Categories: ଜାତୀୟ

ବନ୍ଦେ ସାଧାରଣ ଏକ୍ସପ୍ରେସର ୫ ରୁଟ୍‌କୁ ମିଳିଲା ମଞ୍ଜୁରୀ, ଶ୍ରୀଘ୍ର ହେବ ଆରମ୍ଭ

ନୂଆଦିଲ୍ଲୀ,୨୮।୧୦: ବନ୍ଦେ ଭାରତ ଏକ୍ସପ୍ରେସ ପରେ ଖୁବ୍‌ଶୀଘ୍ର ବନ୍ଦେ ସାଧାରଣ ଏକ୍ସପ୍ରେସ ଟ୍ରେନ୍‌ ଆରମ୍ଭ ହେବ। ଏଥିରେ ସମସ୍ତ ବଗି ସେକେଣ୍ଡ କ୍ଲାସ ରହିବ। ଏଥିଲାଗି ଭଡ଼ା ମଧ୍ୟ କମ୍‌ ରହିବ ବୋଲି ଅନୁମାନ କରାଯାଉଛି। ତେବେ ପ୍ରାଥମିକ ସ୍ତରରେ ବନ୍ଦେ ସାଧାରଣ ଏକ୍ସପ୍ରେସର ୫ ମାର୍ଗକୁ ମଞ୍ଜୁରୀ ମିଳିଛି। ଏସବୁ ରୁଟ୍‌ରେ ଟ୍ରେନ୍‌ ଚଳାଚଳ ଶୀଘ୍ର ଆରମ୍ଭ ହେବାର ସମ୍ଭାବନା ରହିଛି।

କେଉଁ ରୁଟ୍‌କୁ ମିଳିଛି ମଞ୍ଜୁରୀ:
ପାଟନା-ନୂଆଦିଲ୍ଲୀ
ହାଓ୍ବଡା-ନୂଆଦିଲ୍ଲୀ
ହାଇଦ୍ରାବାଦ-ନୂଆଦିଲ୍ଲୀ
ମୁମ୍ବାଇ-ନୂଆଦିଲ୍ଲୀ
ଏର୍ନାକୁଲମ-ଗୁଆହାଟୀ

କହିରଖୁଛୁ, ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରଥମ ବନ୍ଦେ ଭାରତ ଟ୍ରେନ୍‌ର ଶୁଭାରମ୍ଭ କରିଥିଲେ। ବାରଣାସୀରୁ ଦିଲ୍ଲୀ ମଧ୍ୟରେ ପ୍ରଥମ ଟ୍ରେନ ଚଳାଚଳ ହୋଇଥିଲା।

Share