ମୁମ୍ବାଇ,୧୫।୧: ସାଉଥ୍ର ସୁନ୍ଦରୀ ଫିଲ୍ମ ଅଭିନେତ୍ରୀ ଭାନୁପ୍ରିୟାଙ୍କୁ ଶୁକ୍ରବାର ୫୪ ବର୍ଷ ପୂରଣ ହୋଇଛି। ସେ ୫୫ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୬୭ ଜାନୁୟାରୀ ୧୫ରେ ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲାର କୁରେକାନହାଲଠାରେ ଜନ୍ମଗ୍ରହଣ କରିଥିଲେ। ଫିଲ୍ମ ପାଇଁ ସେ ଅଧାରୁ ପାଠପଢ଼ା ଛାଡିଦେଇଥିଲେ। ୧୭ ବର୍ଷ ବୟସରେ ପ୍ରଥମ କରି ସେ ଫିଲ୍ମରେ ଡେବ୍ୟୁ କରିଥିଲେ। ତାଙ୍କର ପ୍ରଥମ ଫିଲ୍ମ ମେଲ୍ଲା ପେସୁଙ୍ଗଲ୍ ୧୯୮୩ରେ ରିଲିଜ୍ ହୋଇଥିଲା। ୯୦ ଦଶକରେ ସେ ବଲିଉଡ୍ରେ ପାଦଦେଇଥିଲେ। ଦୋସ୍ତି ଦୁଶମନୀ, ଇନସାଫ୍ କି ପୁକାର, ଖୁଦଗର୍ଜ, ମର ମିଟେଙ୍ଗେ, କସମ ବର୍ଦି କି ଆଦି ୧୫୦ରୁ ଅଧିକ ଫିଲ୍ମରେ ସେ ନିଜ ଅଭିନୟ ପ୍ରତିଭାର ପରିଚୟ ଦେଇଥିଲେ। ୧୯୯୮ ଜୁନ୍ ୧୪ରେ ସେ ଆଦର୍ଶ କୌଶଲଙ୍କୁ ବିବାହ କରିଥିଲେ। ତେବେ ୨୦୦୩ରେ ଝିଅ ଅଭିନୟାଙ୍କ ଜନ୍ମ ପରେ ୨୦୦୫ରେ ତାଙ୍କର ବିବାହ ବିଚ୍ଛେଦ ହୋଇଯାଇଥିଲା।