Categories: ଜାତୀୟ

ଏସ୍‌ଟି ତାଲିକାରେ ବିଭିନ୍ନ ସମ୍ପ୍ରଦାୟଙ୍କୁ ସାମିଲ କରାଯାଉ

ନୂଆଦିଲ୍ଲୀ,୨୯।୩: ଅନୁସୂଚିତ ଜନଜାତି (ଏସ୍‌ଟି) ତାଲିକାରେ ଓଡ଼ିଶାର ବିଭିନ୍ନ ଜାତିକୁ ସାମିଲ କରିବା ନିମନ୍ତେ ରାଜ୍ୟର ଏମ୍‌ପିମାନେ ସୋମବାର ଦାବି କରିଛନ୍ତି। ଲୋକ ସଭାରେ ସମ୍ବିଧାନ (ଅନୁସୂଚିତ ଜନଜାତି) ନର୍ଦ୍ଦେଶନାମା (ସଂଶୋଧନ) ବିଲ୍‌, ୨୦୨୨ ଆଲୋଚନାରେ ଅଂଶଗ୍ରହଣ କରି ବିଜେଡି ଏମ୍‌ପି ଭର୍ତ୍ତୃହରି ମହତାବ କହିଥିଲେ, ଅନୁସୂଚିତ ଜନଜାତି ତାଲିକାରେ ବିଭିନ୍ନ ସମ୍ପ୍ରଦାୟଙ୍କୁ ସାମିଲ କରିବା ଲାଗି ୧୯୭୮ରୁ କେନ୍ଦ୍ର ସରକାରଙ୍କ ପାଖକୁ ୧୬୯ ପ୍ରସ୍ତାବ ପଠାଯାଇଛି। ୧୪୯ ପ୍ରସ୍ତାବ ଏବେ ବି ବିଚାରାଧୀନ ରହିଛି। ଝୋଡ଼ିଆ, ଦୁରୁଆ ଏବଂ ଦୋରା ସମ୍ପ୍ରଦାୟକୁ ଏସ୍‌ଟି ତାଲିକାରେ ସାମିଲ ଲାଗି କଂଗ୍ରେସ ଏମ୍‌ପି ସପ୍ତଗିରି ଉଲାକା ଦାବି କରିଥିଲେ। ସେହିପରି ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସଉରା ଭାଷାକୁ ସାମିଲ କରିବା ନିମନ୍ତେ ସେ ଅନୁରୋଧ କରିଥିଲେ। ଏଥିସହିତ ଆଦିବାସୀଙ୍କ ପାଇଁ ବିସ୍ଥାପନ ଓ ପୁନର୍ବାସ ନୀତିର ପୁନର୍ବିଚାର ଲାଗି ସେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

Share