Categories: ଜାତୀୟ

ଜ୍ଞାନବାପି ମାମଲାରେ ଏଏସ୍‌ଆଇକୁ ମିଳିଲା ଆଉ ୧୦ ଦିନ ସମୟ, ବାରାଣସୀ କୋର୍ଟର ନିଷ୍ପତ୍ତି

ବାରାଣସୀ,୩୦୧୧: ଜ୍ଞାନବାପି ମସ୍‌ଜିଦ୍‌ କମ୍ପ୍ଲେକ୍ସର ବିସ୍ତୃତ ବିଜ୍ଞାନସମ୍ମତ ସର୍ଭେ ରିପୋର୍ଟ ଦାଖଲ କରିବା ଲାଗି ବାରାଣସୀ ଜିଲା କୋର୍ଟ ଭାରତର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)କୁ ଗୁରୁବାର ଆଉ ୧୦ ଦିନ ସମୟ ପ୍ରଦାନ କରିଛନ୍ତି। ସମୟସୀମା ଆଉ ୩ ସପ୍ତାହ ବଢ଼ାଇବା ପାଇଁ ଏଏସ୍‌ଆଇ କରିଥିବା ଆବେଦନକୁ ବିଚାରକୁ ନେଇ ଜିଲା ଜଜ୍‌ ଏ.କେ. ବିଶ୍ୱେଷ ଉପରୋକ୍ତ ରାୟ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୧ରେ ଅନୁଷ୍ଠିତ ହେବ।

Share