ମୁମ୍ବାଇ,୬ ।୧୦: ମୁମ୍ବାଇରୁ ଗାନ୍ଧିନଗର ପର୍ଯ୍ୟନ୍ତ ଚାଲୁଥିବା ଦେଶର ସବୁଠାରୁ ଦ୍ରୁତଗାମୀ ଟ୍ରେନ୍ ବନ୍ଦେ ଭାରତ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗୁରୁବାର ସକାଳ ୧୧ଟା ୧୫ରେ ଏହି ଦୁର୍ଘଟଣା ଘଟିଛି । କୁହାଯାଉଛି କି ଟ୍ରେନ୍ ସାମ୍ନାକୁ ମଇଁଷି ପଲ ପଶି ଆସିବାରୁ ଏହି ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣା ବଟୱା ଷ୍ଟେଶନରୁ ମଣିନଗର ଯାଉଥିବା ଟ୍ରେନ୍ ମଇଁଷିଙ୍କ ସାମ୍ନାକୁ ଚାଲି ଆସିଥିଲା । ଦୁର୍ଘଟଣାରେ ଇଞ୍ଜିନର ଗୋଟିଏ ଭାଗ କ୍ଷତିଗ୍ରସ୍ତ ହୋଇଛି ।
ପଶ୍ଚିମ ରେଲୱେର ସିନିୟର ପିଆରଓ ଜେକେ ଜୟନ୍ତି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଏହି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଉଦଘାଟନ କରିଥିଲେ । ରେଲୱେର ପିଆରଓ ପ୍ରଦିପ ଶର୍ମା କହିଛନ୍ତି ଏହି ଘଟଣାରେ ବିଶେଷ କିଛି କ୍ଷତି ହୋଇନାହିଁ । ଟ୍ରେନ୍ ସେବାରେ କୌଣସି ବାଧା ଉପୁଜିନାହିଁ । ନିର୍ଦ୍ଧାରିତ ସମୟରେ ଟ୍ରେନ୍ ଚଳାଚଳ କରୁଛି ।