ମୂଲ୍ୟବୋଧଭିତ୍ତିକ ରାଜନୀତି

ହରେକୃଷ୍ଣ ପଣ୍ଡା

 

ଭାରତୀୟ ରାଜନୀତିରେ କ’ଣ ମୂଲ୍ୟବୋଧଭିତ୍ତିକ ରାଜନୀତି ସମ୍ଭବ ହେବ ନାହିଁ? ସ୍ବାଧୀନତାର ୭୫ ବର୍ଷ ମଧ୍ୟରେ ଯେତେବେଳେ ସମ୍ଭବ ହୋଇନାହିଁ ତାହା ଏବେ କାହିଁକି ଆଗାମୀ ଭବିଷ୍ୟତରେ କଦାପି ସମ୍ଭବ ହେବ ନାହିଁ ବୋଲି ମନେହୁଏ । ଗଣତାନ୍ତ୍ରିକ ରାଷ୍ଟ୍ରର ସମ୍ବିଧାନକୁ ଯେତେବେଳେ ରାଜନୈତିକ ଦଳର ରାଜନେତାମାନେ ନ ପଢ଼ି,ନ ଜାଣି ଗଣତନ୍ତ୍ରକୁ ଚଳାଇ ଆସିଲେ, ଏପର୍ଯ୍ୟନ୍ତ କେହି ତ୍ରୁଟିପୂର୍ଣ୍ଣ ଚାଳନା ପାଇଁ ବାଧା ଦେଲେ ନାହିଁ, ସେତେବେଳେ ଗଣତନ୍ତ୍ରରୂପୀ ଗାଡ଼ିଟି ଆଗକୁ ନ ଚାଲିବ ବା କାହିଁକି? ତ୍ରୁଟିପୂର୍ଣ୍ଣ ଚାଳନା ପାଇଁ ଗାଡ଼ିଟି କେତେବେଳେ ଯେ ବାଟରେ ଅଟକି ନ ଯିବ କିଏ କହିପାରିବ? କଥାଟିକୁ ବୁଝାଇ କହିଲେ ଭଲ ହେବ। ଆମେ ଜାଣୁ ଗଣତନ୍ତ୍ରର ତିନୋଟି ମଜଭୁତ ସ୍ତମ୍ଭ ରହିଛି। ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଆଉ ନ୍ୟାୟପାଳିକା। ଆମ ଦେଶର ମେଧାବୀ ଯୁବ ଗୋଷ୍ଠୀ ଅଧ୍ୟୟନ କରିବା ସମୟରେ ଲକ୍ଷ୍ୟ ରଖି ଥାଆନ୍ତି ନିଜକୁ କିପରି ପ୍ରସ୍ତୁତ କରିବେ ନ୍ୟାୟପାଳିକାରେ, ଆଉ କିଛି ମେଧାବୀ ଲକ୍ଷ୍ୟ ରଖନ୍ତି କାର୍ଯ୍ୟପାଳିକାରେ ଭର୍ତ୍ତି ହୋଇ ଅର୍ଥ ଉପାର୍ଜନ କରିବେ। ଆଉ କିଛି ଯୁବଗୋଷ୍ଠୀ ଆଶା ପୋଷଣ କରନ୍ତି ଯେକୌଣସି ସଂସ୍ଥାରେ ଭର୍ତ୍ତି ହୋଇ ଅର୍ଥ ଉପାର୍ଜନ କରିବେ। ତେବେ ପିଲାଟି ବେଳୁ କେହି କୁହନ୍ତି ନାହିଁ ଯେ ମୁଁ ଜଣେ ସରପଞ୍ଚ,ଏମ୍‌ଏଲ୍‌ଏ,ଏମ୍‌ପି ହୋଇ ରାଜନୀତିରେ ପ୍ରବେଶ କରିବି