Categories: ଜାତୀୟ

କାଶୀକୁ ପ୍ରଧାନମନ୍ତ୍ରୀଙ୍କ ଉପହାର

ବାରାଣସୀ,୧୫ ।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବାରାଣସୀ ଗସ୍ତ କରିଛନ୍ତି । ବିମାନ ବନ୍ଦରରେ ପହଞ୍ଚିବା ମାତ୍ରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହାପରେ ସିଧା ସେ ବିଏଚ୍‌ୟୁ ପହଞ୍ଚିଥିଲେ । ବାରାଣସୀକୁ ଏହା ପ୍ରଧାନମନ୍ତ୍ରୀଙ୍କ ୨୭ତମ ଯାତ୍ରା । ଏହି ଅବସରରେ ପ୍ରଧାନମନ୍ତ୍ରୀ କାଶୀବାସିଙ୍କୁ ୧୪୭୫ କୋଟି ପରିଯୋଜନାର ଉପହାର ଦେଇଛନ୍ତିି । ଯେଉଁଥିରେ ୭୪୪ କୋଟି ଟଙ୍କାର ପରିଯୋଜନାର ଲୋକାର୍ପଣ କରାଯାଇଥିବା ବେଳେ ୭୩୦.୯୧ କୋଟି ଟଙ୍କାର ପରିଯୋଜନାର ଶିଳାନ୍ୟାସ କରାଯାଇଛି । ଏହି ସମୟରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ରାଜ୍ୟପାଳ ଆନନ୍ଦିବେନ ପଟେଲ ବି ଉପସ୍ଥିତ ଥିଲେ । ୧୮୬ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ଭାରତ-ଜାପାନ ବନ୍ଧୁତ୍ୱର ପ୍ରତିକ ରୁଦ୍ରାକ୍ଷ କନଭେନଶନ ସେଣ୍ଟରର ଲୋକାର୍ପଣ କରାଯାଇଛି ।

Share