Categories: ଜାତୀୟ

କରୋନା ପ୍ରଭାବ: ଦୋକାନରେ ଚା’ ନୁହେଁ ମିଳୁଛି ଏହି ଜିନିଷ

ବାରାଣସୀ,୨୩।୭: ଚା’ କିମ୍ବା କଫି ଦୋକାନ ବିଷୟରେ ସମସ୍ତେ ଅବଗତ ଥିବେ। କିନ୍ତୁ କାଢା ଦେକାନ ବିଷୟରେ ଖୁବ୍‌ କମ ଲୋକ ଜାଣିଥିବେ। ଉତ୍ତର ପ୍ରଦେଶର କାଶୀରେ ଚା’ ବଦଳରେ ଏବେ କାଢା ପିଇବାର କ୍ରେଜ୍‌ ଦେଖିବାକୁ ମିଳିଛି। ଲୋକେ ଚା’ ଏବଂ କଫି ବଦଳରେ କାଢା ପିଉଛନ୍ତି। କାଢା ଲୋକପ୍ରିୟତାକୁ ଦୃଷ୍ଟି ରଖି ଏହାର ଦୋକାନ ସବୁ ଖୋଲିଗଲାଣି। ବନାରସ ସହର ଗଳି, ବନାରସୀ ଶାଢି ଏବଂ ପାନ ପାଇଁ ବେଶ୍‌ ପ୍ରସିଦ୍ଧ। କିନ୍ତୁ କରୋନା କାରଣରୁ ଚା’ ବ୍ୟବସାୟୀ ସଙ୍କଟରେ ପଡିଯାଇଛନ୍ତି। ବଜାରରେଏବେ କାଢା ଚାହିଦା ଥିବାରୁ ବାରାଣସୀର ଜଗମ୍ବାଡି ଅଞ୍ଚଳର ଚା ଦୋକାନୀ ବିଜୟ ବର୍ତ୍ତମାନ କାଢା ଦୋକାନ ଆରମ୍ଭ କରିଛନ୍ତି।
ବିଜୟଙ୍କ ଅନୁଯାୟୀ, କରୋନାରେ ଏକ ସାମାଜିକ ସେବା ଭାବରେକାଢା ପ୍ରସ୍ତୁତ କରି ଲୋକଙ୍କୁ ମାଗଣା ବାଣ୍ଟୁଥିଲେ। ତା’ପରେ ଲୋକଙ୍କ ଆଗ୍ରହ ବୃଦ୍ଧି ଏବଂ ଚା ଦୋକାନରେ ମନ୍ଥରତା ହେତୁ ସେ ଏକ ଆୟୁର୍ବେଦିକ କାଢା ଦୋକାନ ଖୋଲିଥିଲେ। ୧୫ଟି ଔଷଧୀୟ ଜିନିଷ ମିଶ୍ରଣ କରି ଏକ କାଢା ପ୍ରସ୍ତୁତ କରନ୍ତି। ପ୍ରତି କପ୍‌ କାଢାର ମୂଲ୍ୟ ୧୦ ଟଙ୍କା ରଖାଯାଇଛି। ପ୍ରତିଦିନ ୪୦୦ରୁ ୫୦୦ କପ୍‌ କାଢା ବିକ୍ରି ହେଉଛି। ତୁଳସୀ, ଅଦା, ମହୁ ଭଳି ବିଭିନ୍ନ ପ୍ରକାର ଔଷଧୀୟ ଜିନିଷ ପଡି କାଢା ପ୍ରସ୍ତୁତ ହେଉଥିବାରୁ ବର୍ଷାଦିନେ ଥଣ୍ଡା ଏବଂ କାଶର ସମସ୍ୟା ଦେଖାଦେଉ ନାହିଁ ବୋଲି ଗ୍ରାହକମାନେ ମତ ଦେଇଛନ୍ତି।

Share