ଯନ୍ତ୍ରଣାର ଉତ୍ସ ଭାରିକୋଜ୍‌ ଭେନ୍‌

ଯନ୍ତ୍ରଣା ଭରା ଅବସ୍ଥାରେ ଭାରିକୋଜ୍‌ ଭେନ୍‌କୁ ଠାବ କରାଯାଇଥାଏ। ଏହି ଭେନ୍‌ ପ୍ରାୟତଃ ସମସ୍ତଙ୍କ ପାଖେ ଦେଖାଯାଇ ନ ଥାଏ। ଏପରି ଭେନ୍‌ ସାଧାରଣ ଭେନ୍‌ ଭାବେ ଚର୍ମ ନିକଟରେ ଥାଏ ଅଧିକନ୍ତୁ ବାହ୍ୟ ପାର୍ଶ୍ୱକୁ ରହି ଫୁଲିବା ଦ୍ୱାରା ଭାରିକୋଜ୍‌ ଆଖ୍ୟା ଦିଆଯାଇଅଛି। ଏପରି ଭେନ୍‌ଗୁଡ଼ିକ ମୋଟା ଏବଂ ପ୍ରସସ୍ଥ ହୋଇ ସାଧାରଣତଃ ଗୋଡ଼, ପୁରୁଷ ଅଣ୍ଡକୋଷ କିମ୍ବା ମଳ ଦ୍ୱାରରେ ଦୃଷ୍ଟିଗୋଚର ହୁଅନ୍ତି। ଭାରିକୋଜ୍‌ ଭେନ୍‌ ସମସ୍ତଙ୍କ ପାଇଁ ଏକ ସମସ୍ୟା ହୋଇ ଉଭା ହୋଇ ନ ଥାଏ, ହେଲେ ମନୁଷ୍ୟ ଗୋଡ଼ରେ, ମୁହଁରେ ଏକ ପ୍ରକାର ବୁଢ଼ିଆଣୀ ଜାଲ କିମ୍ବା ଦଉଡ଼ି ଗୁଚ୍ଛ ସଦୃଶ ଆକାର ନେଇ ବେଳେବେଳେ ଅବିରତ ଯନ୍ତ୍ରଣା ସହିତ ବେଆରମ ଓ ଅନ୍ୟାନ୍ୟ ଶାରୀରିକ ସମସ୍ୟା ସୃଷ୍ଟି କରନ୍ତି।
ସରଳ ଭାବେ ବୁଝିବାକୁ ହେଲେ ମନୁଷ୍ୟ ଶରୀରରେ ଆଟେରି(ଧମନୀ) ଓ ଭେନ୍‌(ଶିରା) ରକ୍ତ ସଞ୍ଚାଳନ କରିଥାନ୍ତି। ଧମନୀ ବିଶୁଦ୍ଧ ରକ୍ତ ହୃତ୍‌ପିଣ୍ଡରୁ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗକୁ ବହନ କରିବା ଦାୟିତ୍ୱ ନେଇଥିବା ବେଳେ ଭେନ୍‌ ଦ୍ୱାରା ଦୂଷିତ ରକ୍ତ ଭିନ୍ନ ଭିନ୍ନ ସ୍ଥାନରୁ ହୃତ୍‌ପିଣ୍ଡକୁ ପୁନଃ ପ୍ରକ୍ରିୟାକରଣ ଉଦ୍ଦେଶ୍ୟରେ ଫେରାଇ ଆଣିଥାନ୍ତି। କିନ୍ତୁ ଗୋଡ଼ରେ ଥିବା ଭେନ୍‌ଗୁଡ଼ିକ ରକ୍ତ ଫେରାଇ ଆଣିବା ସମୟରେ ମାଧ୍ୟାକର୍ଷଣ ଶକ୍ତିର ବିପରୀତ ଦିଗରେ କାମ କରିଥାନ୍ତି, ଯଦ୍ଦ୍ବାରା ସର୍ବଦା ଚାପଗ୍ରସ୍ତ ରହିଥାନ୍ତି। ରକ୍ତ ଊର୍ଦ୍ଧ୍ୱଗାମୀ ହେବା ବେଳେ ତଳ ଗୋଡ଼ର ମାଂସପେଶୀଗୁଡ଼ିକ ନିଜକୁ ଅଧିକ ଶକ୍ତ ଓ ଦୃଢ଼ କରି ଚିପି ଧରନ୍ତି, ଯାହା ଭେନ୍‌ଗୁଡ଼ିକ ପାଇଁ ପମ୍ପ ଭାବେ କାମକରେ ଏବଂ ରକ୍ତ ଚାପଗ୍ରସ୍ତ ଅବସ୍ଥାରେ ହୃତ୍‌ପିଣ୍ଡକୁ ଅଗ୍ରସର ହେବାକୁ ଲାଗେ। ଏ ପ୍ରକ୍ରିୟାରେ ଭେନ୍‌ ପ୍ରାଚୀର ଓ ଭାଲ୍‌ବର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଥାଏ। ରକ୍ତ ଉପରକୁ ଗତି କରିବାକ୍ଷଣି ଭେନ୍‌ରେ ଥିବା ଅତି କ୍ଷୁଦ୍ର ଭାଲ୍‌ବ ସମୂହ ଖୋଲିବାକୁ ଲାଗିଥାନ୍ତି। ରକ୍ତ ପ୍ରବାହିତ ହୋଇ ସାରିବାକ୍ଷଣି ଏହା ସ୍ବୟଂକ୍ରିୟ ଭାବେ ତୁରନ୍ତ ବନ୍ଦ ହୋଇଯାଏ। ଏପରି ନିୟୋଜିତ ଭାଲ୍‌ବ ଠିକ କାର୍ଯ୍ୟ ସମ୍ପାଦନା ଦ୍ୱାରା ରକ୍ତ କଣିକା ପୁନଃ ତଳକୁ ଖସିବାକୁ ସାମର୍ଥ୍ୟ ହୋଇପାରନ୍ତି ନାହିଁ, ଫଳରେ ରକ୍ତ କ୍ରମେ ଅଗ୍ରସର ହୋଇ ହୃତ୍‌ପିଣ୍ଡକୁ ଅନାୟାସରେ ପହଞ୍ଚତ୍ୟାଏ। କିନ୍ତୁ, ଏହି ସମୟରେ ଯଦି ଭାଲ୍‌ବଗୁଡ଼ିକର ଅବସ୍ଥା ଦୁର୍ବଳ କିମ୍ବା କ୍ଷତିଗ୍ରସ୍ତ ଥାଏ, ତେବେ ରକ୍ତ ଉପରକୁ ନ ଯାଇ ତଳକୁ ଖସି ଗୋଡ଼ରେ ଥିବା ଭେନ୍‌ମାନଙ୍କରେ ଗଚ୍ଛିତ ହୋଇଥାଆନ୍ତି। ଏହା ଦ୍ୱାରା ଗୋଡ଼ରେ ଥିବା ଭେନ୍‌ଗୁଡ଼ିକ ଫୁଲି, ବିସ୍ତାରିତ ଓ କୁଞ୍ଚ କୁଞ୍ଚ ହେବାରେ ଲାଗନ୍ତି ଏବଂ ଭାରିକୋଜ୍‌ ଭେନ୍‌ ଉତ୍ପତ୍ତି ହେବା ସହ ନାନାଦି ଶାରୀରିକ ସମସ୍ୟା ସୃଷ୍ଟି କରାନ୍ତି।
ପାରିବାରିକ ଇତିହାସ ଏବଂ ମେଦ ବହୁଳତା ହେବା ଏହାର ଦୁଇ ପ୍ରମୁଖ କାରଣ ହୋଇପାରେ। ଅଧିକ ମୋଟା ହେବା ଦ୍ୱାରା ଭେନ୍‌ଗୁଡ଼ିକ ଅଧିକ ଚାପପ୍ରସ୍ତ ହୋଇ ସମସ୍ୟା ସୃଷ୍ଟି କରନ୍ତି। ମହିଳାମାନେ ଅଧିକ ଏପରି ସମସ୍ୟାରେ ଘାଣ୍ଟି ହୁଅନ୍ତି। ଅଧିକ ସମୟ ଛିଡ଼ାହେବା କିମ୍ବା ବସି ରହି କୌଣସି କାର୍ଯ୍ୟ କରିବା ମଧ୍ୟ ଅନ୍ୟ ଏକ କାରଣ ହୋଇପାରେ। ଏପରି ହେବା ଦ୍ୱାରା ରକ୍ତ ପ୍ରବାହ ଆଘାତପ୍ରାପ୍ତ ହୁଏ। ଫଳରେ ବିଶେଷ ଅଡୁଆ ଅବସ୍ଥା ସର୍ବଦା ହୁଏ ନାହିଁ କିନ୍ତୁ କଷ୍ଟଦାୟକ ଅଲସରଗୁଡ଼ିଏ ପାଦର ଚର୍ମରେ ଗଣ୍ଠି ପାର୍ଶ୍ୱବର୍ତ୍ତୀ ସ୍ଥାନରେ ହୋଇପାରେ। ଅଲସର ହେବା ପୂର୍ବରୁ ଚର୍ମର ନିର୍ଦ୍ଦିଷ୍ଟ ସ୍ଥାନରେ ବିବର୍ଣ୍ଣ ହୋଇ ଏକ ଦାଗ ସୃଷ୍ଟି ହୁଏ। ସମୟେ ସମୟେ ଗୋଡ଼ର ଭିତର ପାର୍ଶ୍ୱରେ ଭେନ୍‌ ବଡ଼ ଆକାର ଧାରଣ କରି ଯନ୍ତ୍ରଣା ହେବା ସହ ଗୋଡ଼ ଫୁଲିଯାଏ। ଏପରି ଅବସ୍ଥା ଲାଗି ରହିଲେ ହୁଏତ ରକ୍ତ ଜମାଟ କାରଣ ହୋଇପାରେ। ଭେନଗୁଡ଼ିକ ଅତ୍ୟଧିକ ଫୁଲିବା ଦ୍ୱାରା ଚାପଗ୍ରସ୍ତ ହୋଇ ଫାଟି ରକ୍ତସ୍ରାବ ମଧ୍ୟ କରିଥାଏ। ବହୁ ସମୟ ଧରି ଭାରିକୋଜ୍‌ ଭେନ ଗୋଡ଼କୁ କଷ୍ଟ ଦେବା ସହ ଫୁଲେଇ ଦେଇଥାଏ। ଯାହାଦ୍ୱାରା ରୋଗୀ ଅଶାନ୍ତି ମଧ୍ୟକୁ ଠେଲି ହୋଇଯାଏ।
ଭାରିକୋଜ ଭେନ ଯଦିଓ କେତେକଙ୍କ ପାଇଁ କଷ୍ଟଦାୟକ ନୁହେଁ କିନ୍ତୁ ଅନ୍ୟମାନେ ଯନ୍ତ୍ରଣା ଅନୁଭବ କରନ୍ତି। ଏଥିପାଇଁ ନିୟମିତ ଭେଷଜ ଚିକିତ୍ସା ସହିତ କିପରି ନିୟମିତ ଅବିଶ୍ରାନ୍ତ ରକ୍ତ ପ୍ରବାହ ଜାରି ରହିପାରିବ ଏବଂ ମାଂସପେଶୀ ସୁସ୍ଥ ରହିବ, ସେଥିପାଇଁ ସତର୍କ ରହିବା ଆବଶ୍ୟକ। ଏହା ସହିତ ଉଚ୍ଚ ହିଲ୍‌ଯୁକ୍ତ ଚପଲ ପରିଧାନ, ଅତ୍ୟଧିକ ଚିପା ମୋଜା ପରିଧାନ ନ କରିବା ଉପାଦେୟ ସାବ୍ୟସ୍ତ ହୋଇପାରେ। ନିୟମିତ ବ୍ୟାୟାମ ସହିତ ତନ୍ତୁଯୁକ୍ତ ଖାଦ୍ୟ ସେବନ, କମ୍‌ ଲୁଣ ଯୁକ୍ତ ଭୋଜନ ଉପରେ ଧ୍ୟାନ ଦେବା ଦରକାର। ଏକ ଉତ୍ତମ ସ୍ବାସ୍ଥ୍ୟ ବଜାୟ ରଖିବା ସହିତ ବସିବା କିମ୍ବା ଶୋଇବା ସମୟରେ ଗୋଡ଼କୁ ଉପରକୁ ଟେକି ରଖିଲେ ହୁଏତ ଭାରିକୋଜ୍‌ ଭଳି ସମସ୍ୟାରୁ ମୁକ୍ତି ମିଳିପାରେ।