ବୋଲି। ମେଧାବୀ ପିଲାମାନେ ଦେଶର ନ୍ୟାୟ ବିଭାଗରେ ଅଥବା ଆଇଏଏସ୍‌, ଓଏଏସ୍‌ ହୋଇ ବାହାରିବା ଉଚ୍ଚ ଆଶା ପୋଷଣ କରିଥାଆନ୍ତି। କେହି କେହି ଦେଶରେ ସ୍ବାଧୀନ ଭାବେ ଜଣେ ଶିଳ୍ପପତି କିମ୍ବା ଉଦ୍ୟୋଗପତି ହୋଇଥାଆନ୍ତି। କିନ୍ତୁ ଜଣେ ରାଜନେତା, ରାଜନୀତିଜ୍ଞ କିମ୍ବା ଲୋକପ୍ରତିନିଧି ହେବା ଲକ୍ଷ୍ୟ କେହି ଆଶା ପୋଷଣ କରି ନ ଥାଆନ୍ତି। କାରଣ ଗଣତନ୍ତ୍ର ଶାସନରେ ଏମାନଙ୍କ ପାଇଁ ଯୋଗ୍ୟତା, ଜ୍ଞାନ, ଅଭିଜ୍ଞତା କୌଣସିଟିର ଆବଶ୍ୟକତା ନ ଥାଏ।
ତେବେ ପରିସ୍ଥିତି, ପରିବେଶ ଓ ସୁଯୋଗକୁ ନେଇ ଜଣେ ରାଜନେତା ବା ଲୋକପ୍ରତିନିଧି ହୋଇ ଥାଆନ୍ତି। କିନ୍ତୁ ଏମାନଙ୍କ ପାଇଁ କଠିନ ଅଗ୍ନି ପରୀକ୍ଷା ରହିଥାଏ, ଯାହା ଉପରୋକ୍ତ ଦୁଇଟି ସ୍ତମ୍ଭ ପାଇଁ ନ ଥାଏ। ତାହା ହେଲା ନିର୍ବାଚନ ବୈତରଣୀ ପାର ହେବା। ଜଣେ ପ୍ରଶାସକ ବା ଶିଳ୍ପପତି ବା ବିଭିନ୍ନ ସଂସ୍ଥାର ଉଚ୍ଚ ପଦ ପଦବୀ ମଣ୍ଡନ କରୁଥିବା ଛାତ୍ରୀଛାତ୍ରମାନେ କଠିନ ପରିଶ୍ରମ କରି ଅଧ୍ୟାପନା କଲେ ସେମାନେ ଲକ୍ଷ୍ୟ ହାସଲ କରିପାରନ୍ତି। ନିଜସ୍ବ ମେଧା ବଳରେ ଜଣେ ଅଧ୍ୟାପକ କିମ୍ବା ବ୍ୟାଙ୍କ କର୍ମଚାରୀ କିମ୍ବା ଡାକ୍ତର, ଇଞ୍ଜିନିୟର ହୋଇପାରନ୍ତି। କିନ୍ତୁ ଲୋକ ପ୍ରତିନିଧି ହେବାକୁ ହେଲେ ଜ୍ଞାନ, ମେଧା ବା ଯୋଗ୍ୟତାକୁ ନ ନେଇ ଲୋକପ୍ରତିନିଧି ହୋଇପାରିବେ। ଅନ୍ୟ ଦେଶଗୁଡ଼ିକରେ ସାମାଜିକ କାର୍ଯ୍ୟ, ସେବା କରୁଥିବା ବ୍ୟକ୍ତି ଲୋକ ପ୍ରତିନିଧିଟିଏ ହୋଇପାରେ। ଏକଚ୍ଛତ୍ରବାଦୀ ଦେଶଗୁଡ଼ିକରେ ନିଜର ବାହୁବଳ ଥିଲେ ପ୍ରତିନିଧିଟିଏ ହୋଇପାରେ। ଦେଖିବାକୁ ଗଲେ ଲୋକ ପ୍ରତିନିଧିଟିଏ ହେବା ପାଇଁ ଏବେ ବାହୁବଳ, ଅର୍ଥବଳ, ଚତୁରତା ଆଦି କେତେକ ଶକ୍ତି ଆବଶ୍ୟକ । ଖାଲି ସେତିକି ନୁହେଁ ଦଳର ନେତୃବୃନ୍ଦଙ୍କ ଗୋଡ଼ାଣିଆ ହୋଇ ନ ଥିଲେ ସୁପାରିସ ପତ୍ର ପାଇବା ଅସମ୍ଭବ। ଗଣତାନ୍ତ୍ରିକ ଶାସନକୁ ଯିଏ ଯାଉଛନ୍ତି ସେମାନେ ଅଗଣତାନ୍ତ୍ରିକ ଉପାୟରେ ଯିବାକୁ ପଡୁଛି। ଦଳୀୟ ନେତୃବୃନ୍ଦଙ୍କ ସନ୍ତୁଷ୍ଟୀକରଣ ନିମନ୍ତେ କାମ କରିବାକୁ ହୁଏ। ଦେଶର ମୁଖ୍ୟ ଶାସକ କୁହେ ଆମେ ଦେଶର ଅଗଣିତ ଜନତାଙ୍କ ସେବା ପାଇଁ ଆସିଛୁ। ସେହି କଥାର କିଛି ପ୍ରାସଙ୍ଗିକତା ଥିବା ଜଣାପଡ଼େ ନାହିଁ ।
କାରଣ ଗାଦିର ମୋହ ଥରକ ପାଇଁ ନୁହେଁ, ଆଗାମୀ ଭବିଷ୍ୟତକୁ ଦୃଷ୍ଟିରେ ରଖି ଥାଆନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀଙ୍କ ଚୟନରେ ଯେଉଁ ମନ୍ତ୍ରିମଣ୍ଡଳ ଗଠନ କରାଯାଏ ,ସେମାନେ କ’ଣ ଦେଶ ସେବା ପାଇଁ କାମ କରନ୍ତି? ସେମାନେ ମୁଖ୍ୟାଧିପତିଙ୍କ ସନ୍ତୁଷ୍ଟୀକରଣ ଓ ନିଜ ଦଳ ପାଇଁ କାମ କରନ୍ତି। ଏମାନଙ୍କର ଆଇନକାନୁନ, ସମ୍ବିଧାନ, ଲୋକଙ୍କ ଆଶା ଆକାଂକ୍ଷା ପ୍ରତି ଆଦୌ ଦୃଷ୍ଟି ନଥାଏ। ଏହା ଏବେକାର ରାଜନୈତିକ ପରମ୍ପରା। ଯେଉଁ ଦଳ ଗଣତାନ୍ତ୍ରିକ ଶାସନର ଭାର ବହନ କରୁଛନ୍ତି ସେହି ଦଳର ଗଣତାନ୍ତ୍ରିକ ଭିତ୍ତିଭୂମି ନ ଥିବା ଦେଖାଯାଏ। ଦଳୀୟ ନେତୃବୃନ୍ଦଙ୍କର ରାଷ୍ଟ୍ରଭକ୍ତି ଲୋକସେବା ଲକ୍ଷ୍ୟ ନ ଥାଏ, ଲକ୍ଷ୍ୟ ଥାଏ ଗାଦିନସୀନ ହେବା। ଆଉ ଗୋଟିଏ ପ୍ରଥା ଅଛି ଯେଉଁ ଦଳ ସଂଖାଗରିଷ୍ଠତା ହାସଲ କରିବ ସେ ଶାସନ କରିବ। ଭାବି ଦେଖନ୍ତୁ ଯେଉଁ ଦଳ ଶାସନ ଗାଦି ଦଖଲ କଲା ସେ ଆଗାମୀ ଭବିଷ୍ୟତ ଚିନ୍ତା ଛାଡ଼ିପାରିବ କି? ନିଜ ଦଳ ପ୍ରତି ଲୋକଙ୍କ ଆକର୍ଷଣ କିପରି ବୃଦ୍ଧି ପାଇବ ସେଥିପାଇଁ କାମ ନ କରିବ କି? ନିଜ ମନ୍ତ୍ରିମଣ୍ଡଳର ଦୁର୍ବଳତାକୁ ପଦାରେ ପକାଇବାକୁ ଉଚିତ ମଣିବ କି? ଏଭଳି ରାଜନୈତିକ ପରମ୍ପରାକୁ କେହି କ’ଣ ତ୍ୟାଗ କରିପାରିବେ ? ଏଠାରେ କୁହାଯାଇପାରେ ଗଣତାନ୍ତ୍ରିକ ପରମ୍ପରା ଖରାପ ନୁହେଁ, କେବଳ ଦୁର୍ବଳ ଅନଭିଜ୍ଞମାନେ ଏହାକୁ ଅବାଟରେ ନେଉଛନ୍ତି।
ଯେଉଁ ବିରୋଧୀ ଦଳ ଆଜି ପାଟି କରୁଛନ୍ତି, ଚିକତ୍ାର କରି ବିରୋଧାଭାସ ପ୍ରକାଶ କରୁଛନ୍ତି, ସେମାନେ କ’ଣ ଏଭଳି ପରମ୍ପରାରୁ ଊର୍ଦ୍ଧ୍ୱରେ ଅଛନ୍ତି କି? ଏମାନେ ଗାଦିଦସୀନ ହେଲେ କ’ଣ ଦଳ ପାଇଁ କାମ ନ କରି ଦେଶ ପାଇଁ କାମ କରିବେ? ଏହା ଅସମ୍ଭବ । ମୂଲ୍ୟବୋଧ ରାଜନୀତିକୁ ଧରିଲେ କେହି ତିଷ୍ଠିବେ ନାହିଁ। ଏହାକୁ କେହି ଅସ୍ବୀକାର କରିପାରିବେ ନାହିଁ। ଦଳର ନେତୃତ୍ୱ ଯିଏ ନେଉଛନ୍ତି ସେମାନଙ୍କ ଉପରେ ସବୁ କିଛି ନିର୍ଭର କରୁଛି। ପବିତ୍ର ଗଣତାନ୍ତ୍ରିକ ପଦ୍ଧତିକୁ କୌଣସି ଦଳ ଅନୁସରଣ କରନ୍ତି ନାହିଁ। ସେଥିପାଇଁ ନିର୍ବାଚନ କମିଶନର ଏମାନଙ୍କ ଉପରେ ତାଗିଦ କରିବା ଦେଖାଯାଏ, ଦଳର ସମ୍ବିଧାନ ସର୍ବ ସମ୍ମୁଖରେ ପ୍ରକାଶ କର। ଦଳ ଭିତରେ ନିର୍ବାଚନଭିତ୍ତିକ ନେତା ଓ କର୍ମକର୍ତ୍ତା ନିର୍ବାଚିତ କର। ଦଳୀୟ ପାଣ୍ଠିର ଅଡିଟ ରିପୋର୍ଟ ଦିଅ।
