ଆମେରିକାରେ ଭାରତୀୟ ଦୂତାବାସ ଉପରେ ଆକ୍ରମଣ କଲେ ଖଲିସ୍ତାନୀ ସମର୍ଥକ

ସାନ ଫ୍ରାନ୍ସିସ୍କୋ,୨୧।୩: ଲଣ୍ଡନ ପରେ ଖଲିସ୍ତାନୀ ସମର୍ଥକମାନେ ଆମେରିକାର ସାନ ଫ୍ରାନ୍ସିସ୍କୋରେ ଥିବା ଭାରତୀୟ ଦୂତାବାସ ଭଙ୍ଗାରୁଜା କରିଛନ୍ତି। ଏ ସମ୍ପର୍କରେ ଭାରତ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ସାନ ଫ୍ରାନ୍ସିସ୍କୋରେ ଥିବା ଭାରତୀୟ ଦୂତାବାସରେ ହୋଇଥିବା ଭଙ୍ଗାରୁଜା ଘଟଣାରେ ଆମେରିକାର ବରିଷ୍ଠ ମନ୍ତ୍ରୀ ନିକଟରେ ବୈଦେଶିକ ମନ୍ତ୍ରଣାଳୟ ଏକ ଦୃଢ ଆପତ୍ତି ଉଠାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଆମେରିକାର ଦୂତାବାସର ମୁଖ୍ୟଙ୍କୁ ଡାକି ଏହି ଘଟଣାରେ ସମ୍ପୃକ୍ତ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ କହିଛି। ଏହା ସହିତ ଭାରତରେ ଆମେରିକାରେ ଉପସ୍ଥିତ ଥିବା ଭାରତୀୟ ଦୂତାବାସର ସୁରକ୍ଷା ସୁନିଶ୍ଚିତ କରିବାକୁ ମଧ୍ୟ ଭାରତ କହିଛି। ଏଭଳି ଘଟଣାର ପୁନରାବୃତ୍ତି ବନ୍ଦ କରିବାକୁ ମଧ୍ୟ ଅନୁରୋଧ କରାଯାଇଛି।
ସୂଚନାଯୋଗ୍ୟ, ଗୋଟିଏ ଦିନ ପୂର୍ବରୁ ଲଣ୍ଡନରେ ମଧ୍ୟ ଭାରତୀୟ ଦୂତାବାସ ଉପରେ ଖଲିସ୍ତାନ ସମର୍ଥକମାନେ ଆକ୍ରମଣ କରିଥିଲେ।

Share