Categories: ଜାତୀୟ

ବାରାଣସୀ କୋର୍ଟକୁ ଗଲା ଜ୍ଞାନବ୍ୟାପୀ ମସଜିଦ୍‌ ମାମଲା

ନୂଆଦିଲ୍ଲୀ,୨୦।୫: ସୁପ୍ରିମକୋର୍ଟରେ ଜ୍ଞାନବ୍ୟାପୀ ମସଜିଦ୍‌ ମାମଲାର ଶୁକ୍ରବାର ଶୁଣାଣି ହେବା ନେଇ ଦିନ ଧାର୍ଯ୍ୟ ହୋଇଥିଲା। ଏନେଇ ଗଣମାଧ୍ୟମଠାରୁ ଆରମ୍ଭ କରି ଦେଶବାସୀ ପର୍ଯ୍ୟନ୍ତ ସମସ୍ତଙ୍କ ନଜର କୋର୍ଟଙ୍କ ଉପରେ ରହିଥିଲା। ହେଲେ ସୁପ୍ରିମକୋର୍ଟ ଏହି ମାମଲାକୁ ବାରାଣସୀର ଜିଲା କୋର୍ଟକୁ ହସ୍ତାନ୍ତର କରିଛନ୍ତି।

ମାମଲା ହସ୍ତାନ୍ତର ବେଳେ ଜିଲା କୋର୍ଟଙ୍କ ପାଖରେ ଦୀର୍ଘ ୨୫ ବର୍ଷର ଅଭିଜ୍ଞତା ରହିଛି। ତେଣୁ ଜିଲା କୋର୍ଟଙ୍କ ରାୟ ଉପରେ କୌଣସି ପ୍ରଶ୍ନ ଉଠାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏଥିସହିତ କୋର୍ଟ ଶିବଲିଙ୍ଗ ମିଳିଥିବା ସ୍ଥାନକୁ ସିଲ୍‌ କରିବା, ମସଜିଦ୍‌ରେ କମ୍‌ ସଂଖ୍ୟକ ମୁସଲମାନଙ୍କୁ ନମାଜ ପାଠ ଅନୁମତି ରାୟକୁ ସୁପ୍ରିମକୋର୍ଟ ସଂରକ୍ଷିତ ରଖିଛନ୍ତି। ମେ’ ୧୭ରେ ଲାଗୁ କରାଯାଇଥିବା କୋର୍ଟଙ୍କ ଅନ୍ତରୀଣ ଆଦେଶକୁ ୮ ସପ୍ତାହ ତଥା ଜୁଲାଇ ୧୭ ପର୍ଯ୍ୟନ୍ତ ଲାଗୁ ରହିବ ବୋଲି ବିଚାରପତି ଚନ୍ଦ୍ରଚୂଡ ନିର୍ଦ୍ଦେଶ ଦେଇଛନ୍ତି।

Share