ଏ କଥାକୁ ଯଦିଓ କେହି ମାନନ୍ତି ନାହିଁ ତଥାପି ସେମାନଙ୍କୁ ନିର୍ବାଚନରେ ଅଂଶଗ୍ରହଣ କରିବାକୁ ବାଟ ଛାଡ଼ି ଦିଆଯାଏ। ଦଳୀୟ ପ୍ରାର୍ଥୀ ଚୟନ ପାଇଁ କୌଣସି ମାପଦଣ୍ଡ ନିର୍ବାଚନ କମିଶନର ରଖି ନାହାନ୍ତି। ତେଣୁ ରାଜନୈତିକ ଦଳର ନେତୃବୃନ୍ଦ ଅମାପ ଏକଚ୍ଛତ୍ରବାଦ କ୍ଷମତା ଉପଭୋଗ କରି ଚାଲିଛନ୍ତି। ଏପରିକି ଆଜାଦୀ କା ଆଳରେ ସାମ୍ପ୍ରଦାୟିକତା, ଦେଶ ବିରୋଧୀ ମାନସିକତା ନେଇ ଯେତେ ପ୍ରକାର ଅପଶକ୍ତି ଅଛି ତା’ର ବିନିଯୋଗରେ କ୍ଷମତାସୀନ ଦଳକୁ ପରାଜିତ କରିବା ଲକ୍ଷ୍ୟ ରଖି ଥାଆନ୍ତି। ଏ ଲଢ଼େଇରେ ଶାସକ ଦଳର ନେତୃବୃନ୍ଦ ରାଜକୋଷ, କ୍ଷମତାର ଅପବ୍ୟବହାର କରିବାକୁ ପଛାନ୍ତି ନାହିଁ। କାରଣ ଆମ ଦେଶର ଜନଚରିତ୍ର ହେଉଛି ଗୋଳିଆ ପାଣିରୁ ଫାଇଦା ହାସଲ କରିବା। ନିର୍ବାଚନ କମିଶନର ଯେତେବେଳେ ଏମାନଙ୍କ ଉପରେ ଅଙ୍କୁଶ ଲଗାଇ ନ ପାରନ୍ତି ଏହା ହେବା ସ୍ବାଭାବିକ। ଫଳରେ ଦେଖାଯାଏ ବହୁ ଅପରାଧୀ ଅନଭିଜ୍ଞ ବ୍ୟବସ୍ଥାପିକାରେ ଅନାୟାସରେ ପ୍ରବେଶ କରିଯାଆନ୍ତି। ଗଣତାନ୍ତ୍ରିକ ରାଷ୍ଟ୍ରରେ ଏହିମାନେ ଉପରୋକ୍ତ ଦୁଇଟି ସ୍ତମ୍ଭରେ ଥିବା ମେଧାବୀ ଜ୍ଞାନୀମାନଙ୍କ ଉପରେ ନାଲିଆଖି ଦେଖାଇ ଏମାନଙ୍କୁ ସମ୍ବିଧାନ ବହିର୍ଭୂତ ବାଟରେ ଚଲାନ୍ତି। ଶ୍ରୀଅରବିନ୍ଦ କହିଛନ୍ତି ଆମକୁ ଆଖି ନ ଥିବା ଡେଙ୍ଗା ବ୍ୟକ୍ତି ଆଗରେ ରହି ବାଟ ଦେଖାଉଛନ୍ତି, ଆମେ ଅନ୍ଧମାନେ ତାରି ପଛରେ ଚାଲୁଛୁ। ଏଭଳି ପରମ୍ପରା ବନ୍ଦ ନ ହେଲା ପର୍ଯ୍ୟନ୍ତ ଆମେ ଦୁର୍ଦ୍ଦଶା ଭୋଗ କରୁଥିବା। ମନେହୁଏ ବର୍ତ୍ତମାନର ରାଷ୍ଟ୍ରୀୟ ପରିସ୍ଥିତି ଯାହା, ଲୋକ ପ୍ରତିନିଧି ସବୁଆଡେ ନିରସ୍ତ୍ର, ନ୍ୟୁନ ଏବଂ ଅମଲାତନ୍ତ୍ରୀଙ୍କ ସେବାକାରୀ ପାଲଟି ଯାଇଛନ୍ତି।
ଯାଜପୁର, ମୋ: ୯୪୩୭୩୧୫୬୨୩


