ବଲସାଡ ଜିଲାରେ ଜଣେ ଲକ୍ଷପତି ଭିକାରୀଙ୍କର ଭୋକରେ ଜୀବନ ଚାଲିଯାଇଛି। ମୃତ୍ୟୁ ପରେ ଭିକାରୀଙ୍କ ପାଖରୁ ୧ଲକ୍ଷରୁ ଅଧିକ ନଗଦ ରାଶି ମିଳିଛି। କିନ୍ତୁ
ଅନେକ ଦିନ ଧରି ଭୋକିଲା ରହିବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏପର୍ଯ୍ୟନ୍ତ ମୃତ ଭିକାରୀଙ୍କ ପରିଚୟ ମିଳିପାରି ନାହିଁ । ତାଙ୍କ ନିକଟରୁ ୫୦୦, ୨୦୦ ଓ ୧୦୦ ଟଙ୍କାର ବିଡା ବିଡ଼ା ନୋଟ ମିଳିଛି ।

ସୂଚନାସାରେ, ୫୦ ବର୍ଷୀୟ ଭିକାରୀଙ୍କୁ ରବିବାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ପରେ ତାଙ୍କ ନିକଟରୁ ୧.୧୪ ଲକ୍ଷ ଟଙ୍କା ନଗଦ ରାଶି ମିଳିଥିଲା । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରେ ଭୋକିଲା ରହିବାରୁ ମୃତ୍ୟୁ ହୋଇଥିବା ଜଣାପଡିଛି। ପୋଲିସ ଏହି ମାମଲାରେ ତଦନ୍ତ ଜାରି ରଖିଥିବାବେଳେ ମୃତକଙ୍କ ପରିଚୟ ମିଳିପାରି ନାହିଁ ।

ରିପୋର୍ଟ ଅନୁସାରେ, ରବିବାର ଜଣେ ଦୋକାନୀ ଜରୁରୀକାଳୀନ ସେବା ୧୦୮ରୁ କଲ କରିଥିଲେ । ଭିକାରୀ ଜଣକ ଗାନ୍ଧୀ ପୁସ୍ତକାଳୟ ପାର୍ଶ୍ୱ ରାସ୍ତରେ କିଛି ଦିନ ଧରି ଗୋଟିଏ
ସ୍ଥାନରେ ପଡ଼ି ରହିଥିବା ଦୋକାନୀ କହିଥିଲେ। ଏହାପରେ ଜରୁରୀକାଳୀନ ଟିମ ପହଞ୍ଚି
ପ୍ରାଥମିକ ଯାଞ୍ଚ ପରେ ଭିକାରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଯେଉଁଠି ତାଙ୍କର ମୃତ୍ୟୁ ହୋଇଥିଲା।

Share