ଡେରାଡୁନ,୨୫ ।୯: ଉତ୍ତରାଖଣ୍ଡ ସ୍ଥିତ ଋଷିକେଶର ବନତାରା ରିସର୍ଟର ମୃତକ ଯୁବତି ଅଙ୍କିତା ଭଣ୍ଡାରୀଙ୍କ ଅନ୍ତିମ ସଂସ୍କାର ରବିବାର ହେବ । ତାଙ୍କର ଅନ୍ତିମ ସଂସ୍କାର ଶ୍ରୀନଗରର ଶ୍ରୀଘାଟରେ ହେବ । ମୃତ ଯୁବତି ପୌଡି ଜିଲା ତଲ୍ଲୀ ଗାଁ ନିବାସୀ ଥିଲେ । ଏହା ବନତାରା ରିସର୍ଟ ନିକଟରେ ଥିବା ଗାଁ । ଏହା ପୂର୍ବରୁ ଶନିବାର ମୃତ ଯୁବତିଙ୍କ ପୋଷ୍ଟ ମର୍ଟମ ଋିଷିକେଶ ଏମ୍ସରେ କରାଯାଇଥିଲା । ଅଙ୍କିତାଙ୍କ ଅନ୍ତିମ ସଂସ୍କାର ପୂର୍ବରୁ ତାଙ୍କ ହତ୍ୟା ଘଟଣାକୁ ନେଇ ଲୋକଙ୍କ ଆକ୍ରୋଶ ଦେଖିବାକୁ ମିଳିଛି ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ଅଙ୍କିତାଙ୍କ ସ୍କୃତ ଦେହ ଶନିବାର ଚିଲା ପାୱାର ହାଉସର ନାଳରୁ ଉଦ୍ଧାର କରାଯାଇଥିଲା । ଏସଡିଆରଏଫ ଟିମ ଦ୍ୱାରା ସର୍ଚ୍ଚ ଅପରେଶନ ପରେ ମୃତଦେହକୁ ଜବତ କରାଯାଇଥିଲା । ଏହାପରେ ତାଙ୍କ ଭାଇ ଓ ପିତା ଅଙ୍କିତାଙ୍କ ମୃତଦେହକୁ ଚିହ୍ନଟ କରିଥିଲେ । ତାଙ୍କ ମୃତ ଶରୀରକୁ ଋଷିକେଶ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା ।
ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏହାର ଯାଞ୍ଚ ପାଇଁ ଏସଆଇଟି ଟିମ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଏହି ମାମଲାର ଶୁଣାଣି ପାଷ୍ଟଟ୍ରାକ୍ କୋର୍ଟରେ ହେବା ସହ ଅପରାଧିଙ୍କୁ ତୁରନ୍ତ ଉଚିତ ଦଣ୍ଡ ମିଳିବ ବୋଲି ଧାମି କହିଛନ୍ତି । ଏସଆଇଟି ଏବେ ଏହି ଘଟଣାର ଯାଞ୍ଚ ଆରମ୍ଭ କରିଛି ।
Posted inଜାତୀୟ