ଗଣତନ୍ତ୍ରର ମୂଲ୍ୟବୋଧ ଓ ଆଜିର ଗଣତନ୍ତ୍ର

ପରାଧୀନ ରାଷ୍ଟ୍ରଟି ସ୍ବାଧୀନ ହେବା ଏବଂ ଶାସନ ବ୍ୟବସ୍ଥାରେ ଭିତ୍ତିପ୍ରସ୍ତର ସ୍ଥାପନରେ ଯେଉଁମାନଙ୍କ ତ୍ୟାଗ ଓ ବଳିଦାନ ଆମକୁ ସ୍ବାଧୀନତାର ସ୍ବାଦ ଚଖାଇଛି ସେମାନଙ୍କୁ ଯେତେ ପ୍ରଶଂସା କଲେ ମଧ୍ୟ ଶବ୍ଦକୋଷରେ ଶବ୍ଦର ଅଭାବ ପଡ଼ିବ। ସେହି ମହାମନୀଷୀମାନଙ୍କ ଅଦମ୍ୟ ସାହସ, ନିର୍ଭୀକତା, ମନ ଭିତରେ ଉଙ୍କିମାରୁଥିବା ‘ପରାଧୀନ ଜର୍ଜରିତ ଦୁଃଖରୁ ବର୍ତ୍ତିବା’ର ପଣ, ଶେଷରେ ଇଂରେଜମାନଙ୍କୁ ଦେଶ ଛାଡ଼ିବାକୁ ବାଧ୍ୟ କରିଥିଲା, ସେଦିନ ଥିଲା ୧୯୪୭ ଅଗଷ୍ଟ ୧୪ର ମଧ୍ୟରାତ୍ରି। ପରଦିନ ଅର୍ଥାତ୍‌ ୧୫ ତାରିଖ ସକାଳୁ ସମସ୍ତ ଭାରତୀୟ ଖୁସିରେ ଆତ୍ମହରା ହୋଇ ସ୍ବତଃ ଗାଇଲେ ‘ଆମେ ଚଳାଇବା ଦେଶ ଆମରି, ଆମରି ନାଆରେ ଆମେ ନାଉରି’। ଯେଉଁଥିପାଇଁ ଭାରତୀୟଙ୍କ ଛାତି ଆଜି ଗର୍ବରେ ଫାଟିପଡୁଛି କେବଳ ସ୍ବାଧୀନ ଭାରତର ନାଗରିକ ବୋଲି। ଏହି ମହାସଂଗ୍ରାମକୁ ଜିତିବାକୁ ଯାହାକୁ ମୁଖ୍ୟ ଆୟୁଧ କାରାଯାଇଥିଲା ତାହା ହେଉଛି ‘ଅହିଂସା’। ଯେଉଁ ଅହିଂସା ନୀତି ପାଇଁ ଆଜି ସେ ସମସ୍ତ ଭାରତୀୟଙ୍କ ହୃଦୟରେ ଚିରଞ୍ଜୀବୀ ଓ ଜାତିର ପିତା ରୂପେ ସର୍ବପୂଜିତ, ସେ ହେଉଛନ୍ତି ‘ମହାତ୍ମା ଗାନ୍ଧୀ’। ଦେଶର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ଓ ଲୋକଙ୍କ ମଧ୍ୟରେ ସମ୍ପର୍କ ସୁଦୃଢ଼ ସହିତ ଶୃଙ୍ଖଳା ବଜାୟ ରଖିବା ପାଇଁ ଏକ ଅନୁଶାସନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସମ୍ବିଧାନ ପ୍ରଣୟନ କରାଯାଇଥିଲା, ଯାହାର ମୁଖ୍ୟ ପୁରୋଧା ଥିଲେ ଡ. ବି ଆର୍‌ ଆମ୍ବେଡକର। ଦେଶ ସ୍ବାଧୀନ ପରେ ଯଦିଓ ସମ୍ବିଧାନ ପ୍ରସ୍ତୁତ ହୋଇଥିଲା, ପ୍ରକୃତରେ ଏହାର କାର୍ଯ୍ୟକାରୀ ଦିବସଟି ଥିଲା ୧୯୫୦ ଜାନୁଆରୀ ୨୬, ଯାହାକୁ ଆମେ ପ୍ରତିବର୍ଷ ସାଧାରଣତନ୍ତ୍ର, ଗଣତନ୍ତ୍ର ବା ଜନରାଜ୍ୟ ଦିବସ ବୋଲି ପାଳନ କରିଆସୁଛୁ। ଚଳିତ ବର୍ଷ ଗଣତନ୍ତ୍ର ଦିବସ ପରେଡ୍‌ରେ ପ୍ରଥମ ଥର ପାଇଁ ତିନି ସେନାରେ ମହିଳା ଅଗ୍ନିବୀର, ସୀମା ସୁରକ୍ଷା ବଳ ଓ ସଶସ୍ତ୍ର ବଳ ଚିକିତ୍ସା ସେବାରେ ମହିଳା ଦଳ ସାମିଲ ହେବା ଭାରତ ଇତିହାସରେ ଯୋଡ଼ିବ ଏକ ସ୍ବର୍ଣ୍ଣିମ ଅଧ୍ୟାୟ, ଯାହା ନାରୀଶକ୍ତିକୁ ଇଙ୍ଗିତ କରିବ।
ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତ ଆଜି ତା’ର ୭୫ ତମ ଜନରାଜ୍ୟ ଦିବସ ପାଳନ କରୁଛି। ସମସ୍ତଙ୍କୁ ଆଦରେଇନେବାର ମହାମନ୍ତ୍ର ବସୁଧୈବ କୁଟୁମ୍ବକମ୍‌ ଯାହା ବିବିଧତା ମଧ୍ୟରେ ଏକତା ଭଳି କଠିନ କାର୍ଯ୍ୟକୁ ସାମ୍ବିଧାନିକ ବ୍ୟବସ୍ଥାରେ ସାମିଲ କରି ତାହାକୁ ନିରବଚ୍ଛିନ୍ନ ଭାବରେ ସମ୍ପାଦନ କରିଆସୁଛି, ଯାହା ବିଶ୍ୱର କୌଣସି ଦେଶରେ ସମ୍ଭବ ହୋଇନାହିଁ। ଏହି ଶାସନ ବ୍ୟବସ୍ଥା ଭାରତୀୟ ଗଣତନ୍ତ୍ରରେ ଅଖଣ୍ଡତା ବଜାୟ ରଖି ଦୀର୍ଘ ୭୫ ବର୍ଷ ହେଲା ସାମ୍ବିଧାନିକ ମର୍ଯାଦାକୁ ବିଶ୍ୱ ଦରବାରରେ ଏକ ପରିଚିତ ରାଷ୍ଟ୍ରର ମାନ୍ୟତା ପାଇବାର ହକ ବନିବା ସହିତ ଅନେକ ପ୍ରଗତିଶୀଳ ରାଷ୍ଟ୍ରଙ୍କ ସହ ସମକକ୍ଷ ହେବାରେ ସାହସ ଜୁଟାଇଛି। ଗଣତନ୍ତ୍ର ଶାସନର ମୂଳ ଉଦ୍ଦେଶ୍ୟ ହେଲା ଭାରତ ଭଳି ବୃହତ୍‌ ଦେଶକୁ ଏକ ସାର୍ବଭୌମ, ସମାଜବାଦ, ଧର୍ମନିରପେକ୍ଷ, ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ କରିବା ସହ ସମସ୍ତ ମୌଳିକ ସୁବିଧାକୁ ସାଧାରଣ ଜନତାଙ୍କ ପାଖରେ ପହଞ୍ଚାଇବା ପାଇଁ ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇଛି। ପ୍ରତ୍ୟକ୍ଷ ନିର୍ବାଚିତ ପ୍ରତିନିଧି ଦେଶ ପାଇଁ ସଂସଦକୁ ପରିଚାଳନା କରୁଥିବା ବେଳେ ରାଜ୍ୟ ପାଇଁ ବିଧାନସଭାକୁ ପରିଚାଳନା କରନ୍ତି। ଦେଖାଯାଇଛି ସମ୍ବିଧାନର ଦୁଇଟି ମର୍ଯାଦାପୂର୍ଣ୍ଣ ଗୃହ, ଉଭୟ ସଂସଦ ଓ ବିଧାନସଭାର ଗରିମା ରକ୍ଷା ଓ ଗଣତାନ୍ତ୍ରିକ ରାଷ୍ଟ୍ରର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ବର୍ତ୍ତମାନର ରାଜନେତାଙ୍କ ଭୂମିକା ଦିନକୁ ଦିନ ସଙ୍କଟ ଆଡକୁ ଟାଣି ନେଉଛି। ଆଇନ କାନୁନ ପ୍ରଣୟନର ଅନ୍ତୁଡ଼ିଶାଳ କୁହାଯାଉଥିବା ‘ସଂସଦ ଓ ବିଧାନସଭା’ ଗୃହରେ ସାଂସଦ ଓ ବିଧାୟକଙ୍କ କାରନାମା ସ୍ବାଧୀନତା ସଂଗ୍ରାମୀଙ୍କ ବଳିଦାନ ପ୍ରତି ଉପହାସ ବୋଲି ମନେକରାଯାଉଛି। ସଂସଦ ଓ ବିଧାନସଭାକୁ ପୂରା ସମୟ ଚଳାଇ ନ ଦେବା, ବିନା ପ୍ରସଙ୍ଗରେ ହୋହଲ୍ଲା ଦ୍ୱାରା ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରି ଗୃହକୁ ଅଚଳ କରିଦେବା ସହ ସଂସଦୀୟ, ଗରିମାକୁ କ୍ଷୁଣ୍ଣ କରିବା,ଏବେ ରାଜନୈତିକ ଦଳଙ୍କର ଏକ ରୀତିମତ ଅଭ୍ୟାସରେ ପରିଣତ ହେଉଛି, ଯାହା ଗଣତନ୍ତ୍ର ପ୍ରତି ମହାବିପଦ ଆଣିଦେବ।
ବର୍ତ୍ତମାନ ଜନପ୍ରତିନିଧି ଓ ପ୍ରଶାସକଙ୍କ ମଧ୍ୟରେ ସମନ୍ବୟ ଅଭାବ ପରିଲକ୍ଷିତ ହେଉଛି, ଯେଉଁଥିପାଇଁ ଅନେକ ସୁବିଧା ସୁଯୋଗ ଲୋକଙ୍କ ପାଖରେ ଏବେ ବି ଅପହଞ୍ଚ। ଶାସନ ବ୍ୟବସ୍ଥାରେ ଉଭୟ ପ୍ରଶାସକ ଏବଂ ରାଜନେତାଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପାଦନ ଲାଗି ସମ୍ବିଧାନରେ ବିଧିବଦ୍ଧ ବ୍ୟବସ୍ଥା ଥିଲେ ମଧ୍ୟ ଏହାକୁ ଭ୍ରୂକ୍ଷେପ ନ କରିବା ଏକ ଗଣତନ୍ତ୍ର ବିରୋଧୀ। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସଫଳତା ଆମକୁ ଚନ୍ଦ୍ର ପୃଷ୍ଠରେ ଅବତରଣ ସହିତ ସୂର୍ଯ୍ୟର ନିକଟତର ହେବାପାଇଁ ବାଟ କଢ଼ାଉଛି। ମାତ୍ର ବର୍ତ୍ତମାନ ଉଗ୍ର ଆଧୁନିକ କବଳିତ ସାମାଜିକ ସ୍ଥିତି ସହ ଲୋକଙ୍କ ପ୍ରବୃତ୍ତି ଦିନକୁ ଦିନ ବିଗିଡିବାରେ ଲାଗିଛି। ଏହାକୁ ସଜାଡିବାକୁ ହେଲେ ନୈତିକ ଶିକ୍ଷା ସହ ବୌଦ୍ଧିକ ଜ୍ଞାନ ହିଁ ଏକ ମାତ୍ର ରାସ୍ତା। ଦୀର୍ଘ ୭୭ ବର୍ଷର ସ୍ବାଧୀନ ନାଗରିକ ହିସାବରେ ନିଜର ଆଚରଣ, ବ୍ୟବହାର ଓ ସମାଜ ପ୍ରତି ଦାୟିତ୍ୱ ଓ କର୍ତ୍ତବ୍ୟ ତୁଲାଇବାରେ କେତେ ସକ୍ଷମ ତାହାକୁ ଆତ୍ମସମୀକ୍ଷା କରିବା ସହିତ ବିଗିଡ଼ିଥିବା ପରିସ୍ଥିତିରେ ସୁଧାର ଆଣିବା ହିଁ ହେବ ପ୍ରକୃତ ଦେଶପ୍ରେମ।
-ଡ. ଅଜୟ କୁମାର ନନ୍ଦ
ସହକାରୀ ପ୍ରାଧ୍ୟାପକ ଓ ଉପ ବିତ୍ତ ଅଧିକାରୀ,
କିସ୍‌ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ବୌଦ୍ଧରେ ସାଧାରଣତନ୍ତ୍ର ଦିବସ

