Categories: ଜାତୀୟ

ଜ୍ଞାନବାପି ମାମଲା: ହିନ୍ଦୁ ପକ୍ଷଙ୍କ ସପକ୍ଷରେ ରାୟ ଦେଲେ ସୁପ୍ରିମକୋର୍ଟ

ବାରାଣସୀ,୧୬।୧: ବହୁଚର୍ଚ୍ଚିତ ବାରାଣସୀର ଜ୍ଞାନବାପି ମସ୍‌ଜିଦ୍‌ ମାମଲାରେ ସୁପ୍ରିମକୋର୍ଟ ମଙ୍ଗଳବାର ବଡ଼ ରାୟ ଦେଇଛନ୍ତି। ମସଜିଦ୍‌ ପରିସରରେ ଥିବା ସିଲ୍‌ ଅଞ୍ଚଳକୁ ସଫା କରିବା ଲାଗି ହିନ୍ଦୁ ପକ୍ଷକୁ ଅନୁମତି ମିଳିଛି। ଜିଲା ମାଜିଷ୍ଟ୍ରେଟ୍‌ଙ୍କ ତତ୍ତ୍ୱାବଧାନରେ ଉକ୍ତ ଅଞ୍ଚଳକୁ ସଫା କରିବା ଲାଗି କୋର୍ଟ ଅନୁମତି ଦେଇଛନ୍ତି।

ଜ୍ଞାନବାପିରେ ଥିବା ସିଲ୍‌ ଅଞ୍ଚଳରେ ଶିବଲିଙ୍ଗ ରହିଥିବା ବେଳେ ତାର ଆଖପାଖରେ ମାଛ ମରି ପଡ଼ିଥିବାରୁ ଅଳିଆ ହୋଇଥିବା ହିନ୍ଦୁ ପକ୍ଷ କହିଥିଲା। ଶିବଭକ୍ତଙ୍କ ଭାବନାକୁ ଆଘାତ କରୁଥିବା ଦର୍ଶାଇ ଏହାକୁ ଖୋଲି ତୁରନ୍ତ ସଫା କରିବାକୁ ସୁପ୍ରିମକୋର୍ଟରେ ହିନ୍ଦୁ ପକ୍ଷ ପିଟିସନ ଦାଖଲ କରିଥିଲା। ଏହାର ଶୁଣାଣି କରି ହିନ୍ଦୁ ପକ୍ଷର ଦାବିକୁ ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି। ମସଜିଦ୍‌ ପକ୍ଷ ମଧ୍ୟ ଏହି ଆବେଦନ ଉପରେ କୌଣସି ଆପତ୍ତି ନାହିଁ ବୋଲି କହିଛନ୍ତି।

Share