ବିଧାନସଭାର ବିଭିନ୍ନ କମିଟି ବୈଠକ ବାତିଲ

ଭୁବନେଶ୍ୱର, ୬।୭(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେରଖି ବିଧାନସଭାର ବିଭିନ୍ନ କମିଟି ବୈଠକ ବାତିଲ ନେଇ ନିଷ୍ପତ୍ତି ନିଆଯାଇଛି। ଏ ନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି, ଗତମାସରେ ବିଧାନସଭାର ବିଭିନ୍ନ କମିଟି ମିଟିଂ ପାଇଁ ଅନୁମତି ଦେଇଥିଲୁ। କରୋନା ସ୍ଥିତି ଦେଖି ସବୁ ବୈଠକ ବାତିଲ ନେଇ ନିଷ୍ପତ୍ତି ହୋଇଛି।
ବାଚସ୍ପତି ଆହୁରି କହିଛନ୍ତି, ମାର୍ଚ୍ଚ ୩୦ ତାରିଖରେ ଶେଷ ଥର ପାଇଁ ବିଧାନସଭା ବସିଥିଲା। ଆଉ ୬ ମାସ ଭିତରେ ହେବା କଥା। ଏ ନେଇ ଲୋକସଭା ବାଚସ୍ପତି ଓ ରାଜ୍ୟପାଳଙ୍କ ସହ କଥା ହୋଇଛି। ସମସ୍ତଙ୍କ ମତକୁ ଅପେକ୍ଷା କରାଯାଇଛି। ମତାମତ ମିଳିଲେ ପରିସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ।

Share