Categories: ଜାତୀୟ

ଯୁବପିଢିଙ୍କ ଠାରେ ବନ୍ଦେ ଭାରତ କ୍ରେଜ: ୫୬ ପ୍ରତିଶତ ଯୁବପିଢି-କର୍ମଚାରୀ କରୁଛନ୍ତି ଯାତାୟତ

ନୂଆଦିଲ୍ଲୀ,୨୧।୧୦: ଆରାମଦାୟକ ଯାତ୍ରା ପାଇଁ ଯୁବପିଢି ବନ୍ଦେ ଭାରତ ଟ୍ରେନକୁ ବେଶ୍‌ ପସନ୍ଦ କରୁଛନ୍ତି। ଯୁବପିଢିଙ୍କ ଠାରୁ ଆରମ୍ଭ କରି ଉଭୟ ପୁରୁଷ,ମହିଳା କାର୍ଯ୍ୟରତ କର୍ମଚାରୀ ଏହି ଟ୍ରେନରେ ଯାତାୟତ କରିବା ପାଇଁ ସୁବିଧା ମଣୁଛନ୍ତି। ଦେଶରେ ପ୍ରାୟ ୫୬ପ୍ରତିଶତ ଯୁବପିଢି ଓ କର୍ମଚାରୀ ଏଥିରେ ଯାତାୟତ କରୁଛନ୍ତି। କେବଳ ଯୁବପିଢି ନୁହେଁ ୬୦ବର୍ଷରୁ ଅଧିକ ବୟସ୍କ ଲୋକ ପ୍ରାୟ ୧୨.୫ ପ୍ରତିଶତ ଲୋକ ଏଥିରେ ଯାତୟା କରିବାକୁ ପସନ୍ଦ କରୁଛନ୍ତି।

ରେଳ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ୨୫-୩୪ ବର୍ଷ ବୟସର ହାରାହାରି ୨୭.୫ ପ୍ରତିଶତ ଯୁବକ ଏହି ଟ୍ରେନରେ ଯାତ୍ରା କରୁଥିବାବେଳେ ୩୫-୪୯ ବର୍ଷ ବୟସର ହାରାହାରି ୨୮.୬ ପ୍ରତିଶତ ଯାତ୍ରୀ ଯାତ୍ରା କରୁଛନ୍ତି। ମୋଟ ଉପରେ, ୫୬ ପ୍ରତିଶତ ଯୁବକ ଓ କର୍ମଚାରୀ ଯାତ୍ରୀମାନେ ଏହି ଟ୍ରେନରେ ଯାତ୍ରା ଉପଭୋଗ କରୁଛନ୍ତି।

Share