Categories: ଜାତୀୟ

ନେପାଳ ପ୍ରଧାନମନ୍ତ୍ରୀ ଓଲିଙ୍କ ବୁଦ୍ଧିଶୁଦ୍ଧି ବଢିବା ପାଇଁ ଯଜ୍ଞ

ବାରାଣସୀ,୧୭।୭: ଉତ୍ତର ପ୍ରଦେଶର ବାରାଣସୀରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ବାରାଣସୀର ବିରଦୋପୁରରେ ଏକ ମଠରେ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ବୁଦ୍ଧିଶୁଦ୍ଧି ବଢିବା ପାଇଁ ଯଜ୍ଞ କରାଯାଇଛି। ଓଲି ପ୍ରଭୁ ଶ୍ରୀରାମ ନେପାଳରେ ଜନ୍ମ ହୋଇଛନ୍ତି। ଭାରତରେ ନକଲି ଅଯୋଧ୍ୟା ନିର୍ମାଣ ହୋଇଛି। ଅସଲରେ ଅଯୋଧ୍ୟା ନେପାଳରେ ରହିଛି ବୋଲି କହିଥିଲେ। ଏଭଳି ମନ୍ତବ୍ୟ ପରେ ତାଙ୍କୁ ସଦ୍‌ବୁଦ୍ଧି ଦେବା ପାଇଁ ଏଭଳି ଯଜ୍ଞ ଅନୁଷ୍ଠିତ ହୋଇଛି। ଯେଉଁ ମଠରେ ଏହି ଯଜ୍ଞ କରାଯାଇଛି ସେହି ମଠକୁ ନେପାଳ ନରେଶ ମହାରାଜ ଜଙ୍ଗ ବାହାଦୁରଙ୍କ ପୁଅ ରଣଦୀପ ସିଂ ସମର୍ପିତ କରିଥିଲେ। ସୂଚନାଯୋଗ୍ୟ, ଓଲି ଏବେ ତାଙ୍କ ଦଳ ଭିତରୁ କୋଣଠେସା ହୋଇଛନ୍ତି। ଅଧିକାଂଶ ଏମ୍‌ପି ଏବେ ତାଙ୍କ ବିରୋଧରେ। ରାଜନୀତିକ ଗାଦି ବଞ୍ଚାଇବା ପାଇଁ ସେ ଚାଇନା ଏବଂ ପାକିସ୍ତାନର ଶରଣରେ ପଶିଛନ୍ତି। ଏମିତିକି କାଠମାଣ୍ଡୁରେ ଥିବା ଚୀନର ମହିଳା ଦୂତାବାସ ଅଧିକାରୀଙ୍କ ହନିଟ୍ରାପର ଶିକାର ଓଲି ସରକାର ହୋଇଥିବା ଚର୍ଚ୍ଚା ହେଉଛି।

Share