Enter your email to get our daily news in your inbox.

All Right Reserved By Dharitri.Com

ଖବରକାଗଜ ଓ ଆମେ

ଭାରତ ସ୍ବାଧୀନ ହେବାର ୭୭ ବର୍ଷ ପରେ ଏବେ ଖବରକାଗଜ ଉପରେ ସମୀକ୍ଷା କରିବାର ଆବଶ୍ୟକତା ଅନୁଭୂତ ହେଉଛି। ସ୍ବାଧୀନତା ଲାଭ ପୂର୍ବରୁ ଭାରତର ସ୍ବାଧୀନତା...

କଳାପଟି ହଟିଗଲା ପରେ

ଭାରତୀୟ ନ୍ୟାୟ ବ୍ୟବସ୍ଥା ଏବେ ଆଉ ଅନ୍ଧ ନୁହେଁ କି କୌଣସି ହିଂସାର ପ୍ରତୀକ ତା’ପାଇଁ ଶୋଭନୀୟ ନୁହେଁ ବୋଲି ବିବେଚନାକରି ନିକଟରେ ଉଚ୍ଚତମ ନ୍ୟାୟାଳୟ...

ବୈଶ୍ୱିକ ବିଜୟ

ଗ୍ଲୋବାଲ ବାୟୋଫୁଏଲ ଆଲିଆନ୍ସ (ଜିବିଏ) ଓ ଭାରତ ମଧ୍ୟରେ ହୋଷ୍ଟ କଣ୍ଟ୍ରି ଏଗ୍ରିମେଣ୍ଟ ହୋଇଛି। ପ୍ରାୟୋଜକ ଦେଶ ଭାବେ ଭାରତ ଚୁକ୍ତିଭୁକ୍ତ ହେବା ବୈଦେଶିକ ବ୍ୟାପାର...

ଓଡ଼ିଶାରେ ଦାଦନ ସମସ୍ୟା

ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗଗୁଡିକର ସମ୍ମିଳିତ ପ୍ରୟାସରେ ରାଜ୍ୟର ଦାଦନ ଶ୍ରମିକମାନଙ୍କୁ କିପରି ରାଜ୍ୟରେ ଜୀବିକା ଅର୍ଜନ କରିବା ପାଇଁ ସୁଯୋଗ ସୃଷ୍ଟି କରାଯିବ ସେଥିପାଇଁ...

ବାଲିଯାତ୍ରା

ହଜାରେ ବର୍ଷର ସହର କଟକରେ ବାଲିଯାତ୍ରା ରୂପକ ଯାତ୍ରାର ବୟସ ବି ପାଞ୍ଚଶହ ବର୍ଷରୁ ଅଧିକ ବୋଲି ଇତିହାସ କହେ। ଗୋଟିଏପଟେ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା,...

ଚାଇନା ଡରାଉଛି

ଚାଇନା ୧ ଦଶନ୍ଧରୁ ଅଧିକ ସମୟ ଧରି ଦକ୍ଷିଣ ଚାଇନା ସାଗରରେ ନିଜର ଶକ୍ତି ଏବଂ ପ୍ରଭାବ ବଢ଼ାଇବା ପାଇଁ ଆକ୍ରମଣାତ୍ମକ ରଣନୀତି ପ୍ରୟୋଗ କରିଆସୁଛି।...

ଗଣମାଧ୍ୟମ ଓ ଅସହାୟ ମଣିଷ

ରେ ବିଖ୍ୟାତ ଗ୍ରୀକ୍‌ ଦାର୍ଶନିକ ସକ୍ରେଟିସଙ୍କୁ ତାଙ୍କର ଜଣେ ବନ୍ଧୁ ଦେଖାକରି କହିଲେ, ବନ୍ଧୁ ସକ୍ରେଟିସ ସହରରେ ଯେଉଁ ଗୁଜବ ବ୍ୟାପିଛି ତାହା ତୁମେ ଜାଣିଲଣି।...

ଜାତୀୟ ସମବାୟ ନୀତିରେ ଓଡ଼ିଶା

ଭାରତର ଅର୍ଥନୈତିକ ବ୍ୟବସ୍ଥାରେ ସମବାୟ ଅନୁଷ୍ଠାନଗୁଡ଼ିକର ପ୍ରମୁଖ ଭୂମିକା ରହିଛି। ସ୍ବାଧୀନତା ପରେ ପଞ୍ଚବାର୍ଷିକ ଯୋଜନା ମାଧ୍ୟମରେ ଯେଉଁ ଅର୍ଥନୈତିକ ବିକାଶଧାରା ଉନ୍ମୋଚିତ ହୋଇଥିଲା, ସେଥିରେ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri