ଟ୍ରାକ୍ଟର ଧକ୍କାରେ ପୋଲ ତଳକୁ ଖସି ଜଳିଗଲା ଭ୍ୟାନ

ଅମରପାଲି,୧୧।୧(ଡି.ଏନ.ଏ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଜନକପୁର ନିକଟ ସୁରବାଲି ଯୋର ନିକଟରେ ଏକ ଟ୍ରାକ୍ଟର ଧକ୍କାରେ ପୋଲତଳକୁ ଖସି ଏକ ଭ୍ୟାନ ଜଳି ଯାଇଛି। ଭ୍ୟାନ ବୀରମହାରାଜପୁର ଥାନା ଅମରପାଲି ଗ୍ରାମର ନଟବର ରଣାଙ୍କ ବୋଲି ଜଣାପଡିଛି।

ଡ୍ରାଇଭର ଓ ନଟବରଙ୍କ ଜଣେ ସମ୍ପର୍କୀୟ ଓଡି-୧୫-କ୍ୟୁ ୩୩୭୧ ନମ୍ବର ବିଶିଷ୍ଟ ଏକ ଭ୍ୟାନ ଧରି ରେଢାଖୋଲ ଥାନା ଅନ୍ତର୍ଗତ ଭରତାପୁର ଗ୍ରାମକୁ ଯାଉଥିଲେ। ଜନକପୁର ନିକଟ ସୁରବାଲି ଯୋର ପୋଲ ନିକଟରେ ଭ୍ୟାନକୁ ରଖି ଶୌଚ ପାଇଁ ଯାଇଥିଲେ। ଏହି ସମୟରେ ଜନକପୁର ପାଶର୍‌ବରୁ ଏକ ଟ୍ରାକ୍ଟର ଦ୍ରୁତଗତିରେ ଆସି ଭ୍ୟାନକୁ ଧକ୍କା ଦେଇ ଫେରାର ହୋଇ ଯାଇଥିଲା। ଫଳରେ ଭ୍ୟାନ ପୋଲ ତଳକୁ ଖସି ପଡି ଜଳି ଯାଇଥିଲା। ଖବର ପାଇ ବୀରମହାରାଜପୁର ଅଗ୍ନିଶମ ବାହିନୀ ଦମକଳ ସହ ଆସି ନିଆଁକୁ ଆୟତ୍ତ କଲାବେଳକୁ ଭ୍ୟାନ ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟରର ପତ୍ତା ମିଳପାରି ନାହିଁ।

Share