ଡ. ମାନସ ରଞ୍ଜନ ଶତପଥୀ
-ଅଧ୍ୟକ୍ଷ, ମଡେଲ ଡିଗ୍ରୀ କଲେଜ, ନୟାଗଡ଼
ମୋ: ୯୪୩୭୪୭୯୦୪୫


Enter your email to get our daily news in your inbox.

All Right Reserved By Dharitri.Com

ସ୍ବର୍ଣ୍ଣିମ ପ୍ରକ୍ଷେପଣ ପଛରେ ବିଜ୍ଞାନ

ଜାଭେଲିନ ଆମ ଦେଶର ଏକ ପାରମ୍ପରିକ ଖେଳ। ଜାଭେଲିନକୁ ଆମ ଦେଶରେ ସାଧାରଣତଃ ବର୍ଛା କିମ୍ବା ଭାଲ୍ଲା ବୋଲି କୁହାଯାଏ। ପୂର୍ବେ ରାଜା ମହାରାଜାମାନେ ଅବସର...

ଚା’ ପିଉଛନ୍ତି କି? ରୁହନ୍ତୁ ସତର୍କ ନଚେତ୍‌ ଭୋଗିବେ ଏସବୁ ସମସ୍ୟା

କ୍ଳାନ୍ତ ମନକୁ ହାଲୁକା କରିବା ପାଇଁ ଅନେକେ ଚା’ କିମ୍ବା କଫି ପିଇଥାଆନ୍ତି। ହେଲେ ଯଦି ଆପଣ ଅଧିକ ସମୟ ଚା’ ପିଉଛନ୍ତି ତେବେ ଏପରି...

ଆପଣଙ୍କ ସୋଫା ଉପରେ ଅଛି କି ବିମ୍, ଜାଣନ୍ତୁ ମନକୁ କେମିତି କରେ….

ଲିଭିଂ ରୁମ୍‌ ଘରର ଏମିତି ଏକ ଅଂଶ; ଯାହାର ସାଜସଜ୍ଜାକୁ ଦେଖିଲେ ପରିବାର ସଦସ୍ୟଙ୍କ ବୈଭବ, ସମ୍ପନ୍ନତା ଓ ମାନସିକତାକୁ ଠଉରେଇ ହୁଏ। ସେଥିପାଇଁ ଲିଭିଂ...

ଗର୍ଭାବସ୍ଥାରେ ବାନ୍ତି କାହିଁକି ହୁଏ, ଜାଣନ୍ତୁ ଏଥିରୁ କେମିତି ପାଇବେ ରକ୍ଷା

ଗର୍ଭାବସ୍ଥା ସମୟରେ ମହିଳାଙ୍କ ଶରୀରରେ ଅନେକ ପରିବର୍ତ୍ତନ ଘଟେ। ଗର୍ଭାବସ୍ଥାରେ ବିଶେଷତଃ ପ୍ରଥମ ତିନି ମାସ ପର୍ଯ୍ୟନ୍ତ ମହିଳାମାନେ କିଛି ଖାଇ ପିଇ ପାରନ୍ତି ନାହିଁ।...

ନିୟମିତ ଯୋଗ କରୁଥିଲେ ଏସବୁ ସମସ୍ୟାରୁ ମିଳିବ ମୁକ୍ତି

ଶରୀରକୁ ସୁସ୍ଥ ତଥା ନୀରୋଗ ରଖିବାକୁ କିଏ ବା ନ ଚାହେଁ? ଏଥିପାଇଁ ନିୟମିତ ବ୍ୟାୟାମ ନିଶ୍ଚୟ କରୁଥିବେ। ତେବେ ନିଜର ଦୈନନ୍ଦିନ ଜୀବନରେ ଯୋଗକୁ...

ବିଳମ୍ବରେ ଉଠୁଥିଲେ ହୋଇଯାନ୍ତୁ ସାବଧାନ: ହୋଇପାରେ…

କେତେକ ବ୍ୟକ୍ତିଙ୍କର ଏକ ଅଭ୍ୟାସ ରହିଛି। ସେମାନେ ପ୍ରାୟ ବିଳମ୍ବରେ ଶୁଅନ୍ତି ଏବଂ ବିଳମ୍ବରେ ଉଠନ୍ତି। ତେଣୁ ଏହାଦ୍ୱାରା ଶାରୀରିକ ପ୍ରକ୍ରିୟା ପ୍ରଭାବିତ ହେବାର ଆଶଙ୍କା...

ହାର୍ଟ ପାଇଁ ଉପକାରୀ ଅମୃତଭଣ୍ଡା

ଅମୃତଭଣ୍ଡାରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ତେବେ ଏହାର ଭଲ ଗୁଣ ତାଲିକାରେ ଆଉ ଏକ କଥାକୁ ନିକଟରେ ଯୋଡ଼ାଯାଇଛି। ଏହାକୁ ଖାଇବା...

ହାଇ ହିଲ୍‌ସ ପିନ୍ଧିଲେ ଦେଖାଦିଏ ଏସବୁ ସ୍ବାସ୍ଥ୍ୟ ସମସ୍ୟା

କଥାରେ ଅଛି- ‘ପ୍ରତି ଅବାଗିଆ ଢଙ୍ଗ ହେଉଛି ଗୋଟିଏ ଫେଶନ’। ନିଜକୁ ସାଧାରଣ ଲୋକଙ୍କଠାରୁ ଅଲଗା ବୋଲି ଦେଖାଇହେବା ପାଇଁ ଲୋକେ ଏହାକୁ ଆପଣେଇ ଥାଆନ୍ତି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri