ରିପବ୍ଲିକାନ୍‌ ପ୍ରାଇମେରି ପ୍ରତିଯୋଗିତାରୁ ଓହରିଲେ ଭାନ୍‌ ଟେଲର

ଓ୍ବାଶିଂଟନ,୪।୩:ଦୁଇଥର ଆମେରିକା ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ର ସଦସ୍ୟ ଥିବା ଭାନ୍‌ ଟେଲର ବୁଧବାର ରିପବ୍ଲିକାନ୍‌ ପ୍ରାଇମେରି ପ୍ରତିଦ୍ୱନ୍ଦ୍ୱିତାରୁ ଓହରିଯାଇଛନ୍ତି। ଫଳରେ ହାଉସକୁ ପୁନଃ ନିର୍ବାଚିତ ହେବା ଲାଗି ତାଙ୍କ ଉଦ୍ୟମ ଶେଷ ହୋଇଛି। ଇସ୍‌ଲାମିକ ଷ୍ଟେଟ୍‌ (ଆଇଏସ୍‌) ସଂଗଠନର ଜଣେ ପୂର୍ବତନ ସଦସ୍ୟଙ୍କ ବିଧବା ସ୍ତ୍ରୀ ସହ ସେ ପରକୀୟା ସମ୍ପର୍କ ରଖିଥିବା ଖବରକୁ ସ୍ବୀକାର କରିଛନ୍ତି। ଟେକ୍ସାସ୍‌ ଜିଲାରୁ ପ୍ରତିନିଧିତ୍ୱ କରୁଥିବା ଟେଲର ଗତବର୍ଷ ଆମେରିକା କ୍ୟାପିଟୋଲ ଦଙ୍ଗାର ତଦନ୍ତ ପାଇଁ ଗଠିତ ସ୍ବତନ୍ତ୍ର କଂଗ୍ରେସନାଲ କମିଟିରେ ସାମିଲ ହୋଇଥିଲେ। ଫଳରେ ସେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଆକ୍ରୋଶର ଶିକାର ହୋଇଥିଲେ। ପ୍ରାଇମେରି ଦୌଡ଼ରେ ୫ ରିପବ୍ଲିକାନ୍‌ଙ୍କ ମଧ୍ୟରେ ସେ ସର୍ବାଧିକ ୪୮.୭% ସମର୍ଥନ ପାଇବାର ଦିନକ ପରେ ଓହରି ଯାଇଛନ୍ତି। ଫଳରେ ଟେକ୍ସାସ କାଉଣ୍ଟିର ପୂର୍ବତନ ବିଚାରପତି କେଇଥ୍‌ ସେଲ୍ଫ ନଭେମ୍ବର ୮ ସାଧାରଣ ନିର୍ବାଚନ ପାଇଁ ରିପବ୍ଲିକାନ୍‌ ପ୍ରାର୍ଥୀ ହୋଇଛନ୍ତି।

Share