Categories: ଜାତୀୟ

ହିଂସାକାରୀଙ୍କଠାରୁ ଆଦାୟ ହେବ ନଷ୍ଟ ସମ୍ପତ୍ତିର ମୂଲ୍ୟ

ଲକ୍ଷ୍ନୌ୍‌, ୧୩ା୬: ପ୍ରଫେଟ୍‌ ମହମ୍ମଦଙ୍କ ଉପରେ ଭାଜପା ପୂର୍ବତନ ମୁଖପାତ୍ର ନୂପୁର ଶର୍ମା ଓ ନବୀନ ଜିନ୍ଦଲଙ୍କ ବିବାଦୀୟ ମନ୍ତବ୍ୟକୁ କେନ୍ଦ୍ର କରି ହିଂସା ଘଟାଇଥିବା ବ୍ୟକ୍ତିମାନେ ଜନସାଧାରଣଙ୍କ ସମ୍ପତ୍ତି ନଷ୍ଟ ବାବଦ ଦେୟ ଭରିବେ ବୋଲି ଉତ୍ତରପ୍ରଦେଶ ପୋଲିସ କହିଛି। ଏହି ଘଟଣାରେ ୟୁପିରେ ମୋଟ ଗିରଫଦାରୀ ସଂଖ୍ୟା ୩୦୬ରେ ପହଞ୍ଚିଛି।

ଫଟୋ ଓ ଭିଡିଓ ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇ ଗିରଫ ପ୍ରକ୍ରିୟା ଚାଲିଛି। ବିଶୃଙ୍ଖଳାକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଚେତାବନୀ ଦେବା ପରେ ଦ୍ୱିତୀୟ ଦିନ ପାଇଁ ବୁଲ୍‌ଡୋଜର ଦ୍ୱାରା ଅଭିଯୁକ୍ତଙ୍କ ଘର ଭଙ୍ଗାଯାଇଛି। ହିଂସାକାଣ୍ଡ ଅଭିଯୁକ୍ତ ରାଜନେତା ଜାଭେଦ ମହମ୍ମଦଙ୍କ ଏକ ବେଆଇନ ଘର ଭଙ୍ଗାଯାଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି। ଉଚ୍ଛେଦପୂର୍ବରୁ ତାଙ୍କ ଘରେ ସର୍ଚ୍ଚ ଅପରେଶନବେଳେ ୨ଟି ବନ୍ଧୁକ ଏବଂ ଅନ୍ୟ ଗୁରୁିବପୂର୍ଣ୍ଣ ଦସ୍ତାବିଜ୍‌ ମିଳିଥିବା ପୋଲିସ କହିଛି। ଶନିବାର ରାତିରେ ତାଙ୍କ ଘର ବାହାରେ ଏକ ପୋଷ୍ଟର ମରାଯାଇଥିଲା।

ଗତ ମେ’ରେ ଜାଭେଦଙ୍କ ଘର ଭଙ୍ଗାଯିବା ନିମନ୍ତେ ଜାରି ହୋଇଥିବା ଏକ ନୋଟିସ୍‌ର ଉତ୍ତର ସେ ଦେଇ ନ ଥିବା ପୋଷ୍ଟରରେ ଦେଖିବାକୁ ମିଳିଥିଲା। ସେହିପରି ଦିଲ୍ଲୀ ଜମା ମସ୍‌ଜିଦ୍‌ ବାହାରେ ବିକ୍ଷୋଭ କରିଥିବା ୨ ଜଣଙ୍କୁ ଗିରଫ କରାଯାଇଛି।

 

Share