ବୌଦ୍ଧ,୨୬ା୧(ଅଜିତ କୁମାର ବାରିକ): ବୌଦ୍ଧରେ ୭୫ତମ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ଶୁକ୍ରବାର ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସହରର ଷ୍ଟାଡିୟମଠାରେ ଆୟୋଜିତ ଉତ୍ସବରେ ମୁଖ୍ୟ...

୧୫ ଅଗଷ୍ଟ, ୨୬ ଜାନୁଆରୀରେ ପତାକା ଉତ୍ତୋଳନ କରିବାରେ ରହିଛି ପାର୍ଥକ୍ୟ: ଜାଣନ୍ତୁ କେମିତି

ତ୍ରିରଙ୍ଗା ସର୍ବଦା ଦେଶର ଗର୍ବ। କିନ୍ତୁ ଆପଣ କେବେ ଧ୍ୟାନ ଦେଇଛନ୍ତି କି ସାଧାରଣତନ୍ତ୍ର ଦିବସ ଏବଂ ସ୍ବାଧୀନତା ଦିବସ ଅବସରରେ ପତାକା ଉତ୍ତୋଳନ କରିବାର...

ସାଧାରଣତନ୍ତ୍ର ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬ା୧: ଶୁକ୍ରବାର ରାଜ୍ୟରେ ପାଳନ ହେଉଛି ୭୫ତମ ସାଧାଣରତନ୍ତ୍ର ଦିବସ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। Warm wishes to...

ରାଜ୍ୟ ପାଳୁଛି ୭୫ତମ ସାଧାରଣତନ୍ତ୍ର ଦିବସ

ଭୁବନେଶ୍ୱର,୨୬ା୧: ଶୁକ୍ରବାର ରାଜ୍ୟ ପାଳୁଛି ୭୫ତମ ସାଧାରଣତନ୍ତ୍ର ଦିବସ। ଏହି ଅବସରରେ ରାଜଧାନୀର ଗାନ୍ଧୀମାର୍ଗ ପୂରା ପ୍ରସ୍ତୁତ ରହିଛି। ରାଜ୍ୟପାଳ ରଘୁବର ଦାସ ଯୋଗଦେଇ ପରେଡରେ...

ଦେଶ ପାଳୁଛି ଗଣତନ୍ତ୍ର ଦିବସ

ନୂଆଦିଲ୍ଲୀ,୨୬ା୧: ଗଣତନ୍ତ୍ର ଦିବସ ପାଇଁ ସାରା ଦେଶରେ ଉତ୍ସାହ ଦେଖାଦେଇଛି। କଶ୍ମୀରରୁ କନ୍ୟାକୁମାରୀ ଯାଏ ସବୁଠି ତ୍ରିରଙ୍ଗାରେ ରଙ୍ଗାୟିତ । ଶୁକ୍ରବାର ଦେଶ ପାଳୁଛି ୭୫ତମ...

ଆମ ସମ୍ବିଧାନ, ଆମ କଥା

ଆଜି ୭୫ତମ ସାଧାରଣତନ୍ତ୍ର ଦିବସ। ପିଲାମାନେ ଏହି ଦିବସଟିକୁ ଭଲ ଭାବେ ଜାଣିଛ ଆଉ ଆମେ ସମସ୍ତେ ଏହି ଦିନଟିକୁ ବିଦ୍ୟାଳୟରେ ଭାବ ଗମ୍ଭୀର ଓ...

ମହିଳା କେନ୍ଦ୍ରିକ ହେବ ଗଣତନ୍ତ୍ର ଦିବସ: ଭାରତୀୟ ମୂଳ ଫରାସୀ ସୈନିକ ପରେଡରେ କରିବେ ଅଂଶଗ୍ରହଣ, ପ୍ରଥମ ଥର ପାଇଁ ମହିଳା କଣ୍ଟିଜେଣ୍ଟ ସାମିଲ…

ନୂଆଦିଲ୍ଲୀ,୨୩।୧ : ଭାରତୀୟ ସେନାର ମେଜର ଜେନେରାଲ ସୁମିତ ମେହେଟ୍ଟା ମଙ୍ଗଳବାର ଗଣତନ୍ତ୍ର ଦିବସ ପରେଡ ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ପ୍ରଥମ ଥର...

ସାଧାରଣତନ୍ତ୍ର ଦିବସରେ ଭାରତକୁ ଶୁଭେଚ୍ଛା ଜଣାଇଲେ ରୁଷିଆ ରାଷ୍ଟ୍ରପତି

ମସ୍କୋ/ନୂଆଦିଲ୍ଲୀ,୨୬।୧: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଗୁରୁବାର ସାଧାରଣତନ୍ତ୍ର ଦିବସ ଅବସରରେ ଭାରତକୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ୭୪ତମ ସାଧାରଣତନ୍ତ୍ର ଦିବସରେ ଭାରତକୁ ଅନେକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri