Categories: ଜାତୀୟ

ଦିଲ୍ଲୀରେ ବନ୍ଦେ ଭାରତ ଟ୍ରେନ ପାଇଁ ନୂଆ ରକ୍ଷଣାବେକ୍ଷଣ ସେଡ୍‌ ନିର୍ମାଣକୁ ଅନୁମୋଦନ

ନୂଆଦିଲ୍ଲୀ,୩।୭: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ବନ୍ଦେ ଭାରତ ଟ୍ରେନ ପାଇଁ ଏକ ନୂତନ ରକ୍ଷଣାବେକ୍ଷଣ ସେଡ୍‌ ନିର୍ମାଣ ପାଇଁ ରାସ୍ତା ସଫା କରିଦେଇଛନ୍ତି। ଏହାର ନିର୍ମାଣରେ ବାଧା ସୃଷ୍ଟି କରୁଥିବା ଗଛଗୁଡିକୁ ହଟାଇବା ଏବଂ ପ୍ରତିରୋପଣ କରିବାକୁ ନେଇ ଆସିଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛି। ପ୍ରକଳ୍ପ ସ୍ଥାନରୁ ୭୮ଟି ଗଛ ହଟାଇବା ଏବଂ ପ୍ରତିରୋପଣ ପାଇଁ ରେଳବାଇ ଦିଲ୍ଲୀ ସରକାରଙ୍କୁ ଏକ ପ୍ରସ୍ତାବ ଦେଇଥିଲା। ରେଳବାଇର ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଅନୁମୋଦନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ପରିବେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ଗାଇଡଲାଇନ ଅନୁସାରେ ନିର୍ମାଣକାରୀ ସଂସ୍ଥାକୁ ୭୮ ଗଛକୁ ହଟାଇବା ଏବଂ ପ୍ରତିରୋପଣ କରିବା ପରିବର୍ତ୍ତେ ୭୮୦ଟି ନୂତନ ଚାରା ରୋପଣ ସର୍ତ୍ତ ସହିତ ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ବାସ୍ତବରେ, ରେଳବାଇ ଶକୁରବସ୍ତିରେ ଏକ ନୂତନ ରକ୍ଷଣାବେକ୍ଷଣ ଟ୍ରେନ ସେଡ୍‌ ନିର୍ମାଣ କରିବାକୁ ପ୍ରସ୍ତାବ ଦେଇଛି। ତେବେ ଗଛର ଏକ ପ୍ୟାଚ ଉକ୍ତ ସ୍ଥାନ ନିର୍ମାଣ କାର୍ଯ୍ୟରେ ବାଧା ସୃଷ୍ଟି କରୁଛି। ଏହି କାରଣରୁ ରେଳବାଇ ଅଧିକାରୀଙ୍କ ମାଧ୍ୟମରେ ଦିଲ୍ଲୀ ସରକାରଙ୍କ ପରିବେଶ ଏବଂ ଜଙ୍ଗଲ ବିଭାଗକୁ ଏକ ପ୍ରସ୍ତାବ ଦେଇଥିଲା।

Share