Categories: ଜାତୀୟ

ସଂସ୍କୃତ ସହର ହେବ ବାରାଣସୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ ବାରାଣସୀ ‘ସଂସ୍କୃତ ସହର’ ଭାବେ ପରିଚିତ ହେବ। ଏ ନେଇ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ବାରାଣସୀରେ ୧୧୦ରୁ ଊର୍ଦ୍ଧ୍ୱ ସଂସ୍କୃତ ବିଦ୍ୟାଳୟ ଥିବାବେଳେ ସର୍ବାଧିକ ଛାତ୍ରୀଛାତ୍ର ସଂସ୍କୃତ ଅଧ୍ୟୟନ କରୁଛନ୍ତି। ଆଉ ୨ଟି ସଂସ୍କୃତ ବିଦ୍ୟାଳୟ ସ୍ଥାପନ ହେବାକୁ ଥିବାବେଳେ ଯୋଗୀ ସରକାର ରାଜ୍ୟରେ ୧୩ ନୂଆ ସ୍କୁଲ ନିର୍ମାଣ କରିବାକୁ ଯାଉଛନ୍ତି। ଏହାସହ ଖୁବ୍‌ଶୀଘ୍ର ଏକ ସଂସ୍କୃତ ନିର୍ଦ୍ଦେଶାଳୟ ଖୋଲାଯିବ। ଏତତ୍‌ବ୍ୟତୀତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଥମ ଥର ପାଇଁ ସରକାରୀ ବିଜ୍ଞପ୍ତିଗୁଡ଼ିକ ସଂସ୍କୃତରେ ଛାପିବା ଆରମ୍ଭ କରିଛନ୍ତି। ତାଙ୍କ କାର୍ଯ୍ୟାଳୟ ଟୁଇଟର ଆକାଉଣ୍ଟରୁ ସେ ସଂସ୍କୃତରେ ଟୁଇଟ୍‌ ମଧ୍ୟ କରିଛନ୍ତି।

Share