Categories: ଜାତୀୟ

କଡା ସୁରକ୍ଷା ମଧ୍ୟରେ ଜ୍ଞାନବ୍ୟାପି ପରିସରରେ ସର୍ଭେ ଆରମ୍ଭ, କିଛି ତଥ୍ୟ ଓ ସତ୍ୟ ଆସିବ ସାମ୍ନାକୁ

ବାରାଣସି,୧୪ ।୫: ବାରାଣସିର ଜ୍ଞାନବ୍ୟାପି ମସଜିଦ ପରିସରର ସତ୍ୟ ସାମ୍ନାକୁ ଆଣିବାକୁ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ ପକ୍ଷଙ୍କ ଉପସ୍ଥିତିରେ ଶନିବାର ସକାଳେ ସର୍ଭେ ଆରମ୍ଭ କରାଯାଇଛି । ଭିଡିଓଗ୍ରାଫି ପାଇଁ ବିଶେଷ କ୍ୟାମେରା ଓ ଲାଇଟ ବ୍ୟବସ୍ଥା କରାଯାଇଛି । ଏହା ପରିସରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ତଳ ମହଲାରୁ ସର୍ଭେ ଆରମ୍ଭ କରାଯାଇଛି । ଏବେ ପର୍ଯ୍ୟନ୍ତ ୨ଟି କୋଠରୀର ସର୍ଭେ କରାଯାଇଥିବା ଜଣାପଡିଛି । ଏହି ସର୍ଭେ ଦିନ ୧୨ଟା ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଉଛି । ସର୍ଭେ ସମୟରେ ମସଜିଦ ଆଖପାଖର ସମସ୍ତ ଦୋକାନ ବନ୍ଦ ରହିଛି ।
ସେହିଭଳି ମୈଦାଗିନ ଓ ଗୋଦୌଲିୟା ଆଡକୁ ଯାଇଥିବା ରାସ୍ତାକୁ ସାଧାରଣ ଯାତ୍ରୀଙ୍କ ଗମନା ଗମନ ପାଇଁ ବନ୍ଦ କରି ଦିଆଯାଇଛି । ସର୍ଭେ ପାଇଁ ୫୨ ଜଣିଆ ଏକ ଟିମ ଭିତରକୁ ଯାଇଛନ୍ତି । ଏମାନଙ୍କ ମଧ୍ୟରେ କୋର୍ଟ କମିଶନର ଅଜୟ କୁମାର ମିଶ୍ରା ତାଙ୍କ ସହ ୨ ସହଯୋଗୀ କୋର୍ଟ କମିଶନର ବାଦୀ ପ୍ରତିବାଦୀ ପକ୍ଷର ଲୋକ, ଡିଜିସି ସିଭଲ, ଜିଲା ପ୍ରଶାସନ ଓ ଉଚ୍ଚ ଅଧିକାରୀ, ସୁରକ୍ଷାକର୍ମୀ, ଭିଡିଓଗ୍ରାଫର, ଫଟୋଗ୍ରାଫର ସମେତ ୫୨ ଜଣ ସର୍ଭେ ପାଇଁ ଜ୍ଞାନବ୍ୟାପି ମସଜିଦ ପରିସରରେ ପ୍ରବେଶ କରିଛନ୍ତି ।

Share